Asian Para Games 2026: ଟେବୁଲ ଟେନିସ୍‌ରେ ଗୋଟିଏ ଦିନରେ ଭାରତକୁ ଆସିଲା ୫ ପଦକ

Oct 20, 2026 - 18:30
Asian Para Games 2026: ଟେବୁଲ ଟେନିସ୍‌ରେ ଗୋଟିଏ ଦିନରେ ଭାରତକୁ ଆସିଲା ୫ ପଦକ

"ନାଗୋୟା: ଜାପାନର ନାଗୋୟାରେ ଜାରି ଥିବା ଏସୀୟ ପାରା କ୍ରୀଡ଼ା ୨୦୨୬ରେ ଭାରତୀୟ ପାରା ଟେବୁଲ ଟେନିସ ଖେଳାଳିମାନେ ଇତିହାସ ରଚିଛନ୍ତି।

ଟେବୁଲ ଟେନିସ ପ୍ରତିଯୋଗିତାରେ ଭାରତ ପ୍ରଶଂସନୀୟ ପ୍ରଦର୍ଶନ କରି ୫ଟି କାଂସ୍ୟ ପଦକ ହାସଲ କରିଛି।

ଏଥି ସହିତ ଭାରତ ଏସୀୟ ପାରା କ୍ରୀଡ଼ାର ଇତିହାସରେ ଟେବୁଲ ଟେନିସରେ ନିଜର ପୁରୁଣା ମେଡାଲ ଟାଲିର ରେକର୍ଡ ଭାଙ୍ଗିଛି।

ଏହି ଐତିହାସିକ ସଫଳତାରେ ରବି ବେବି ସହାନା ଏବଂ ପ୍ରାଚୀ ପାଣ୍ଡେଙ୍କ ପ୍ରଦର୍ଶନ ସ୍ବତନ୍ତ୍ର ଥିଲା, ଯେଉଁମାନେ ଷ୍ଟାଣ୍ଡିଙ୍ଗ କାଟାଗରିରେ ଭାରତକୁ ପ୍ରଥମ ପଦକ ଦେଇଥିଲେ।Advertisment ତାମିଲନାଡୁର ରବି ବେବି ସହାନା ଏବଂ ପ୍ରାଚୀ ପାଣ୍ଡେ ଏସୀୟ ପାରା କ୍ରୀଡ଼ାରେ ‌ଟେବୁଲ ଟେନିସର ଷ୍ଟାଣ୍ଡିଙ୍ଗ ବର୍ଗରେ ପଦକ ହାସଲକାରୀ ପ୍ରଥମ ଖେଳାଳି ହୋଇଛନ୍ତି।

କ୍ଲାସ-୯ର ସେମିଫାଇନାଲ ମୁକାବିଲାରେ ସହାନାଙ୍କୁ ଚୀନର ୫ଥରର ପାରାଅଲିମ୍ପିକ ସ୍ବର୍ଣ୍ଣ ବିଜୟିନୀ ମାଓ ଜିଙ୍‌ଗଡିୟନଙ୍କ ବିପକ୍ଷରେ ୮-୧୧, ୨-୧୧, ୪-୧୧ ପରାସ୍ତ ହେବାକୁ ପଡ଼ିଥିଲା।

କ୍ଲାସ ୬ର ସେମିଫାଇନାଲରେ ପ୍ରାଚୀ ପାଣ୍ଡେ ଇରାକର ପାରାଲିମ୍ପିକ ବିଜୟିନୀ ନଜଲା ଅଲ-ଦାୟେନୀଙ୍କ ଠାରୁ ୯-୧୧, ୨-୧୧, ୮-୧୧ରେ ପରାସ୍ତ ହେବାକୁ ପଡ଼ିଥିଲା।

ଉଭୟ ଖେଳାଳିଙ୍କୁ କାଂସ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା।

ଏସୀୟ ପାରା କ୍ରୀଡ଼ା: ୧୧୧ ପଦକ ସହ ଭାରତ ଅଭିଯାନ ଶେଷ ପାରା ଅଲମ୍ପିକ ପଦକ ବିଜେତା ଭାବିନା ପଟେଲ ମହିଳା ଏକକ ବର୍ଗରେ ୪-୫ର ସେମିଫାଇନାଲରେ ସ୍ଥାନ ସୁରକ୍ଷିତ କରିଥିଲେ।

ସେ ଚୀନର ୮ଥର ପାରା ଅଲିମ୍ପିକ୍ସ ଚାମ୍ପିଅନ ଝାଙ୍ଗ ବିୟାନଙ୍କ ଠାରୁ ୭-୧୧, ୫-୧୧, ୭-୧୧ରେ ପରାସ୍ତ ହୋଇଥିଲେ।

ଭାବିନାଙ୍କ ଏସୀୟ ପାରା କ୍ରୀଡ଼ାରେ ଏହା କ୍ରମାଗତ ୨ୟ କାଂସ୍ୟ ପଦକ।

ଅନ୍ୟପଟରେ କ୍ଲାସ ୩ ସେମିଫାଇନାଲରେ ସୋନଲବେନ ପଟେଲଙ୍କୁ ଦକ୍ଷିଣ କୋରିଆର ପୂର୍ବତନ ଚାମ୍ପିଅନ ଜିୟୁ ୟୁନ ୭-୧୧, ୫-୧୧, ୬-୧୧ରେ ପରାସ୍ତ କରିଥିଲେ।

ତେବେ ସୋନଲବେନଙ୍କୁ ମଧ୍ୟ କାଂସ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା।

ପୁରୁଷ ବର୍ଗର ଏକକ କ୍ଲାସ ୧ ପ୍ରତିଯୋଗିତାରେ ଜହାନ ବଦାନ ୫ ଖେଳାଳିଙ୍କ ରାଉଣ୍ଡ-ରବିନ ପର୍ଯ୍ୟାୟରେ ଚତୁର୍ଥ ସ୍ଥାନ ହାସଲ କରି ଭାରତ ପାଇଁ କାଂସ୍ୟ ପଦକ ଆଣିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।