Ayodhya Glows With Over 3 Million Diya: ୩୦ ଲକ୍ଷ ଦୀପରେ ଝଲସିଲା ଅଯୋଧ୍ୟା, ଦୀପୋତ୍ସବରେ ସୃଷ୍ଟି ହେବ ନୂଆ ଇତିହାସ
ନବବଧୂ ପରି ସଜେଇ ହୋଇଛି ରାମନଗରୀ ଅଯୋଧ୍ୟା।
ଚାରିଆଡ଼େ ଆଲୋକର ଝଲକ, ଘାଟରେ ଘାଟରେ ଦୀପର ମହକ।
ଅବସର ହେଉଛି ଐତିହାସିକ ଦଶମ ଦୀପୋତ୍ସବ।
ସରଯୂ ନଦୀ କୂଳରେ ଲକ୍ଷ ଲକ୍ଷ ମାଟି ଦୀପର ଆଲୋକରେ ଝଲସି ଉଠିଛି ଅଯୋଧ୍ୟା।
ଏଥର ୫୬ଟି ଘାଟରେ ୩୦ ଲକ୍ଷରୁ ଅଧିକ ଦୀପ ପ୍ରଜ୍ଜ୍ୱଳନ କରି ନୂଆ ଗିନିଜ୍ ୱାର୍ଲ୍ଡ ରେକର୍ଡ ସୃଷ୍ଟି କରିବାର ଲକ୍ଷ୍ୟ ରଖାଯାଇଛି।
Advertisment ଦୀପୋତ୍ସବ ପାଇଁ ଅଯୋଧ୍ୟାର ପ୍ରତ୍ୟେକ ଗଳି, ରାସ୍ତା ଓ ଘାଟକୁ ସୁନ୍ଦର ଭାବେ ସଜାଯାଇଛି।
ବିଶେଷ କରି ରାମ କି ପୈଦି ଘାଟରେ ଦୀପର ଆଲୋକ ଅତ୍ୟନ୍ତ ଆକର୍ଷଣୀୟ ଦୃଶ୍ୟ ସୃଷ୍ଟି କରିଛି।
ସରଯୂ ନଦୀ କୂଳର ୫୬ଟି ଘାଟରେ ଦୀପ ପ୍ରଜ୍ଜ୍ୱଳନ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି।
ଏହି ଆଲୋକମୟ ଉତ୍ସବକୁ ଦେଖିବା ପାଇଁ ଅଯୋଧ୍ୟାରେ ଭକ୍ତ ଓ ପର୍ଯ୍ୟଟକଙ୍କ ଭିଡ଼ ଜମିଛି।
ପୌରାଣିକ କଥା ଅନୁସାରେ, ଲଙ୍କାରେ ରାବଣକୁ ପରାସ୍ତ କରିବା ପରେ ପ୍ରଭୁ ଶ୍ରୀରାମ, ମାତା ସୀତା ଓ ଲକ୍ଷ୍ମଣ ଅଯୋଧ୍ୟା ଫେରିଥିଲେ।
ଦୀର୍ଘ ୧୪ ବର୍ଷର ବନବାସ ପରେ ରାମଙ୍କ ପ୍ରତ୍ୟାବର୍ତ୍ତନକୁ ଅଯୋଧ୍ୟାବାସୀ ଦୀପ ଜାଳି ସ୍ୱାଗତ କରିଥିବା ବିଶ୍ୱାସ ରହିଛି।
ସେହି ପରମ୍ପରାକୁ ମନେ ପକାଇ ପ୍ରତିବର୍ଷ ଦୀପାବଳି ଅବସରରେ ଅଯୋଧ୍ୟାରେ ଦୀପୋତ୍ସବ ପାଳନ କରାଯାଏ।
Advertisment ଏଥର ଦଶମ ଦୀପୋତ୍ସବ ଏହି ପରମ୍ପରାକୁ ଆହୁରି ଭବ୍ୟ ରୂପ ଦେଇଛି।
ଲକ୍ଷ ଲକ୍ଷ ଦୀପର ଆଲୋକରେ ସରଯୂ ନଦୀ କୂଳ ଏକ ଅପୂର୍ବ ଦୃଶ୍ୟ ସୃଷ୍ଟି କରିଛି।
ଏହି ଆୟୋଜନ କେବଳ ଧାର୍ମିକ ଉତ୍ସବ ନୁହେଁ, ବରଂ ଅଯୋଧ୍ୟାର ସାଂସ୍କୃତିକ ପରିଚୟ ଓ ପରମ୍ପରାର ଏକ ଭବ୍ୟ ପ୍ରଦର୍ଶନ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।