Asian Para Games: ଏସୀୟ ପାରା କ୍ରୀଡ଼ା ବ୍ୟାଡ୍‌ମିଣ୍ଟନ୍‌: ନୀତେଶଙ୍କଠୁ ହାରି ରୌପ୍ୟରେ ସନ୍ତୁଷ୍ଟ ପ୍ରମୋଦ

Oct 23, 2026 - 11:42
Asian Para Games: ଏସୀୟ ପାରା କ୍ରୀଡ଼ା ବ୍ୟାଡ୍‌ମିଣ୍ଟନ୍‌: ନୀତେଶଙ୍କଠୁ ହାରି ରୌପ୍ୟରେ ସନ୍ତୁଷ୍ଟ ପ୍ରମୋଦ

ନାଗୋୟା: ଜାପାନରେ ଚାଲିଥିବା ଏସୀୟ ପାରା କ୍ରୀଡ଼ାର ବ୍ୟାଡ୍‌ମିଣ୍ଟନରେ ଓଡ଼ିଆ ପୁଅ ପ୍ରମୋଦ ଭଗତ ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଛନ୍ତି।

ଶୁକ୍ରବାର ଦୁଇ ଭାରତୀୟଙ୍କ ମଧ୍ୟରେ ଖେଳାଯାଇଥିବା ପୁରୁଷ ଏକକ ଏସ୍‌ଏଲ୍‌୩ ଫାଇନାଲ୍‌ରେ ପୂର୍ବତନ ପାରାଲିମ୍ପିକ୍ସ ବିଜେତା ପ୍ରମୋଦଙ୍କୁ ୨୧-୧୮, ୨୧-୧୬ରେ ନୀତେଶ ପରାସ୍ତ କରି ସ୍ବର୍ଣ୍ଣ କରାୟତ୍ତ କରିଥିଲେ।

Advertisment ପ୍ରମୋଦ ରୌପ୍ୟ ପାଇଥିଲା ବେଳେ ଏହି ଇଭେଣ୍ଟ୍‌ରେ ଭାରତ ୧-୨ ସଫଳତା ଅର୍ଜନ କରିଥିଲା।

ପୁରୁଷ ଏକକ ଏସ୍‌ଏଲ୍‌୪ରେ ମଧ୍ୟ ଭାରତକୁ ସ୍ବର୍ଣ୍ଣ ପଦକ ମିଳିଛି।

ନବୀନ ଶିବକୁମାର ୨୧-୯, ୨୧-୧୭ରେ ଇଣ୍ଡୋନେସିଆା ଫ୍ରେଡି ସେତିଆୱାନ୍‌ଙ୍କୁ ହରାଇ ଏହି ପଦକ ଜିତିିଥିଲେ।

ମହିଳା ଏକକ ଏସ୍‌ଏଚ୍‌୬ ଫାଇନାଲ୍‌ରେ ଭାରତର ନିତ୍ୟା ଶ୍ରେ ସୁମତି ଶିବାନ ୧୨-୨୧, ୧୩-୨୧ରେ ଚୀନ୍‌ର ଲି ଫେଙ୍ଗମେଇଙ୍କଠୁ ହାରି ରୌପ୍ୟରେ ସନ୍ତୁଷ୍ଟ ରହିଛନ୍ତି।

ହରବିନ୍ଦର ଓ ବିଜୟ ସ୍ବର୍ଣ୍ଣ କରାୟତ୍ତ ପୁରୁଷ ତୀରନ୍ଦାଜି ରିକର୍ଭ ଯୁଗଳରେ ଭାରତକୁ ହରବିନ୍ଦର ସିଂହ ଓ ବିଜୟ ସୁଣ୍ଡି ସ୍ବର୍ଣ୍ଣ ଭେଟି ଦେଇଛନ୍ତି।

ଫାଇନାଲ୍‌ରେ ଏହି ଭାରତୀୟ ଯୋଡ଼ି ୫-୧ରେ ଚୀନ୍‌ ଯୋଡ଼ିଙ୍କୁ ମାତ୍‌ ଦେଇଥିଲେ।

ପ୍ରଥମ ସେଟ୍‌ ୩୫-୩୫ରେ ଶେଷ ହେବା ପରେ ପରବର୍ତ୍ତୀ ଦୁଇ ସେଟ୍‌କୁ ୩୭-୩୬, ୩୮-୩୬ରେ ଜିତି ହରବିନ୍ଦର ଓ ବିଜୟ ସ୍ବର୍ଣ୍ଣ କରାୟତ୍ତ କରିଥିଲା।

Asian Para Games: ଏସୀୟ ପାରା କ୍ରୀଡ଼ା: ବିଶ୍ବ ରେକର୍ଡ ସହ ସନ୍ଦୀପ, ହାନେଙ୍କୁ ସ୍ବର୍ଣ୍ଣ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।