Aska Municipality EO ବଦଳିଲେ ଆସିକା ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ

Nov 04, 2026 - 17:16
Aska Municipality EO ବଦଳିଲେ ଆସିକା ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ

ଛତ୍ରପୁର (ବସନ୍ତ କୁମାର ମହାରଣା): ଚଳିତ ବାତ୍ୟା ଅର୍ଣ୍ଣବ ଜନିତ ପ୍ରବଳ ବର୍ଷାରେ ଆସିକା ସହର ମଧ୍ୟରେ ବନ୍ୟାସ୍ଥିତି ସୃଷ୍ଟି ହୋଇଥିଲା।

ଅନେକ ତଳିଆ ଅଞ୍ଚଳରେ ୧୦ଫୁଟ ଉଚ୍ଚର ପାଣି ଜମିଯାଇଥିଲା।

ଏହି ଘଟଣା ପରେ ଆଜି (ବୁଧବାର) ଆସିକା ମ୍ୟୁନିସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ (ଇଓ) ରାଜେଶ କୁମାର ମହାପାତ୍ରଙ୍କୁ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ବଦଳି କରାଯାଇଛି।

ଏନେଇ ବିଭାଗ ପକ୍ଷରୁ ୪ ନଭେମ୍ବର ୨୦୨୬ରେ ସରକାରୀ ନିର୍ଦ୍ଦେଶନାମା ଜାରି ହୋଇଛି।

ତାଙ୍କୁ ତୁରନ୍ତ ନୂତନ ବିଭାଗରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

Advertisment Aska Inundates: ବଡ଼ନଦୀ ଓ ଋଷିକୁଲ୍ୟାର ବନ୍ୟାଜଳରେ ଉବୁଟୁବୁ ଆସିକା ପୌର ପ୍ରଶାସନ ନିର୍ଦ୍ଦେଶକ ଓ ବିଭାଗୀୟ ଅତିରିକ୍ତ ସଚିବଙ୍କ ସ୍ୱାକ୍ଷରରେ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି, ଆସିକା ମ୍ୟୁନିସିପାଲିଟିରେ ଇଓ ପଦବୀ ଖାଲି ଯେଭଳି ନରୁହେ ସେଥିପାଇଁ ଜିଲ୍ଲାର ଅନ୍ୟ ଜଣେ ଅଧିକାରୀଙ୍କୁ ଏହି ପଦବୀର ଅତିରିକ୍ତ ଦାୟିତ୍ୱ ଦେବାକୁ ଗଞ୍ଜାମ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ପଦିଆଯାଇଛି।

ନୂତନ ଅଧିକାରୀ ନିଯୁକ୍ତି ହେବାଯାଏଁ ଜିଲ୍ଲାପାଳଙ୍କ ଦ୍ବାରା ନିଯୁକ୍ତ ଅଧିକାରୀ ଦାୟିତ୍ବ ତୁଲାଇବେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।