Asian Games 2026: ୧୨ ବର୍ଷର ଧାରା ଭାଙ୍ଗିଲା, ବ୍ୟାଡମିଣ୍ଟନରେ ବ୍ୟକ୍ତିଗତ ପଦକରୁ ବଞ୍ଚିତ ହେଲା ଭାରତ

Sep 27, 2026 - 15:51
Asian Games 2026: ୧୨ ବର୍ଷର ଧାରା ଭାଙ୍ଗିଲା, ବ୍ୟାଡମିଣ୍ଟନରେ ବ୍ୟକ୍ତିଗତ ପଦକରୁ ବଞ୍ଚିତ ହେଲା ଭାରତ

ଏସିଆନ୍ ଗେମ୍ସ ୨୦୨୬ରେ ଭାରତୀୟ ବ୍ୟାଡମିଣ୍ଟନ୍ ଦଳକୁ ବଡ଼ ଝଟକା। ୧୨ ବର୍ଷ ପରେ ପ୍ରଥମ ଥର ଭାରତ କୌଣସି ବ୍ୟକ୍ତିଗତ ବ୍ୟାଡମିଣ୍ଟନ୍ ପଦକ ଜିତିପାରିନାହିଁ। ସେପ୍ଟେମ୍ବର ୨୭ରେ କ୍ୱାର୍ଟର ଫାଇନାଲରେ ଭାରତର ୪ଟି ଆଶା ଶେଷ ହୋଇଛି। ପିଭି ସିନ୍ଧୁ, ଉନ୍ନତି ହୁଡା, ତ୍ରିସା ଜଲି-ଗାୟତ୍ରୀ ଗୋପୀଚନ୍ଦ ଏବଂ ଧ୍ରୁବ କପିଲା-ତନିଷା କ୍ରାଷ୍ଟୋ ନିଜ ନିଜ ମ୍ୟାଚ୍ ହାରିଛନ୍ତି।

ସିନ୍ଧୁ ଚେନ୍ ୟୁଫେଇଙ୍କଠାରୁ ୨୧-୧୧, ୧୮-୨୧, ୧୦-୨୧ରେ ପରାଜିତ ହୋଇଥିଲେ। ଉନ୍ନତି ହୁଡା ଆକାନେ ୟାମାଗୁଚିଙ୍କଠାରୁ ୧୬-୨୧, ୨୧-୧୪, ୧୭-୨୧ରେ ହାରିଛନ୍ତି। ମିକ୍ସଡ୍ ଡବଲ୍ସରେ କପିଲା-କ୍ରାଷ୍ଟୋ ଏବଂ ମହିଳା ଡବଲ୍ସରେ ତ୍ରିସା-ଗାୟତ୍ରୀ ମଧ୍ୟ କ୍ୱାର୍ଟର ଫାଇନାଲରେ ପରାଜିତ ହୋଇଛନ୍ତି।

୨୦୧୮ରେ ସିନ୍ଧୁ ରୌପ୍ୟ ଓ ସାଇନା ନେହୱାଲ କାଂସ୍ୟ, ଏବଂ ୨୦୨୨ରେ ଏଚ୍‌.ଏସ୍‌. ପ୍ରଣୟ କାଂସ୍ୟ ପଦକ ଜିତିଥିଲେ। କିନ୍ତୁ ଏଥର ବ୍ୟକ୍ତିଗତ ଇଭେଣ୍ଟରେ ଭାରତର ପଦକ ଶୂନ୍ୟ। ତେବେ ପୁରୁଷ ଟିମ୍ ଇଭେଣ୍ଟରେ ଭାରତ କାଂସ୍ୟ ପଦକ ଜିତିଛି। ମ୍ୟାଚ୍‌ର ସମୟ ସୂଚୀ ଓ କମ୍ ବିଶ୍ରାମ ସମୟକୁ ନେଇ ଖେଳାଳିମାନେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।