Awareness: ଓଜିବିରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ
ଭୁବନେଶ୍ବର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ, ପିପିଲି ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଇଛି।
ଏହି ଅବସରରେ ୱାକାଥନ୍ ଆୟୋଜନ କରାଯାଇଥିଲା।
ଏଥିରେ ଆଞ୍ଚଳିକ କାର୍ଯ୍ୟାଳୟ ର ଅଧିକାରୀ ଓ କର୍ମଚାରୀମାନେ ଯୋଗଦେଇଥିଲେ।
ଏହି ଅଭିଯାନରେ ବିଏମ୍ସି, ସାକ୍ଷୀଗୋପାଳ, ଅଳରପୁର ଓ ପିପିଲି ଶାଖା ପକ୍ଷରୁ ବୃକ୍ଷରୋପଣ କରାଯାଇଥିଲା।
Advertisment ଆହୁରି ପଢନ୍ତୁ : ନୀତା ଅମ୍ବାନୀଙ୍କ ଜନ୍ମଦିନରେ ବଡ଼ ଘୋଷଣା: ୧୦୦ ଏକର ଜମିରେ ନିର୍ମାଣ ହେବ 'ଅନନ୍ତ ଆଶ୍ରୟ' ସାକ୍ଷୀଗୋପାଳ ଶାଖା ପକ୍ଷରୁ ଜୁଏଲ୍ ଆପ୍ରେଜର୍ ଓ ବ୍ୟବସାୟ ପ୍ରତିନିଧିମାନଙ୍କ ସହ ଏକ ସ୍ୱତନ୍ତ୍ର ବୈଠକ ହୋଇଥିଲା।
ବାଲଙ୍ଗା ଶାଖା ପକ୍ଷରୁ ଏହି ଅବସରରେ ଗ୍ରାହକ ଅଭିଯୋଗ ଶୁଣାଣି ଓ ସମାଧାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ଏହି ଅଭିଯାନ ମାଧ୍ୟମରେ କର୍ମଚାରୀ, ଗ୍ରାହକ ଓ ସମାଜର ସମସ୍ତ ବର୍ଗଙ୍କୁ ଦୁର୍ନୀତି ବିରୋଧରେ ଏକଜୁଟ ହେବା ସହ ସଚ୍ଚୋଟତାକୁ ଜୀବନର ଅଂଶ କରିବାକୁ ଆହ୍ୱାନ ଦିଆଯାଇଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।