Baitarani Swells Beyond Danger Mark: ବିପଦ ସଂକେତ ଉପରେ ବୈତରଣୀ, ରାଜମୁକୁନ୍ଦପୁର ବ୍ରିଜ ଉପରେ ବନ୍ୟା ଜଳ

Aug 25, 2026 - 12:38
Baitarani Swells Beyond Danger Mark: ବିପଦ ସଂକେତ ଉପରେ ବୈତରଣୀ, ରାଜମୁକୁନ୍ଦପୁର ବ୍ରିଜ ଉପରେ ବନ୍ୟା ଜଳ

ଫୁଲୁଛି ବୈତରଣୀ ଓ ସାଳନ୍ଦୀ। ଉପର ମୁଣ୍ଡରେ ବର୍ଷା ଯୋଗୁଁ ଦୁଇ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଭଦ୍ରକ ଜିଲ୍ଲାରେ ବନ୍ୟା ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଥିବା ବେଳେ ପୀଡ଼ିତଙ୍କ ସ୍ଥିତି ପ୍ରଶାସନର ଚିନ୍ତା ବଢାଇଛି। ଆଖୁଆପଦାଠାରେ ବୈତରଣୀର  ବିପଦ ସଂକେତ ୧୮.୩୩ ମିଟର ଥିବା ବେଳେ ବର୍ତ୍ତମାନ ବିପଦ ସଂକେତ ଉପରେ ୧୮.୪୪ ମିଟରରେ ପ୍ରବାହିତ ହେଉଛି। ସେହିପରି ସାଳନ୍ଦୀ ରାଜଘାଟ ଠାରେ ବିପଦ ସଂକେତ ୧୭ ଫୁଟ ଥିବା ବେଳେ ବର୍ତ୍ତମାନ ୧୬.୭୦ଫୁଟରେ ପ୍ରବାହିତ ହେଉଛି।

ଉପରମୁଣ୍ଡରେ ବର୍ଷା କାରଣରୁ ଏବେ ପୁଣି ବନ୍ୟା ଆଶଙ୍କା ଦେଖାଦେଇଛି। ଫଳରେ କଣ୍ଟି ଏସକେପ ଦେଇ ପ୍ରବାହିତ ହେଉଥିବା ପାଣି ଦ୍ବାରା ଭଣ୍ଡାରିପୋଖରୀ ବ୍ଲକର ଷୋଳମପୁର, ମାଳଦା, ରହଣିଆ ପ୍ରମୁଖ ପଞ୍ଚାୟତର ଚାଷଜମି ଜଳମଗ୍ନ ହୋଇଛି। ଏହାଛଡା କିଛି ରାସ୍ତାରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଲଗାଣ ବର୍ଷାରୁ ଧାନ ତଳି ପଚିବାକୁ ବସିଛି। ସେହିପରି ସାଳନ୍ଦୀ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି। ଅନ୍ନପାଳ ପଞ୍ଚାୟତ ରାଜମୁକୁନ୍ଦପୁର ବ୍ରିଜ ଉପରେ ବନ୍ୟା ଜଳ ଲହଡି ମାରୁଛି।

ତିହିଡି ବ୍ଲକ ତଳଗୋପବିନ୍ଧା ପଞ୍ଚାୟତ ମତ୍ତଗଜପୁର ବ୍ରିଜ ଉପରେ ବନ୍ୟା ଜଳ ଲହଡି ମାରୁଛି। ବନ୍ୟା ସ୍ଥିତିକୁ ନେଇ ଆଜି ଭଦ୍ରକ, ତିହିଡି ଓ ଚାନ୍ଦବାଲି ବ୍ଲକର ୮୧ଟି ସ୍କୁଲ ଓ ତିହିଡ଼ି ଓ ଚାନ୍ଦବାଲି ବ୍ଲକର ୧୦୩ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖାଯାଇଛି।...

ଉପର ମୁଣ୍ଡରେ ବର୍ଷାରୁ ଜଳସ୍ତର ବୃଦ୍ଧି 
ଆଖୁଆପଦାଠାରେ ବିପଦ ସଙ୍କେତ ଉପରେ ବୈତରଣୀ
ବୈତରଣୀ ବିପଦ ସଂକେତ ୧୮.୩୩ ମିଟର 
ବିପଦ ସଂକେତ ଉପରେ ୧୮.୪୪ ମିଟରରେ ପ୍ରବାହିତ
ରାଜଘାଟରେ ସାଳନ୍ଦୀର ବିପଦ ସଂକେତ ୧୭ ଫୁଟ
ଏବେ ୧୬.୭୦ ଫୁଟରେ ପ୍ରବାହିତ ହେଉଛି
ରାଜମୁକୁନ୍ଦପୁର ବ୍ରିଜ ଉପରେ ବନ୍ୟା ଜଳ ଲହଡ଼ି ମାରୁଛି 
ତଳଗୋପବିନ୍ଧା ମତ୍ତଗଜପୁର ବ୍ରିଜ ଉପରେ ବନ୍ୟା ଜଳ 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।