Balangir Boy Stuck Between Trees: ଜାମୁକୋଳି ଖାଇବାକୁ ଯାଇ ଫସିଗଲେ ଶିଶୁ, ଗଛ ସନ୍ଦିରେ ୨ ଘଣ୍ଟା
ଜାମୁ କୋଳି ସଂଗ୍ରହ କରିବାକୁ ଯାଇ ଗଛ ସନ୍ଧିରେ ୨ ଘଣ୍ଟା ଧରି ଫସିଗଲେ ୧୦ ବର୍ଷର ଶିଶୁ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ସଇଁତଳା ଥାନା ଗଣ୍ଡପତ୍ରାପାଲି ଗାଁରେ। ଶିଶୁଟି ନିଜ ସାଙ୍ଗ ମାନଙ୍କ ସହ ମିଶି ଗାଁର ଏକ ଜାମୁ କୋଳି ଗଛରେ ଚଢିଥିଲେ। ହେଲେ ଶିଶୁଟି ଗଛ ଉପରକୁ ଚଢ଼ିବା ପରେ ଶିଶୁର ଗୋଡ ଖସି ଯାଇଥିଲା।
ଦୁଇ ଗଛ ସନ୍ଧିରେ ପଡ଼ି ଫସିଯାଇଥିଲେ ଶିଶୁ। ଅନ୍ୟ ଶିଶୁମାନେ ତାକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ ବି ଗୋଡ ଟି ଆହୁରି ତଳକୁ ଖସି ପଡ଼ିଥିଲା। କିଛି ସମୟ ପରେ ସ୍ଥାନୀୟ ଲୋକେ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରେ ଗଛ କଟା ମେସିନ୍ ସାହାଯ୍ୟରେ ଗଛକୁ କାଟିବା ପରେ ପ୍ରାୟ ୨ ଘଣ୍ଟା ପରେ ଗଛ ସନ୍ଧିରୁ ଶିଶୁଟିକୁ ଉଦ୍ଧାର କରାଯାଇଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।