Balasore: ଭାଇକୁ ରାଖି ବାନ୍ଧିବାକୁ ଆସିଥିଲା ଭଉଣୀ ଭୁଶୁଡ଼ି ପଡ଼ିଲା ମାଟି କାନ୍ଥ

Aug 29, 2026 - 14:22
Balasore: ଭାଇକୁ ରାଖି ବାନ୍ଧିବାକୁ ଆସିଥିଲା ଭଉଣୀ ଭୁଶୁଡ଼ି ପଡ଼ିଲା ମାଟି କାନ୍ଥ

"ବାଲେଶ୍ୱର: ଭାଇ ହାତରେ ରାଖି ବାନ୍ଧି ରକ୍ଷାବନ୍ଧନର ଖୁସି ପାଳିବାକୁ ଆସିଥିଲେ ଭଉଣୀ।

ହେଲେ ଖୁସିର ମୁହୂର୍ତ୍ତ କିଛିକ୍ଷଣରେ ଦୁଃଖରେ  ହୋଇଗଲା ପରିଣତ।

ଲଗାଣ ବର୍ଷାରେ ଦୁର୍ବଳ ହୋଇପଡ଼ିଥିବା ମାଟି କାନ୍ଥ ଅଧାରାତିରେ ଭୁଶୁଡ଼ି ପଡ଼ିବାରୁ କାନ୍ଥ ତଳେ ଚାପି ହୋଇଗଲେ ଭଉଣୀ।

ଏହି ଘଟଣାରେ ଗୁରୁତର ତିନିଜଣଙ୍କୁ ଉଦ୍ଧାର କରି ବାରିପଦା ମେଡିକାଲ କଲେଜରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

Advertisment ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ରାଧାକେଶରପୁର ଗ୍ରାମର ସୁଜାତା ସିଂ ରକ୍ଷାବନ୍ଧନ ଅବସରରେ ନିଜ ବଡ଼ଭାଇ ଶଙ୍କର ସିଂଙ୍କ ହାତରେ ରାକ୍ଷୀ ବାନ୍ଧିବା ପାଇଁ ନିଜ ଦୁଇ ବର୍ଷର ଶିଶୁକନ୍ୟା ଏଲସିବାଙ୍କ ସହ ବଡ଼ସାହି ବ୍ଲକ ଅଧୀନ ପାଟିସାରି ଗ୍ରାମକୁ ଆସିଥିଲେ।

ରାତିରେ ଖାଇପିଇ ସୁଜାତା ନିଜ ମାଆ ମିନତୀ ସିଂ ଓ ଦୁଇ ବର୍ଷର ଝିଅ ଏଲସିବାଙ୍କ ସହ ଅନ୍ୟ ଏକ ଘରେ ଶୋଇଥିଲେ।

ଦୀର୍ଘଦିନ ଧରି ଲାଗିରହିଥିବା ଲଗାଣ ବର୍ଷା ଯୋଗୁଁ ଘରର ମାଟି କାନ୍ଥ ଦୁର୍ବଳ ହୋଇପଡ଼ିଥିଲା।

ରାତିରେ ହଠାତ୍ କାନ୍ଥଟି ଭୁଶୁଡ଼ି ପଡ଼ି ସୁଜାତା, ତାଙ୍କ ମାଆ ମିନତୀ ଓ ଦୁଇ ବର୍ଷର ଶିଶୁ ଏଲସିବାଙ୍କ ଉପରେ ପଡ଼ିଥିଲା।

କାନ୍ଥ ଭୁଶୁଡ଼ିବାର ଶବ୍ଦ ଶୁଣି ପରିବାର ଲୋକେ ତୁରନ୍ତ ଘଟଣାସ୍ଥଳକୁ ଧାଇଁ ଯାଇଥିଲେ।

ପରିବାର ଲୋକେ ତିନିଜଣଙ୍କୁ ଉଦ୍ଧାର କରି ତୁରନ୍ତ ବାରିପଦା ମେଡିକାଲ କଲେଜକୁ ନେଇଯାଇଥିଲେ।

ସେଠାରେ ସେମାନଙ୍କର ଚିକିତ୍ସା ଚାଲିଛି।

ମୁଖ୍ୟମନ୍ତ୍ରୀ ସତୀସନଙ୍କ ସୁରକ୍ଷାଦଳକୁ ଅବରୋଧ କରିବା ଅଭିଯୋଗ: କଂଗ୍ରେସ ନେତା ଚେନ୍ଥି ଅନି ଗିରଫ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।