Attempting Bank Robbery ବ୍ୟାଙ୍କ ଲୁଟ୍‌ କରିବାକୁ ସରଞ୍ଜାମ ନେଇ ଯାଇଥିଲେ, ପୁଲିସ ହାବୁଡ଼ରେ ପଡ଼ିଗଲେ

Sep 15, 2026 - 20:09
Attempting Bank Robbery ବ୍ୟାଙ୍କ ଲୁଟ୍‌ କରିବାକୁ ସରଞ୍ଜାମ ନେଇ ଯାଇଥିଲେ, ପୁଲିସ ହାବୁଡ଼ରେ ପଡ଼ିଗଲେ

"ବୈଶିଙ୍ଗା:  ବ୍ୟାଙ୍କ ଲୁଟ୍‌ ପାଇଁ ହୋଇଥିଲା ପୂରା ଯୋଜନା ହୋଇଥିଲା।

ଏକ କାର୍‌ରେ ତାଲା ଭାଙ୍ଗିବା, କବାଟ ତାଡ଼ିବା ପାଇଁ ସରଞ୍ଜାମ ନେଇ ଏକ କାର୍‌ରେ ଯାଇଥିଲେ।

ରାତି ଅଧରେ ବ୍ୟାଙ୍କ ଭିତରେ ପଶିଥିଲେ।

ଲୁଟ୍‌ ସରିବା ପୂର୍ବରୁ ଘଟଣାସ୍ଥଳରେ ପହଞ୍ଚିଗଲା ପୁଲିସ।

ପୁଲିସକୁ ଦେଖି କାର୍‌ରେ ଖସିବାକୁ ଉଦ୍ୟମ କରି ପୁଲିସ ହାବୁଡ଼ରେ ପଡ଼ିଛନ୍ତି ଡକାୟତ ଦଳ।

ମୟୂରଭଞ୍ଜ ଜିଲ୍ଲା ମାନଗୋବିନ୍ଦପୁର ୟୁନିୟନ ବ୍ୟାଙ୍କରେ ରାତି ପ୍ରାୟ ୨ଟାରେ ଘଟିଛି ଏଭଳି ଏକ ରୋଚକ ଘଟଣା।

Advertisment ଡକାୟତଙ୍କ ନିକଟରୁ ଜବତ କାର୍‌ ସୂଚନାନୁସାରେ, ରାତିରେ ବ୍ୟାଙ୍କରେ ପଶି ଲୁଟ୍‌ ଉଦ୍ୟମ କରୁଥିବାବେଳେ ଅଚାନକ ପହଞ୍ଚିଥିଲା ବୈଶିଙ୍ଗା ପୁଲିସ।

ପୁଲିସ ଆସିବା ଦେଖି କାର୍‌ରେ ଚଢ଼ି ଘଟଣାସ୍ଥଳରୁ ମାଣତ୍ରୀ-ବୈଶିଙ୍ଗାରାସ୍ତାରେ ଖସିବାକୁ ଉଦ୍ୟମ କରିଥିଲେ ଦୁର୍ବୃତ୍ତ।

ପୁଲିସ ପିଛାକରି ବୈଶିଙ୍ଗାଛକ ନିକଟରେ କାର୍‌ ଅଟକାଇ ୭ଜଣଙ୍କୁ କାବୁ କରିଥିଲା।

ତ୍ରିଶୁଳିଆରେ ବ୍ୟାଙ୍କ୍‌ ଲୁଟ୍‌ ଉଦ୍ୟମ ବିଫଳ; ପଶିଯାଇଥିଲେ, ସାଇରନ୍‌ ଶୁଣି ପଳେଇଲେସେମାନଙ୍କ ନିକଟରୁ ପଶ୍ଚିମବଙ୍ଗ ନମ୍ବର ଥିବା ଗୋଟିଏ କାର୍‌, ମୋବାଇଲ ଫୋନ୍‌ ଓ କଟର ଜବତ ହୋଇଛି।

ବ୍ୟାଙ୍କ କର୍ମଚାରୀଙ୍କ ଲିଖିତ ଅଭିଯୋଗ ଆଧାରରେ ନଂ୪୭୪/୨୦୨୬ରେ ଏକ ମାମଲା ରୁଜୁ କରିଛି।

ଗିରଫ ୭ ଜଣଙ୍କ ମଧ୍ୟରୁ ଜଣେ ବାଲେଶ୍ୱର ସଦରଥାନା ଅଞ୍ଚଳର ହୋଇଥିବାବେଳେ ଅନ୍ୟ ୬ଜଣ ରେମୁଣାଥାନା ଅଞ୍ଚଳର ବୋଲି ଜଣାପଡ଼ିଛି।

ଏହି ଗ୍ୟାଙ୍ଗର ଅନ୍ୟ ଚୋରି କିମ୍ବା ଡକାୟତି ମାମଲାରେ ସମ୍ପୃକ୍ତି ରହିଛି କି ନାହିଁ, ସେ ନେଇ ମଧ୍ୟ ଖୋଳତାଡ଼ ଚଳାଇଛି ପୁଲିସ।

ବ୍ୟାଙ୍କ୍‌ ଲୁଟ୍‌ ଘଟଣା: ଦାୟିତ୍ବ ନେଲା ସ୍ପେସାଲ ସ୍କ୍ବାଡ୍‌, ସୁରକ୍ଷା କଡ଼ାକଡ଼ି ପାଇଁ ବ୍ୟାଙ୍କ୍‌କୁ ଚିଠି ସିସିଟିଭି ଫୁଟେଜ୍‌କୁ ଯାଞ୍ଚକରି ତଦନ୍ତକୁ ଜୋରଦାର କରାଯାଇଛି।

ଘଟଣାସ୍ଥଳରେ ବେତନଟୀ ଏସ୍‌ଡିପିଓ ମିନତି ବିଶ୍ୱାଳ ସାଇଣ୍ଟିଫିକ୍‌ ଟିମ୍‌ ସହିତ ଛାନଭିନ୍‌ କରିଛନ୍ତି।

ବୈଶିଙ୍ଗା ଥାନାର ନୂଆ ଥାନାଧିକାରୀ ବାବା ଶଙ୍କର ସରାଫ କହିଛନ୍ତି, ଗିରଫ ୭ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବ।

ଆବଶ୍ୟକ ପଡ଼ିଲେ ସେମାନଙ୍କୁ ରିମାଣ୍ଡରେ ନେଇ ଅଧିକ ପଚରାଉଚରା କରାଯିବ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।