Ayodhya Ram Temple: ଅଯୋଧ୍ୟା ରାମ ମନ୍ଦିରରେ ବଦଳିଯିବ ରାମଲଲାଙ୍କ ଦର୍ଶନ ସମୟ

Oct 26, 2026 - 13:29
Ayodhya Ram Temple:  ଅଯୋଧ୍ୟା ରାମ ମନ୍ଦିରରେ ବଦଳିଯିବ ରାମଲଲାଙ୍କ ଦର୍ଶନ ସମୟ

ଲକ୍ଷ୍ନୌ: ଉତ୍ତର ଭାରତରେ ଶୀତର ଆଗମନ ଏବଂ ପାଣିପାଗରେ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଅଯୋଧ୍ୟା ର ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ରାମଲଲା ଙ୍କ ଦୈନନ୍ଦିନ କାର୍ଯ୍ୟସୂଚୀ, ପୂଜାପଦ୍ଧତି, ଭୋଗ ଏବଂ ଦର୍ଶନ ସମୟରେ ବଡ଼ ପରିବର୍ତ୍ତନ କରାଯାଇଛି।

ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଅନୁଯାୟୀ, ୨୦୨୬ ନଭେମ୍ବର ୧ ତାରିଖରୁ ନୂଆ ବ୍ୟବସ୍ଥା ଲାଗୁ ହେବ।

Advertisment ନୂଆ ସମୟସୂଚୀ ଅନୁସାରେ, ମନ୍ଦିରର ଦ୍ୱାର ସକାଳ ୪ଟାରେ ଖୋଲିବ ଏବଂ ରାତି ୧୦ଟାରେ ଶୟନ ଆଳତି ପରେ ବନ୍ଦ ହେବ।

ଏହା ସହିତ ମଙ୍ଗଳା ଆଳତି, ଶୃଙ୍ଗାର ଆଳତି ଓ ଶୟନ ଆଳତିର ସମୟ ମଧ୍ୟ ବଦଳିବ।

ଟ୍ରଷ୍ଟର ସମାଚାର ପ୍ରବନ୍ଧକ ସୁଭାଷ ଚନ୍ଦ୍ର ସିଂହ ଏବଂ ଅର୍ଚ୍ଚକ ପ୍ରମୁଖ ଆଚାର୍ଯ୍ୟ କେଶବଙ୍କ ଅନୁସାରେ, ଶୀତ ଋତୁକୁ ଦୃଷ୍ଟିରେ ରଖି ରାମଲଲାଙ୍କ ଶୟନ ଅର୍ଥାତ୍ ବିଶ୍ରାମ ସମୟ ପ୍ରାୟ ଏକ ଘଣ୍ଟା ବଢ଼ାଯାଇଛି।

ଏବେ ରାତି ୧୦ଟାରେ ମନ୍ଦିରର ଦ୍ୱାର ବନ୍ଦ ହେବ ଏବଂ ସାଧାରଣ ଭକ୍ତଙ୍କ ପାଇଁ ସକାଳ ୭ଟାରୁ ଦର୍ଶନ ଆରମ୍ଭ ହେବ।

ଆଳତି ଓ ଦର୍ଶନର ନୂଆ ସମୟସୂଚୀ - ମଙ୍ଗଳା ଆଳତି ଓ ଅଭିଷେକ: ସକାଳ ୪ଟାରେ ମନ୍ଦିର ଦ୍ୱାର ଖୋଲିବ।

ସକାଳ ୪ଟା ୩୦ରୁ ୪ଟା ୪୦ ମଧ୍ୟରେ ମଙ୍ଗଳା ଆଳତି ହେବ।

ଏହାପରେ ସକାଳ ୬ଟା ୩୦ ପର୍ଯ୍ୟନ୍ତ ରାମଲଲାଙ୍କ ଅଭିଷେକ, ଶୃଙ୍ଗାର, ଧୂପ, ଦୀପ ଓ ନୈବେଦ୍ୟ ପାଇଁ ଦ୍ୱାର ବନ୍ଦ ରହିବ। - ଶୃଙ୍ଗାର ଆଳତି ଓ ଦର୍ଶନ ଆରମ୍ଭ: ସକାଳ ୬ଟା ୩୦ରେ ଶୃଙ୍ଗାର ଆଳତି ହେବ।

ସକାଳ ୭ଟାରୁ ସାଧାରଣ ଭକ୍ତଙ୍କ ପାଇଁ ଦର୍ଶନ ଆରମ୍ଭ ହେବ।

ପୂର୍ବରୁ ସକାଳ ୬ଟା ୩୦ରୁ ଦର୍ଶନ ଆରମ୍ଭ ହେଉଥିଲା। - ବାଳଭୋଗ ଓ ରାଜଭୋଗ: ସକାଳ ୮ଟାରୁ ୮ଟା ୧୦ ମଧ୍ୟରେ ବାଳଭୋଗ ପାଇଁ ମନ୍ଦିର ଦ୍ୱାର ବନ୍ଦ ରହିବ।

