Bana Bhai's dream: ଭାଙ୍ଗିଗଲା ବନାଭାଇଙ୍କ ସ୍ବପ୍ନ: ୨୭ରେ ହୋଇଥାନ୍ତା ରାଧାରାଣୀଙ୍କ ନିର୍ବନ୍ଧ

Sep 20, 2026 - 06:48
Bana Bhai's dream: ଭାଙ୍ଗିଗଲା ବନାଭାଇଙ୍କ ସ୍ବପ୍ନ: ୨୭ରେ ହୋଇଥାନ୍ତା ରାଧାରାଣୀଙ୍କ ନିର୍ବନ୍ଧ

"ଜୟଦେବବିହାର ଛକବରଗଛ ମୂଳରେ ବନାଭାଇ ଢାବା କହିଲେ ଭୁବନେଶ୍ବରରେ କିଏ ନ ଜାଣେ!

ସୁସ୍ବାଦୁ ଖାଇବା ସାଙ୍ଗକୁ ତାଙ୍କ ଉତ୍ତମ ବ୍ୟବହାର, ତାଙ୍କୁ ବନମାଳିରୁ ବନାଭାଇର ପରିଚୟ ଦେଇଛି।

୩୫ବର୍ଷରୁ ଅଧିକ କାଳ ହେଲା ହୋଟେଲ୍ ବା ଢାବା କରିଥିବା ବନମାଳି ବେହେରାଙ୍କ ଢାବା ନିକଟରେ ଆଜି ଅସମ୍ଭାଳ ଭିଡ଼ ଥିଲା।

ବନାଭାଇ ତାଙ୍କ ପରିବାରର ୭ଜଣ  ସଦସ୍ୟଙ୍କୁ ହରାଇଥିବା ଖବର ଖେଳିଯିବା ପରେ ଏହି ଭିଡ଼ ହୋଇଥିଲା।

ସହରର ସବୁ କୋଣ ଅନୁକୋଣରୁ ଛୁଟିଆସିଥିଲେ ତାଙ୍କ ପ୍ରିୟ ଗ୍ରାହକମାନେ।

କିଏ ଆସି ବନମାଳିଙ୍କୁ ଆଉଁସି ଦେଉଥିଲା ତ କିଏ ସମବେଦନା ଜଣାଉଥିଲା।

କିନ୍ତୁ ବନମାଳିଙ୍କ କାନ୍ଦ ବନ୍ଦ ହେଉନଥିଲା।

ସବୁଠୁ ବେଶି କାନ୍ଦୁଥିଲେ ଢାବା ପଛ ବସ୍ତିର ବାସିନ୍ଦାମାନେ।

ବନାଭାଇଙ୍କୁ ବେଶି ଭଲ ପାଉଥିବା ବସ୍ତିବାସିନ୍ଦାମାନେ ତାଙ୍କ ସ୍ବପ୍ନର ସଂସାର ଉଜୁଡ଼ିଗଲା ବୋଲି କହି କାନ୍ଦି ପକାଉଥିଲେ।Advertisment Weekly Horoscope 2026 September 20 to September 26: ଜାଣନ୍ତୁ ଏ ସପ୍ତାହର ରାଶିଫଳ...

୨୭ରେ ହୋଇଥାନ୍ତା ରାଧାରାଣୀଙ୍କ ନିର୍ବନ୍ଧବନମାଳିଙ୍କ ପରିବାରର ମୃତ୍ୟୁବରଣ କରିଥିବା ୭ ସଦସ୍ୟଙ୍କ ମଧ୍ୟରେ ଝିଅ ରାଧାରାଣୀ ଅଛନ୍ତି।

ଆସନ୍ତା ସେପ୍ଟେମ୍ବର ୨୭ତାରିଖରେ ରାଧାରାଣୀଙ୍କର ନିର୍ବନ୍ଧ ହୋଇଥାନ୍ତା।

ରାଧା ଘରର ସାନଝିଅ ହୋଇଥିବାରୁ ବନାଭାଇ ତାଙ୍କ ବାହାଘର ଖୁବ୍ ଆଡ଼ମ୍ବର ସହକାରେ କରିଥାନ୍ତେ।

ଏଥିପାଇଁ ବର ବି ଠିକ୍ ହୋଇସାରିଥିଲା।

ନିର୍ବନ୍ଧ ପାଇଁ କାର୍ଡ ଛପା ହେବାଠୁ ଆରମ୍ଭ କରି ସବୁ କିଣାକିଣି ମଧ୍ୟ ସରିଥିଲା।

ହେଲେ ମହାକାଳେଶ୍ବର ଜ୍ୟୋତିର୍ଲିଙ୍ଗ ଯାତ୍ରାରେ ଯାଇଥିବା ରାଧାରାଣୀ ଯେ ଶେଷ ଯାତ୍ରାରେ ଯାଉଛନ୍ତି, ତାହା ପରିବାର ଲୋକେ ଜାଣି ନଥିଲେ।

ଆଉ ତାଙ୍କ ମୃତ୍ୟୁରେ ଏବେ ପୂରା ବସ୍ତି ଓ ସାଙ୍ଗସାଥୀ କାନ୍ଦୁଛନ୍ତି।ଘର ପ୍ରତିଷ୍ଠା ପାଇଁ ନିମନ୍ତ୍ରଣ କରିଥିଲେ ଶିବବନମାଳିଙ୍କ ପୁଅ ଶିବପ୍ରସାଦ ଗାଡ଼କଣସ୍ଥିତ ଗାଁରେ ଘର ତିଆରି କରୁଥିଲେ।

