Asian Games 2026: ରୋମାଞ୍ଚକର ସୁଟ-ଅଫ୍‌ରେ ଦକ୍ଷିଣ କୋରିଆକୁ ପରାସ୍ତ କଲା ଭାରତ, ଜିତିଲା ସ୍ୱର୍ଣ୍ଣ ପଦକ

Sep 30, 2026 - 11:39
Asian Games 2026: ରୋମାଞ୍ଚକର ସୁଟ-ଅଫ୍‌ରେ ଦକ୍ଷିଣ କୋରିଆକୁ ପରାସ୍ତ କଲା ଭାରତ, ଜିତିଲା ସ୍ୱର୍ଣ୍ଣ ପଦକ

"ନାଗୋୟା: ଜାପାନର ନାଗୋୟାରେ ଜାରି ଥିବା ଏସୀୟ କ୍ରୀଡ଼ା ୨୦୨୬ର ଦ୍ବାଦଶ ଦିନରେ ବୁଧବାର ଭାରତୀୟ ତୀରନ୍ଦାଜମାନେ ସେମାନଙ୍କର ପ୍ରଭାବଶାଳୀ ପ୍ରଦର୍ଶନ ଜାରି ରଖିଛନ୍ତି।

ଓକାଜାକି ଚୁଓ ସୋଗୋ ପାର୍କ ମଲ୍ଟିପର୍ପସ୍ ସ୍କୋୟାରରେ ଖେଳାଯାଇଥିବା ହାଇ-ଭୋଲଟେଜ୍ କମ୍ପାଉଣ୍ଡ ମିଶ୍ରିତ ଦଳ ଫାଇନାଲରେ ଭାରତର ତାନିପର୍ଥି ଚିକିତା ଏବଂ ସାହିଲ ଜାଧବଙ୍କ ଯୋଡ଼ି ଦକ୍ଷିଣ କୋରିଆର ପାର୍କ ଜୁଙ୍ଗ୍ୟୁନ୍ ଏବଂ ଚୋଇ ୟୋଙ୍ଗହିଙ୍କୁ ଏକ ରୋମାଞ୍ଚକର ସୁଟ-ଅଫ୍‌ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

Advertisment ଭାରତ ଆଜିର ଏହି ଐତିହାସିକ ବିଜୟ ସହିତ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସ ୨୦୨୮ ପାଇଁ ଏହାର ଆଧିକାରିକ ଅଲିମ୍ପିକ୍ କୋଟା ମଧ୍ୟ ସୁରକ୍ଷିତ କରିଛି।

ଏହି ସ୍ୱର୍ଣ୍ଣ ସଫଳତା ସହିତ ଏସୀୟ କ୍ରୀଡାରେ ଭାରତର ମୋଟ ପଦକ ସଂଖ୍ୟା ୫୪କୁ ବୃଦ୍ଧି ପାଇଛି।

ଏହି ପଦକ ଭିତରେ ୮ଟି ସ୍ବର୍ଣ୍ଣ ପଦକ ସାମିଲ ରହିଛି।

Cricket: ଏସୀୟ କ୍ରୀଡ଼ା ପୁରୁଷ କ୍ରିକେଟ୍‌: ଆଫ୍‌ଗାନିସ୍ତାନ ବିପକ୍ଷରୁ ଭାରତର ଅଭିଯାନ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।