ଏହାପରେ ସକାଳ ୧୧ଟା ୩୦ ପର୍ଯ୍ୟନ୍ତ ଦର୍ଶନ ଜାରି ରହିବ।

ପୂର୍ବାହ୍ନ ୧୧ଟା ୩୦ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ରାଜଭୋଗ ଲାଗି ହେବ ଏବଂ ମଧ୍ୟାହ୍ନ ୧୨ଟାରେ ରାଜଭୋଗ ଆଳତି ହେବ। - ମଧ୍ୟାହ୍ନ ବିଶ୍ରାମ: ମଧ୍ୟାହ୍ନ ୧୨ଟା ୩୦ରୁ ଅପରାହ୍ଣ ୧ଟା ୩୦ ପର୍ଯ୍ୟନ୍ତ ରାମଲଲା ବିଶ୍ରାମ କରିବେ।

ଏହାପରେ ଅପରାହ୍ଣ ୧ଟା ୩୫ରୁ ପୁନର୍ବାର ଦର୍ଶନ ଆରମ୍ଭ ହେବ। - ସନ୍ଧ୍ୟା ଆଳତି ଓ ଶୟନ ଆଳତି: ଅପରାହ୍ଣ ୪ଟାରୁ ୪ଟା ୧୦ ମଧ୍ୟରେ ବାଳଭୋଗ ପାଇଁ ଦ୍ୱାର ବନ୍ଦ ରହିବ।

ଏହାପରେ ସନ୍ଧ୍ୟା ୬ଟା ୪୫ ପର୍ଯ୍ୟନ୍ତ ଦର୍ଶନ ଜାରି ରହିବ।

ସନ୍ଧ୍ୟା ୭ଟାରେ ସନ୍ଧ୍ୟା ଆଳତି ହେବ।

ରାତି ୯ଟା ୩୦ରେ ରାମଲଲାଙ୍କ ଶୟନ ଆଳତି ହେବ ଏବଂ ରାତି ୧୦ଟାରେ ମନ୍ଦିର ଦ୍ୱାର ବନ୍ଦ କରାଯିବ।

ପୁରୁଣା ବ୍ୟବସ୍ଥା ଓ ନୂଆ ସମୟସୂଚୀ ମଧ୍ୟରେ ପାର୍ଥକ୍ୟ - ମନ୍ଦିର ଦ୍ୱାର ଖୋଲିବା ସମୟ: ପୂର୍ବରୁ ସକାଳ ୩ଟା ୪୫ରେ ଖୋଲୁଥିବା ଦ୍ୱାର ନଭେମ୍ବର ୧ରୁ ସକାଳ ୪ଟାରେ ଖୋଲିବ। - ମଙ୍ଗଳା ଆଳତି: ପୂର୍ବରୁ ସକାଳ ୪ଟାରେ ହେଉଥିବା ମଙ୍ଗଳା ଆଳତି ଏଣିକି ସକାଳ ୪ଟା ୩୦ରେ ହେବ। - ଶୃଙ୍ଗାର ଆଳତି: ପୂର୍ବରୁ ସକାଳ ୬ଟାରେ ହେଉଥିବା ଶୃଙ୍ଗାର ଆଳତି ଏଣିକି ସକାଳ ୬ଟା ୩୦ରେ ହେବ। - ମଧ୍ୟାହ୍ନ ବିଶ୍ରାମ: ପୂର୍ବରୁ ମଧ୍ୟାହ୍ନ ୧୨ଟା ୩୦ରୁ ୧୨ଟା ୫୫ ପର୍ଯ୍ୟନ୍ତ ଦ୍ୱାର ବନ୍ଦ ରହୁଥିଲା।

ଏବେ ବିଶ୍ରାମ ସମୟ ବଢ଼ାଇ ମଧ୍ୟାହ୍ନ ୧୨ଟା ୩୦ରୁ ଅପରାହ୍ଣ ୧ଟା ୩୦ ପର୍ଯ୍ୟନ୍ତ କରାଯାଇଛି। - ଶୟନ ଆଳତି ଓ ମନ୍ଦିର ବନ୍ଦ: ପୂର୍ବରୁ ରାତି ୧୦ଟାରେ ଶୟନ ଆଳତି ଏବଂ ରାତି ୧୦ଟା ୩୦ରେ ମନ୍ଦିର ଦ୍ୱାର ବନ୍ଦ ହେଉଥିଲା।

ଏଣିକି ରାତି ୯ଟା ୩୦ରେ ଶୟନ ଆଳତି ହେବ ଏବଂ ରାତି ୧୦ଟାରେ ମନ୍ଦିର ଦ୍ୱାର ବନ୍ଦ କରାଯିବ।

ଅମିତ ଶାହଙ୍କ ବିରୋଧରେ ମନ୍ତବ୍ୟ ଦେଇ ହୋଇଥିବା ମାନହାନି ମାମଲା: ରାହୁଲ ଗାନ୍ଧୀ ନିର୍ଦ୍ଦୋଷରେ ଖଲାସ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।