Asian Games: India Win 4 Gold Medals in a Day Across Cricket, Golf, Wrestling & Archery
#ଭାରତୀୟ_ଖେଳାଳିଙ୍କ_କମାଲ୍ #ଦିନକରେ_୪_ସ୍ୱର୍ଣ୍ଣ
ଏସିଆନ୍ ଗେମ୍ସରେ ଆଜି ଭାରତର ସ୍ୱର୍ଣ୍ଣିମ ସଫଳତା । ଗୋଟିଏ କି ଦୁଇଟି ନୁହେଁ, ଗୋଟିଏ ଦିନରେ ଭାରତୀୟ ଖେଳାଳି ଦେଶ ପାଇଁ ଛଡ଼ାଇ ଆଣିଛନ୍ତି ୪-୪ଟି ଗୋଲ୍ଡ ମେଡାଲ୍। ମୈଦାନ କ୍ରିକେଟର ହେଉ କି ଗଲ୍ଫ, ଆର୍ଚେରୀ ହେଉ କି କୁସ୍ତି...ଦେଖିବାକୁ ମିଳିଛି ଭାରତର ଦବଦବା। କିଛି ସମୟ ପୂର୍ବରୁ ସଫଳତା ଆଣି ଦେଇଛନ୍ତି କୁସ୍ତିଯୋଦ୍ଧା ଅମନ ସେରାୱତ। ସେ ୫୭ କେଜି ବର୍ଗରେ ସ୍ବର୍ଣ୍ଣ ଜିତିଛନ୍ତି। ଉତ୍ତର କୋରିଆର ଚୋଙ୍ଗ ସୋଙ୍ଗ ହାନ୍ କୁ ହରାଇଛନ୍ତି ଅମନ। ତାଙ୍କ ପୂର୍ବରୁ ପୁରୁଷ କ୍ରିକେଟ ଟିମ୍ ଦେଶବାସୀଙ୍କୁ ଭେଟି ଦେଇଥିଲା ସ୍ବର୍ଣ୍ଣ ପଦକ। ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଧୂଳି ଚଟାଇ ଟିମ୍ ଇଣ୍ଡିଆ ଏସିଆନ୍ ଗେମ୍ସର ସ୍ୱର୍ଣ୍ଣ ପଦକ ନିଜ ନାଁରେ କରିଛି। ପାକିସ୍ତାନ ଆଗରେ ୨୧୨ ରନ୍ ଟାର୍ଗେଟ ଥିଲା। ଧୂଆଁଧାର ବ୍ୟାଟିଂ କରିଥିଲେ ଅଭିଷକ ଶର୍ମା ଓ ତିଲକ ବର୍ମା। ଅଭିଷେକ ୭ଟି ଛକା, ୩ଟି ଚୌକା ସହ ୬୧ ରନ୍ କରିଥିବା ବେଳେ ତିଲକ ୨୨ ବଲରେ କରିଥିଲେ ଅପରାଜିତ ୫୧ ରନ୍। ଜବାବରେ ପାକିସ୍ତାନ ୬ ୱିକେଟରେ କରିଥିଲା ମାତ୍ର ୧୯୨ ରନ୍। ଅନ୍ୟପଟେ ଗଲ୍ଫରେ ପ୍ରଥମ ଥର ଗୋଲ୍ଡ ମେଡାଲ୍ ଜିତିଛି ଭାରତ। ପ୍ରଣବୀ ଉର୍ସ ପ୍ରଥମ ଭାରତୀୟ ମହିଳା ଗଲ୍ଫର ଭାବେ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି। ତାଙ୍କର ଏହି ସଫଳତା ଭାରତୀୟ ଗଲ୍ଫ ଇତିହାସରେ ସ୍ବର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇରହିବ। ତାଙ୍କ ସହ ଆଜି ତୀରନ୍ଦାଜୀରେ କମାଲ କରିଛନ୍ତି କୁମକୁମ ମହୋଦ। ମହିଳା ରିକର୍ଭ ବ୍ୟକ୍ତିଗତ ଇଭେଣ୍ଟରେସେ ଜିତିଛନ୍ତି ଗୋଲ୍ଡ ମେଡାଲ୍। ଏପର୍ଯ୍ୟନ୍ତ ଏସିଆନ୍ ଗେମ୍ସରେ ଭାରତ ୨୦ ସ୍ବର୍ଣ୍ଣ ସହ ୮୨ ପଦକ ଜିତି ପଞ୍ଚମ ସ୍ଥାନରେ ରହିଛି ।
#AsianGames#IndiaAtAsianGames#GoldMedal#TeamIndia#AmanSehrawat#AbhishekSharma#TilakVarma#PranaviUrs#Archery#Wrestling#Cricket#Golf#India#OdishaTV#OTV
India enjoyed a golden day at the Asian Games, with Indian athletes winning four gold medals across cricket, golf, wrestling and archery. Wrestler Aman Sehrawat won gold in the 57kg category after defeating North Korea’s Chong Song Han. Earlier, India’s men’s cricket team won gold after defeating Pakistan, with Abhishek Sharma scoring 61 runs and Tilak Varma remaining unbeaten on 51 as India posted 212, while Pakistan managed 192/6. Pranavi Urs created history by becoming the first Indian woman golfer to win an Asian Games gold medal, while Kumkum Mahod won gold in the women’s recurve individual event. India have now won 82 medals, including 20 gold, and are placed fifth in the medal tally.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।