Asian Para Games 2026: ଏସିଆନ୍ ପାରା ଗେମ୍ସରେ ବିବାଦ, ଭାରତୀୟ ଖେଳାଳିଙ୍କ ବିରୋଧରେ ସାଂଘାତିକ ଅଭିଯୋଗ
ଏସିଆନ୍ ପାରା ଗେମ୍ସରେ ଭାରତୀୟ ଦଳକୁ ନେଇ ବଡ଼ ବିବାଦ। ଯୌନ ଅସଦାଚରଣ ଅଭିଯୋଗ ପରେ ଭାରତୀୟ ପାରା ସନ୍ତରଣକାରୀ ମହମ୍ମଦ ଶମ୍ସ ଆଲମ ଶେଖଙ୍କୁ ଜାପାନରୁ ଭାରତ ଫେରାଇ ଦିଆଯାଇଛି। ଅଭିଯୋଗ ଅନୁସାରେ, ହୋଟେଲର ଜଣେ ମହିଳା ହାଉସକିପିଂ କର୍ମଚାରୀଙ୍କୁ ଅନୁଚିତ ଭାବେ ସ୍ପର୍ଶ କରିବାକୁ ଉଦ୍ୟମ କରିଥିଲେ ଶେଖ୍। ମହିଳା ଜଣକ ଘଟଣା ସମ୍ପର୍କରେ ମ୍ୟାନେଜରଙ୍କୁ ଜଣାଇବା ପରେ ଜାପାନ ପୋଲିସ ତାଙ୍କୁ ଅଟକ ରଖି ପଚରାଉଚରା କରିଥିଲା।
ଏହି ଘଟଣା ପରେ ଭାରତୀୟ ଦଳ ପକ୍ଷରୁ ହୋଟେଲ ପରିଚାଳନାକୁ କ୍ଷମା ମଗାଯାଇଛି। ଅନ୍ୟପଟେ, ପାରାଲିମ୍ପିକ୍ କମିଟି ଅଫ୍ ଇଣ୍ଡିଆ (PCI) ଏହି ଅଭିଯୋଗକୁ ଗୁରୁତ୍ୱର ସହ ନେଇଛି। ଭାରତ ଫେରିବା ପରେ ଶେଖଙ୍କ ପକ୍ଷ ଶୁଣି ତାଙ୍କୁ ଆଜୀବନ ବାସନ୍ଦ କରିବାକୁ ବିଚାର କରାଯିବ ବୋଲି କମିଟିର ଜଣେ ଅଧିକାରୀ କହିଛନ୍ତି।
PCI ପକ୍ଷରୁ ଯୌନ ଅସଦାଚରଣ ପ୍ରତି ଶୂନ୍ୟ ସହନଶୀଳତା ନୀତି ଥିବା ସ୍ପଷ୍ଟ କରାଯାଇଛି। ଏହି ଘଟଣାରେ ନିୟମ ଅନୁସାରେ ଆଗକୁ ପଦକ୍ଷେପ ନିଆଯିବ। ତେବେ ଅଭିଯୋଗ ଉପରେ ଚୂଡ଼ାନ୍ତ ଶୃଙ୍ଖଳାଗତ ନିଷ୍ପତ୍ତି ହେବାକୁ ବାକି ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।