Attack: ସୋମାଲି ସେନା ଉପରେ ଆକ୍ରମଣ: ୨୦ ସୈନିକଙ୍କ ମୃତ୍ୟୁ
ମୋଗାଦିଶୁ: ଆଫ୍ରିକୀୟ ଦେଶ ସୋମାଲିଆର ଦକ୍ଷିଣ ଭାଗରେ ସୋମାଲି ସେନା ଉପରେ ଇସଲାମିକ ଆତଙ୍କବାଦୀ ଙ୍କ ଆକସ୍ମିକ ଆକ୍ରମଣରେ ଅତି କମ୍ରେ ୨୦ ଜଣ ସୈନିକଙ୍କ ମୃତ୍ୟୁ ହୋଇଛି।
ଆକ୍ରମଣରୁ ବର୍ତ୍ତିଯାଇଥିବା ଜଣେ ସାମରିକ ଅଧିକାରୀ ଏହି ସୂଚନା ଦେଇଛନ୍ତି।
ତେବେ ସୋମାଲିଆ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରଣାଳୟ ସୈନିକଙ୍କ ମୃତ୍ୟୁ ସଂଖ୍ୟା ସମ୍ପର୍କରେ କିଛି କହିନାହିଁ।
ସେନାର କେତେକ ଯାନ ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଥିବା ମନ୍ତ୍ରଣାଳୟ ସ୍ୱୀକାର କରିଛି।
Advertisment ଅଲ୍କାଏଦା ସହ ସମ୍ପର୍କ ଥିବା ଆତଙ୍କବାଦୀ ସଂଗଠନ ଅଲ୍-ଶବାବ୍ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି।
ସୋମବାର ଦକ୍ଷିଣ ସୋମାଲିଆର ଜାମିକା ଗାଁ ନିକଟରେ ଏହି ଘଟଣା ଘଟିଥିଲା।
ଅଲ୍-ଶବାବ୍ ପ୍ରାୟ ଦୁଇ ଦଶନ୍ଧି ଧରି ସୋମାଲିଆ ସରକାରଙ୍କ ବିରୋଧରେ ସଶସ୍ତ୍ର ସଂଘର୍ଷ ଚଳାଇଛି।
ସାମରିକ ଅଧିକାରୀ ଅବ୍ଶିର ଅବ୍ଦିକରିମ୍ କହିଛନ୍ତି, ସେନା ସହ ଯାଉଥିବା ବେଳେ ସେ ଆକ୍ରମଣର ଶିକାର ହୋଇଥିଲେ।
ଘଟଣାସ୍ଥଳରେ ସେ ଅତି କମ୍ରେ ୨୦ ଜଣ ସହକର୍ମୀ ସୈନିକଙ୍କ ମୃତଦେହ ଦେଖିଥିଲେ।
ସେନା ଲିଗୋ ଅଞ୍ଚଳରୁ ଜାମିକା ଆଡ଼କୁ ଅଗ୍ରସର ହେଉଥିବା ବେଳେ ବୁରହକାବା ଜିଲ୍ଲାରେ ଆତଙ୍କବାଦୀଙ୍କ ସହ ଭୀଷଣ ଗୁଳିବିନିମୟ ହୋଇଥିଲା।
ନିଖୋଜ ଥିବା କେତେକ ସୈନିକ ମଙ୍ଗଳବାର ବାଲେଦୋଗଲେରେ ପହଞ୍ଚିଥିବା ବେଳେ ଅନ୍ୟ କେତେକଙ୍କ ପତ୍ତା ମିଳିନାହିଁ।
Rajouri security: ଜମ୍ମୁ କଶ୍ମୀରରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା, ଆତଙ୍କବାଦୀ ଆଡ୍ଡାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଉଦ୍ଧାର ସୋମାଲିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁସାରେ, ଦୀର୍ଘ ସମୟ ଧରି ଚାଲିଥିବା ଏହି ଲଢ଼େଇରେ ସରକାରୀ ସେନା ପ୍ରାୟ ୭୫ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିବା ବେଳେ ଅନ୍ୟ ୫୬ ଜଣ ଆହତ ହୋଇଛନ୍ତି।
ଅନ୍ୟପକ୍ଷରେ, ଅଲ୍-ଶବାବ୍ ୩୨୧ ଜଣ ସୈନିକଙ୍କୁ ହତ୍ୟା କରିବା ସହ କେତେକଙ୍କୁ ବନ୍ଦୀ କରିଥିବା ଦାବି କରିଛି।
ସେନାର ଯାନ, ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଦଖଲ କରିଥିବା ମଧ୍ୟ ସଂଗଠନ କହିଛି।
ତେବେ ଉଭୟ ପକ୍ଷର ମୃତାହତଙ୍କ ସଂଖ୍ୟା ଓ ବନ୍ଦୀ ସମ୍ପର୍କିତ ଦାବିକୁ ସ୍ୱାଧୀନ ଭାବେ ଯାଞ୍ଚ କରାଯାଇପାରିନାହିଁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।