Ayushman scheme: ଆୟୁଷ୍ମାନ ଯୋଜନାରେ ପାଞ୍ଚବର୍ଷ ତଳର ପିଲାଙ୍କୁ ସାମିଲ କରିବାକୁ ସଂସଦୀୟ ପାନେଲର ପରାମର୍ଶ
"ନୂଆଦିଲ୍ଲୀ: ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ପାଞ୍ଚ ବର୍ଷରୁ କମ୍ ବୟସର ସମସ୍ତ ପିଲା ଏବଂ ୬୦ ବର୍ଷ ଓ ତଦୁର୍ଦ୍ଧ୍ୱ ବୟସର ସମସ୍ତ ବରିଷ୍ଠ ନାଗରିକଙ୍କୁ ସାମିଲ କରିବାକୁ ସଂସଦୀୟ ସ୍ଥାୟୀ କମିଟି ସୁପାରିସ କରିଛି।
ସାମାଜିକ-ଆର୍ଥିକ ସ୍ଥିତି କିମ୍ବା ଭୌଗୋଳିକ ଅବସ୍ଥିତି ନିର୍ବିଶେଷରେ ଏହି ସୁବିଧା ଦେବାକୁ କମିଟି କହିଛି।Advertisment ଆହୁରି ପଢନ୍ତୁ :Reunite: ୫୦ ବର୍ଷ ପରେ ସ୍କୁଲ୍ ଫେରିଲେ ସାଙ୍ଗ, ୟୁନିଫର୍ମ ପିନ୍ଧି ବ୍ୟାଗ୍ ଟାଙ୍ଗି ଖେଳିଲେ ପୁରୁଣା ସାଙ୍ଗ କମିଟି ଅନୁଯାୟୀ, ସାର୍ବଜନୀନ ସ୍ୱାସ୍ଥ୍ୟ କଭରେଜ୍ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ।
ଏହା ଶିଶୁ ଓ ବରିଷ୍ଠ ନାଗରିକଙ୍କ ରୋଗ ଚିକିତ୍ସା ସହ ଜଡ଼ିତ ଆର୍ଥିକ ବୋଝ କମାଇବାରେ ସହାୟକ ହେବ।
ଏହାର କାର୍ଯ୍ୟକାରିତା ପାଇଁ ପର୍ଯ୍ୟାପ୍ତ ପାଣ୍ଠି, ସହଜ ନାମଲେଖା ବ୍ୟବସ୍ଥା ଏବଂ ଶିଶୁ ଓ ବରିଷ୍ଠ ନାଗରିକଙ୍କ ପାଇଁ ଥିବା ଅନ୍ୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସହ ସମନ୍ୱୟ ସୁନିଶ୍ଚିତ କରିବାକୁ କମିଟି ପରାମର୍ଶ ଦେଇଛି।
ଏଥିସହ ବାହ୍ୟ ରୋଗୀଙ୍କ ପରାମର୍ଶ, ରୋଗ ନିରୂପଣ ପରୀକ୍ଷା, ଔଷଧ ଖର୍ଚ୍ଚ ଓ ହସ୍ପିଟାଲରୁ ଛାଡ଼ ପରବର୍ତ୍ତୀ ଚିକିତ୍ସାକୁ ମଧ୍ୟ ଯୋଜନାରେ ସାମିଲ କରିବାକୁ କହିଛି।
ଆହୁରି ପଢନ୍ତୁ :Odisha HC Emphasizes Guidelines for DJ ଡିଜେ ପାଇଁ ଗାଇଡଲାଇନ ପ୍ରଣୟନ କରିବା ଉପରେ ହାଇକୋର୍ଟଙ୍କ ଗୁରୁତ୍ବାରୋପ ୨୦୧୮ରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କାର ହସ୍ପିଟାଲ ଚିକିତ୍ସା କଭରେଜ୍ ଦିଆଯାଉଛି।
ଏଥିରେ ୫୦ କୋଟିରୁ ଅଧିକ ହିତାଧିକାରୀ ଅଛନ୍ତି।
ପରେ ୩୭ ଲକ୍ଷରୁ ଅଧିକ ଆଶା, ଅଙ୍ଗନୱାଡ଼ି କର୍ମୀ, ଅଙ୍ଗନୱାଡ଼ି ସହାୟିକା ଓ ସେମାନଙ୍କ ପରିବାରକୁ ମଧ୍ୟ ସାମିଲ କରାଯାଇଛି।
ପ୍ରଫେସର ରାମ ଗୋପାଳ ଯାଦବଙ୍କ ଅଧ୍ୟକ୍ଷତାରେ ଥିବା ୩୧ ଜଣିଆ କମିଟି ସରକାରୀ ହସ୍ପିଟାଲର କ୍ଷମତା ବଢ଼ାଇ ଘରୋଇ ହସ୍ପିଟାଲ ଉପରେ ନିର୍ଭରଶୀଳତା କମାଇବାକୁ ମଧ୍ୟ ପରାମର୍ଶ ଦେଇଛି।
ଗତମାସରେ ପିଏମ୍-ଏବିଏଚ୍ଆଇଏମ୍କୁ ତ୍ୱରିତ ଓ ପ୍ରଭାବଶାଳୀ ଭାବେ କାର୍ଯ୍ୟକାରୀ କରିବାକୁ ମଧ୍ୟ କମିଟି ସୁପାରିସ କରିଥିଲା।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।