Baby girl rescued: ବୁଦା ଭିତରୁ ଶିଶୁକନ୍ୟା ଉଦ୍ଧାର: ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି

Sep 17, 2026 - 18:11
Baby girl rescued: ବୁଦା ଭିତରୁ ଶିଶୁକନ୍ୟା ଉଦ୍ଧାର: ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି

"ବିନିକା: ଆଜି ବିନିକା ବ୍ଳକ ଶଙ୍କରା ପଞ୍ଚାୟତ କୈଡିଆମୁଣ୍ଡା କେନାଲ ଛକ ଅନତି ଦୂରରେ ଏକ ବୁଦା ଭିତରେ ପଡ଼ିଥିବା ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରଯାଇ ବିନିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।Advertisment ସୁଚନାଯୋଗ୍ୟ, ଆଜି ସକାଳୁ କୈଡିଆମୁଣ୍ଡା ଗ୍ରାମର ରବି ସାହୁ ବିଲରୁ ଘରକୁ ଫେରୁଥିବା ସମୟରେ ରାସ୍ତାରେ ଏକ କୁଆଁ କୁଆଁ ରାବ ଶୁଣି ଭୟଭୀତ ହୋଇ ଯାଇଥିଲେ।

କିଛି ସମୟ ଛିଡ଼ା ହୋଇ ବୁଦା ଆଡ଼କୁ ଦେଖିବା ପରେ ସେଠାରେ ଏକ ଶିଶୁ ପଡ଼ିଥିବା ଦେଖିବାକୁ ପାଇଥିଲେ।

ସଙ୍ଗେସଙ୍ଗେ ସାହୁ ଶିଶୁକୁ ଘଟଣାସ୍ଥଳରୁ ଉଦ୍ଧାର କରି ସ୍ତ୍ରୀ ଗିତାଞ୍ଜଳି ସାହୁଙ୍କ ପାଖକୁ ଦୌଡ଼ି ଯାଇଥିଲେ।

ସାହୁଙ୍କ ପରିବାରଲୋକ ଶିଶୁକୁ ନେଇ ଚିକିତ୍ସା ପାଇଁ ବିନିକା ଡାକ୍ତରଖାନା‌ରେ ଭର୍ତ୍ତି କରିଛନ୍ତି।।

ଉଦ୍ଧାର ଶିଶୁ ଜଣକ  କନ୍ୟା ସନ୍ତାନ।

ବୁଦା ଭିତରୁ ଶିଶୁକୁ ଉଦ୍ଧାର କରିଥିବା ସାହୁ ପରିବାର ଶିଶୁକୁ ନିଜ ପାଖରେ ରଖିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।

ଶିଶୁ କନ୍ୟା ବୁଦାକୁ କେମିତି  ଆସିଲା ସେ ଦିଗରେ ତଦନ୍ତ ଦାବି କରିଛନ୍ତି ଅଞ୍ଚଳବାସୀ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।