ଘର କାମ ପ୍ରାୟ ୯୦ଭାଗ ସରିଯାଇଥିବା ବେଳେ ଆଉ କିଛି କାମ ସାରି ପ୍ରତିଷ୍ଠା କରିଥା"ନ୍ତେ।

ଏଥିପାଇଁ ଶିବପ୍ରସାଦ ତାରିଖ ବି ଠିକ୍ କରିସାରିଥିଲେ।

ଭଉଣୀର ନିର୍ବନ୍ଧ ପରେ ଘର ପ୍ରତିଷ୍ଠା କରିବେ ବୋଲି ଆତ୍ମାରାମ ବସ୍ତିବାସିନ୍ଦାଙ୍କୁ କହିଥିଲେ।

ହେଲେ ବିଧିର ବିଧାନ କିଛି ଭିନ୍ନ ଥିଲା।

ପତ୍ନୀ ବିସ୍ମୟୀଙ୍କୁ ନୂଆ ଘରେ ଜଗିବାକୁ କହି ପୁଅଝିଅଙ୍କୁ ନେଇ ମଧ୍ୟପ୍ରଦେଶ ବୁଲିବାକୁ ଯାଇଥିଲେ।

ଘର ପ୍ରତିଷ୍ଠା କରିବା ସ୍ବପ୍ନ ତାଙ୍କର ଅଧୁରା ରହିଗଲା।

ସମବେଦନା ଜଣାଇଲେ ମେୟର ଓ ବିଧାୟକମଧ୍ୟପ୍ରଦେଶରେ ନାଳରେ ଭାସିଯାଇ ୭ଜଣ ଓଡ଼ିଆ ମୃତ୍ୟୁବରଣ କରିବା ଘଟଣାରେ ବିଏମ୍‌ସି ମେୟର ସୁଲୋଚନା ଦାସ ଓ ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ ରାଉତ ଜୟଦେବବିହାରସ୍ଥିତ ଆତ୍ମାରାମ ବସ୍ତିରେ ରହୁଥିବା ବନମାଳି ବେହେରା ଓ ତାଙ୍କ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇଛନ୍ତି।

ଏହି ସହିତ କିଭଳି ଭାବରେ ମୃତକଙ୍କ ମରଶରୀର ଖୁବ୍‌ଶୀଘ୍ର ଓଡ଼ିଶା ଫେରିବ ସେ ନେଇ ଜିଲ୍ଲାପାଳ, ଉପଜିଲ୍ଲାପାଳ, ରାଜସ୍ବ ନିରୀକ୍ଷକ ଏବଂ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ ସହିତ ଆଲୋଚନା କରିଛନ୍ତି।

Rescue: ୨ ମା"ଛେଉଣ୍ଡ ଛୁଆଙ୍କୁ ବିକିଦେଲେ ୨ ବାପା; ସାହୁକାର ଘରୁ ଖସିଆସି ୨୦ କିମି ଚାଲିଲେ ବନମାଳିଙ୍କ ପତ୍ନୀ ଅନସୂୟା ପୁଅ, ଝିଅଜ୍ବାଇଁ ମଧ୍ୟପ୍ରଦେଶ ଯିବା କଥା ଲୁଚାଇଥିଲେ।

କାରଣ ବନମାଳି ପୁଅ, ଝିଅଙ୍କୁ ବାହାରକୁ ଗଲେ ଅଘଟଣ ଘଟିବ ଭାବି ସବୁବେଳେ ବିରୋଧ କରୁଥିଲେ।

ତେଣୁ ସେମାନଙ୍କୁ କିଛି କାରଣ ଦେଖାଇ ଅଟକାଉଥିଲେ।

ତେଣୁ ମଝିଆ ଜ୍ବାଇଁ ଜ୍ଞାନେନ୍ଦ୍ରଙ୍କ ରାଉରକେଲା ଘରେ ସମ୍ପତ୍ତି ଭାଗବଣ୍ଟା ହେବ ବୋଲି ବନମାଳିଙ୍କୁ କହିଥିଲେ।

ତେଣୁ ପୁଅ, ଝିଅ ସେଠାକୁ ଯାଇ ଭାଗବଣ୍ଟା କଥା ବୁଝିବେ ଏବଂ ନାତିନାତୁଣୀ ରାଉରକେଲାରେ ବୁଲିବେ ବୋଲି କହିଥିଲେ।

ଆଜି ସକାଳେ ଯେତେବେଳେ ବନମାଳିଙ୍କ ପୁତୁରା ନିରଞ୍ଜନ ପୁଅ, ଝିଅଜ୍ବାଇଁ ଓ ନାତିନାତୁଣୀଙ୍କ ମୃତ୍ୟୁ ଖବର ଦେଇଥିଲେ ତାଙ୍କ ମୁଣ୍ଡରେ ସତେ ଯେମିତି ପାହାଡ଼ ଛିଡ଼ିପଡ଼ିଥିଲା।

ସେ ହଠାତ୍ ଏହି କଥାକୁ ଗ୍ରହଣ କରିପାରିନଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।