Asian Games: ତୀରନ୍ଦାଜିରେ ଗଣେଶଙ୍କୁ କାଂସ୍ୟ
"ନାଗୋୟା: ଭାରତର ଗଣେଶ ମଣିରତ୍ନମ ଥିରୁମୁରୁ ଚଳିତ ଏସୀୟ କ୍ରୀଡ଼ା ପୁରୁଷ ବ୍ୟକ୍ତିଗତ କମ୍ପାଉଣ୍ଡ ତୀରନ୍ଦାଜିରେ କାଂସ୍ୟ ପଦକ ଜିତିଛନ୍ତି।
୨୦ ବର୍ଷୀୟ ଏହି ଭାରତୀୟ ତୀରନ୍ଦାଜ ଗୁରୁବାର କାଂସ୍ୟ ମୁକାବିଲାରେ ଭିଏତ୍ନାମର କଙ୍ଗ ଡୁକ୍ ଡାଙ୍ଗ୍ଙ୍କୁ ୧୪୯-୧୪୪ରେ ମାତ୍ ଦେଇଥିଲେ।
ଏଥି ସହ ଗଣେଶ ଚଳିତ ପ୍ରତିଯୋଗିତାରେ ଦ୍ବିତୀୟ ପଦକ କରାୟତ୍ତ କରିଛନ୍ତି।
ବୁଧବାର ସେ ଭାରତୀୟ କମ୍ପାଉଣ୍ଡ ଦଳରେ ରହି ସ୍ବର୍ଣ୍ଣ ପଦକ କରାୟତ୍ତ କରିଥିଲେ।Advertisment ତାଇପେର ଚିଏ-ଲୁନ୍ ଚେନ୍ଙ୍କୁ ହରାଇଥିଲେ ଗୁରୁବାର କ୍ବାର୍ଟରଫାଇନାଲ୍ରେ ଗଣେଶ ୧୪୮-୧୩୮ରେ ଚାଇନିଜ୍ ତାଇପେର ଚିଏ-ଲୁନ୍ ଚେନ୍ଙ୍କୁ ହରାଇଥିଲେ।
ହେଲେ ସେମିଫାଇନାଲ୍ରେ ସେ ୧୪୪-୧୪୮ରେ ଦକ୍ଷିଣ କୋରିଆର କିମ୍ ଜଙ୍ଗୁଙ୍କଠୁ ହାରି ସ୍ବର୍ଣ୍ଣ ଦୌଡ଼ରୁ ବାଦ୍ ପଡ଼ିଥିଲେ।
ଅନ୍ୟପକ୍ଷରେ ମହିଳା ବ୍ୟକ୍ତିଗତରେ ମିଶ୍ରିତ ଓ ଦଳଗତରେ ସ୍ବର୍ଣ୍ଣ ଜିତିଥିବା ଚିକିଥା ତାନିପାର୍ଥୀ କ୍ବାର୍ଟରଫାଇନାଲ୍ରେ କଡ଼ା ସଂଘର୍ଷ କରି ୧୪୩-୧୪୪ରେ ଇଣ୍ଡୋନେସିଆର ନୁରିସା ଡିଆନ୍ ଆଶରିଫାଙ୍କଠୁ ହାରି ହ୍ୟାଟ୍ରିକ୍ ପଦକରୁ ବଞ୍ଚିତ ହୋଇଛନ୍ତି।
Squash: ମହିଳା ସ୍କ୍ବାସ୍ ଦଳକୁ କାଂସ୍ୟ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।