Bank: ବ୍ୟାଙ୍କ ଧର୍ମଘଟ ସ୍ଥଗିତ

Sep 28, 2026 - 04:29
Bank: ବ୍ୟାଙ୍କ ଧର୍ମଘଟ ସ୍ଥଗିତ

"ଭୁବନେଶ୍ବର: ୟୁନାଇଟେଡ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିୟନ୍‌ସ (ୟୁଏଫ୍‌ବିୟୁ) ପକ୍ଷରୁ ଆସନ୍ତାକାଲି (ସୋମବାର)ଠାରୁ କରାଯିବାକୁ ଥିବା ୩ଦିନିଆ ବ୍ୟାଙ୍କ ଧର୍ମଘଟ ସ୍ଥଗିତ ହୋଇଛି।

ଭାରତୀୟ ବ୍ୟାଙ୍କ ସଂଘ (ଆଇବିଏ) ଓ ୟୁଏଫ୍‌ବିୟୁ ମଧ୍ୟରେ ରାତିରେ ହୋଇଥିବା ଏକ ଆଲୋଚନା ପରେ ଧର୍ମଘଟ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା।

ସଂପ୍ରତି ମାସର ଦ୍ବିତୀୟ ଓ ଚତୁର୍ଥ ଶନିବାରକୁ ଛୁଟି ଘୋଷଣା କରାଯାଇଛି।

Advertisment Bank strike: ସେପ୍ଟେମ୍ବର ୨୮ରୁ ଦେଶବ୍ୟାପୀ ୩ ଦିନିଆ ବ୍ୟାଙ୍କ ଧର୍ମଘଟ ଅବଶିଷ୍ଟ ଶନିବାରଗୁଡ଼ିକୁ ଛୁଟି ଘୋଷଣା କରିବା ବିଷୟରେ ବିଚାର କରିବା ପାଇଁ ଆଇବିଏ ଓ ୟୁଏଫ୍‌ବିୟୁର ପ୍ରତିନିଧିଙ୍କୁ ନେଇ ତୁରନ୍ତ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବ।

ପ୍ରଦର୍ଶନ ଆଧାରିତ ପ୍ରୋତ୍ସାହନ (ପିଏଲ୍‌ଆଇ) ସ୍କିମ୍‌ରେ ଆବଶ୍ୟକ ପରିବର୍ତ୍ତନ ଆଣିବା ପାଇଁ ଆଇବିଏ ସହ ଆଲୋଚନା କରାଯିବ।

ଅବଶିଷ୍ଟ ଦାବିଗୁଡ଼ିକର କିଭଳି ସମାଧାନ ହୋଇପାରିବ ତାହା ଉପରେ ମଧ୍ୟ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି।

ଏହି ସମସ୍ତ ବିଷୟ ବିଚାରକୁ ନେଇ ଧର୍ମଘଟ ସ୍ଥଗିତ ରଖାଯାଇଥିବା ୟୁଏଫ୍‌ବିୟୁ ପକ୍ଷରୁ କୁହାଯାଇଛି।

Bank: ବ୍ୟାଙ୍କରେ ୫ଦିନିଆ କାର୍ଯ୍ୟ ଦାବି, ସରକାର ମାନିନାହାନ୍ତି ସ୍ପଷ୍ଟ କଲା ଅର୍ଥ ମନ୍ତ୍ରଣାଳୟ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।