Balianta Murder Mystery: ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାରେ ଆସିଲା ପୋଷ୍ଟମର୍ଟମ ରିପୋର୍ଟ, ଏଇ କାରଣ ପାଇଁ ହୋଇଛି ମୃତ୍ୟୁ
ସୌମ୍ୟରଞ୍ଜନ ସ୍ୱାଇଁଙ୍କ ହତ୍ୟା ମାମଲାରେ ଆସିଲା ପୋଷ୍ଟମର୍ଟମ ରିପୋର୍ଟ । ବାଲିଅନ୍ତା ଥାନା ଅଞ୍ଚଳରେ ଜିଆରପି କନଷ୍ଟେବଲ୍ ସୌମ୍ୟରଞ୍ଜନଙ୍କୁ କିଛି ଲୋକ ନିସ୍ତୁକ ମାଡ଼ ମାରିବା ପରେ ତାଙ୍କର ମୃତ୍ୟୁ ଘଟିଥିଲା । ରାଜଧାନୀ ଉପକଣ୍ଠରେ ଏହି ହତ୍ୟାକାଣ୍ଡକୁ ନେଇ ସରକାରଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଛି । ଏହି ଘଟଣାରେ ପୋଲିସର ଗିରଫଦାରୀ ଜାରି ରହିଛି ।
ମସ୍ତିଷ୍କରେ ଗଭୀର ଆଘାତ ଯୋଗୁଁ ସୌମ୍ୟଙ୍କ ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ସୌମ୍ୟଙ୍କ ଶରୀରର ୨୧ଟି ସ୍ଥାନରେ ଲାଗିଥିଲା ଗଭୀର ଆଘାତ । ତାଙ୍କୁ କଠିନ ଭାରି ବସ୍ତୁରେ ବାରମ୍ବାର ଆକ୍ରମଣ କରାଯାଇଥିବାର ରିପୋର୍ଟରେ ଦର୍ଶାଯାଇଛି । ଏହା ଏକ ହତ୍ୟାକାଣ୍ଡ ବୋଲି ରିପୋର୍ଟରେ ଏକ ପ୍ରକାର ସ୍ପଷ୍ଟ ହୋଇଛି ।
ନିଶା ଦ୍ରବ୍ୟ ସେବନ ସଂପର୍କରେ ଜାଣିବା ପାଇଁ ନମୁନା ସଂଗ୍ରହ କରାଯାଇ ପୋଲିସକୁ ଦିଆଯାଇଛି ।
ସୌମ୍ୟ ମୃତ୍ୟୁ; ଆସିଲା ପୋଷ୍ଟମର୍ଟମ ରିପୋର୍ଟ...
ବାଲିଅନ୍ତା ସୌମ୍ୟ ହତ୍ୟା ମାମଲା; ଆସିଲା ପୋଷ୍ଟମର୍ଟମ ରିପୋର୍ଟ..
ମସ୍ତିଷ୍କରେ ଗଭୀର ଆଘାତ ଯୋଗୁଁ ସୌମ୍ୟଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ...
ସୌମ୍ୟଙ୍କ ଶରୀରର ୨୧ଟି ସ୍ଥାନରେ ଲାଗିଥିଲା ଗଭୀର ଆଘାତ...
ସୌମ୍ୟଙ୍କୁ କଠିନ ଭାରି ବସ୍ତୁରେ ବାରମ୍ବାର ଆକ୍ରମଣ କରାଯାଇଛି...
ନିଶା ଦ୍ରବ୍ୟ ସେବନ ଜାଣିବା ପାଇଁ ନମୁନା ସଂଗ୍ରହ କରାଯାଇ ପୋଲିସକୁ ଦିଆଯାଇଛି...
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।