Ayodhya Ram temple: ଅଯୋଧ୍ୟା ରାମ ମନ୍ଦିର ଦାନ ଚୋରି ମାମଲା

Sep 21, 2026 - 21:58
Ayodhya Ram temple: ଅଯୋଧ୍ୟା ରାମ ମନ୍ଦିର ଦାନ ଚୋରି ମାମଲା

"ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିରରୁ ୧୦୫ ଥର ଦାନ ଚୋରି ହୋଇଥିବା ତଦନ୍ତରୁ ଜଣାପଡ଼ିଛି।

ମନ୍ଦିରର ସିସିଟିଭି ଫୁଟେଜ୍‌, ସାକ୍ଷୀଙ୍କ ବୟାନ ଓ ଦାନ ରେକର୍ଡ ଆଦି ବିଶ୍ଳେଷଣ କରିବା ପରେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ ଏସ୍‌ଆଇଟି (ସ୍ବତନ୍ତ୍ର ତଦନ୍ତକାରୀ ଦଳ) ଏହି ତଥ୍ୟ ପାଇଛି।

ଦାନ ଚୋରି ମାମଲାର ସିବିଆଇତଦନ୍ତପାଇଁ ହୋଇଥିବା ଏକାଧିକ ଆବେଦନର ଶୁଣାଣି ସମୟରେ ଏହା ସାମ୍ନାକୁ ଆସିଛି।Advertisment ଆହୁରି ପଢନ୍ତୁ :Reunite: ୫୦ ବର୍ଷ ପରେ ସ୍କୁଲ୍‌ ଫେରିଲେ ସାଙ୍ଗ, ୟୁନିଫର୍ମ ପିନ୍ଧି ବ୍ୟାଗ୍‌ ଟାଙ୍ଗି ଖେଳିଲେ ପୁରୁଣା ସାଙ୍ଗ ଏହି ମାମଲା ସହ ଜଡ଼ିତ ବ୍ୟକ୍ତିଙ୍କ ଅନୁଯାୟୀ, ସେପ୍ଟେମ୍ବର ୧୬ରେ ସୁପ୍ରିମ୍‌କୋର୍ଟରେ ଦାଖଲ ଏସ୍‌ଆଇଟିର ଷ୍ଟାଟସ୍‌ ରିପୋର୍ଟରେ ଏହି ତଥ୍ୟ ରହିଛି।

ପୂର୍ବରୁ ବିଜୟ ବିଶ୍ବାସ ପନ୍ତଙ୍କ ନେତୃତ୍ବରେ ଗଠିତ ଏସ୍‌ଆଇଟି ରିପୋର୍ଟରେ ଉଲ୍ଲେଖ ହୋଇଥିବାଚୋରିଘଟଣା ତୁଳନାରେ ଏହା ୭୦ଟି ଅଧିକ।

ପ୍ରଥମ ଏସ୍‌ଆଇଟି ଉତ୍ତରପ୍ରଦେଶ ସରକାର ଜୁନ୍‌ ୧୩ରେ ଗଠନ କରିଥିଲେ।

ଦ୍ବିତୀୟ ଏସ୍‌ଆଇଟି ଜୁଲାଇ ୨୬ରେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶରେ ଗଠନ ହୋଇଥିଲା।

ଏଥିରେ ଲକ୍ଷ୍ନୌ ଜୋନ୍‌ ପୁଲିସ ଆଇଜି କିରଣ ଏସ୍‌, ଅଯୋଧ୍ୟା ରେଞ୍ଜ ଡିଆଇଜି ସୋମେନ ବର୍ମା, ଅଯୋଧ୍ୟା ଏସ୍‌ଏସ୍‌ପି ଗୌରବ ଗ୍ରୋଭର ଏବଂ ବାରାବାଙ୍କୀ ଏସ୍‌ଏସ୍‌ପି ରିତେଶ କୁମାର ସିଂହ ଅଛନ୍ତି।

ଆହୁରି ପଢନ୍ତୁ :Odisha HC Emphasizes Guidelines for DJ ଡିଜେ ପାଇଁ ଗାଇଡଲାଇନ ପ୍ରଣୟନ କରିବା ଉପରେ ହାଇକୋର୍ଟଙ୍କ ଗୁରୁତ୍ବାରୋପ ତଦନ୍ତକାରୀ ଦଳ ଶହ ଶହ ଘଣ୍ଟାର ଭିଡିଓ ଫୁଟେଜ୍‌, ଡିଜିଟାଲ ଲଗିଂ ରସିଦ ଓ ବ୍ୟାଙ୍କ ଜମା ରେକର୍ଡ ବିଶ୍ଳେଷଣ କରିଥିଲେ।

ଦାନ ବ୍ୟାଙ୍କ ଲକରକୁ ଯିବା ପୂର୍ବରୁ ତାହା କିପରି ଅନ୍ୟତ୍ର ପଠାଯାଇଥିଲା, ସେନେଇ ମଧ୍ୟ ତଦନ୍ତ କରାଯାଇଛି।

ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜୟମାଲ୍ୟ ବାଗ୍‌ଚୀ ଓ ଭି ମୋହନଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଏସ୍‌ଆଇଟିର ଷ୍ଟାଟସ୍‌ ରିପୋର୍ଟ ସମ୍ପର୍କରେ ଅବଗତ ହୋଇ ତଦନ୍ତରେ ସନ୍ତୋଷ ବ୍ୟକ୍ତ କରିଥିଲେ।

ତେବେ ଏହି ପର୍ଯ୍ୟାୟରେ ରିପୋର୍ଟ ଆବେଦନକାରୀଙ୍କୁ ଦେବାକୁ ମନା କରିଥିଲେ।

ଅଧିକ ତଦନ୍ତ ଆବଶ୍ୟକ ହେଲେ ପୁନର୍ବାର ଆଦେଶ ଦିଆଯିବ ବୋଲି ଖଣ୍ଡପୀଠ କହିଥିଲେ।

ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହଟା କହିଥିଲେ ଯେ, ସେପ୍ଟେମ୍ବର ୨୫ ପୂର୍ବରୁ ପ୍ରଥମ ଚାର୍ଜସିଟ୍‌ ଦାଖଲ ହେବ।

ପ୍ରଥମ ଗିରଫର ୯୦ ଦିନ ମଧ୍ୟରେ ଚାର୍ଜସିଟ୍‌ ଦାଖଲ ନ ହେଲେ ଅଭିଯୁକ୍ତଙ୍କୁ ଆଇନ ଅନୁଯାୟୀ ଜାମିନ ମିଳିପାରେ।

ଏହି ୯୦ ଦିନର ଅବଧି ସେପ୍ଟେମ୍ବର ୨୫ରେ ଶେଷ ହେଉଥିବାରୁ ତା" ପୂର୍ବରୁ ଚାର୍ଜସିଟ୍‌ ଦାଖଲ କରାଯିବ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।