Attack: ସାରମସିଲିରେ ଆକ୍ରମଣ କଲା ଜଙ୍ଗଲୀ ବାରହା: ଗୁରୁତର ଆହତ, ଜଣେ ବୁର୍ଲା ମେଡିକାଲରେ ଭର୍ତ୍ତି
"ଝାରବନ୍ଧ: ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ କୁମୀର ଗ୍ରାମପଞ୍ଚାୟତ ଅଧୀନ ସାରମସିଲି ଗ୍ରାମରେ ଜଙ୍ଗଲୀ ବାରହା ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇ ବୁର୍ଲା ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି।
ଆହତ ବ୍ୟକ୍ତି ହେଲେ ଗ୍ରାମର ଗୌରଚନ୍ଦ୍ର ସାହୁ (୩୫)।
ସୂଚନା ଅନୁସାରେ, ଗୌରଚନ୍ଦ୍ର ଗତକାଲି ସନ୍ଧ୍ୟାରେ ଜଙ୍ଗଲରୁ ଫେରୁଥିବା ସମୟରେ ହଠାତ୍ ଏକ ଜଙ୍ଗଲୀ ବାରହା ତାଙ୍କୁ ଆକ୍ରମଣ କରିଥିଲା।
ବାରହାର ଆକ୍ରମଣରେ ତାଙ୍କ ଜଙ୍ଘ ଉପରେ ଓ ଛାତି ପାର୍ଶ୍ୱରେ ଆଘାତ ଲାଗିଥିବା ଜଣାପଡ଼ିଛି।
ଗୁରୁତର ଅବସ୍ଥାରେ ପରିବାରଲୋକେ ତାଙ୍କୁ ପଦ୍ମପୁର ଡାକ୍ତରଖାନାକୁ ନେଇଥିଲେ।Advertisment ଆହୁରି ପଢନ୍ତୁ :Ambulance Accident: ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ ସହିଦ ସୁବେଦାର ମେଜର ସତ୍ୟବାନଙ୍କ ମୃତଦେହ ନେଇ ଯାଉଥିବା ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ତ: ୪ ମୃତ ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ଉଚ୍ଚସ୍ତରୀୟ ଚିକିତ୍ସା ପାଇଁ ବୁର୍ଲା ମେଡିକାଲକୁ ରେଫର କରିଥିଲେ।
ପରେ ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।
ଗୌରଚନ୍ଦ୍ର ପରିବାରର ଜଣେ ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବାରୁ ତାଙ୍କ ଆହତ ହେବା ପରେ ପରିବାର ଚିନ୍ତାରେ ପଡ଼ିଛି।
ଏହି ଘଟଣା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ମଧ୍ୟ ଜଙ୍ଗଲୀ ବାରହାଙ୍କ ଉପଦ୍ରବକୁ ନେଇ ଆଶଙ୍କା ପ୍ରକାଶ ପାଇଛି।
ଆହୁରି ପଢନ୍ତୁ :Air Ambulance Missing: ବରମୁଡାରୁ ବୋଷ୍ଟନ ଯାଉଥିବା ନିଖୋଜ ବିମାନର ଭଗ୍ନାବଶେଷ ଆଟଲାଣ୍ଟିକରେ ମିଳିଲା: ଆମେରିକା ତଟରକ୍ଷୀ ବାହିନୀର ସୂଚନା ଆହତ ଗୌରଚନ୍ଦ୍ରଙ୍କୁ ତୁରନ୍ତ ସରକାରୀ ନିୟମ ଅନୁଯାୟୀ ଆର୍ଥିକ ସହାୟତା ପ୍ରଦାନ ସହ ଆବଶ୍ୟକ ଉଚ୍ଚସ୍ତରୀୟ ଚିକିତ୍ସା ବ୍ୟବସ୍ଥା କରିବାକୁ ଜଙ୍ଗଲ ବିଭାଗ ଦୃଷ୍ଟି ଦେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।