Bank Holidays November 2026:: ନଭେମ୍ବରରେ ୧୬ ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ!
ନୂଆଦିଲ୍ଲୀ: ନଭେମ୍ବର ମାସ ପର୍ବପର୍ବାଣୀ ଦୃଷ୍ଟିରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିବ।
ଏହି ମାସରେ ଦୀପାବଳି, ଗୋବର୍ଦ୍ଧନ ପୂଜା, ଭାଇ ଦୂଜ, ଛଟ୍ ପୂଜା ଏବଂ ଗୁରୁ ନାନକ ଜୟନ୍ତୀ ଭଳି ଅନେକ ପର୍ବ ପାଳନ କରାଯିବ।
ତେଣୁ ବ୍ୟାଙ୍କ ସମ୍ବନ୍ଧୀୟ କୌଣସି ଜରୁରୀ କାମ ଥିଲେ ତାହା ପୂର୍ବରୁ ଶେଷ କରିନେବା ଭଲ।
Advertisment ନଭେମ୍ବର ୨୦୨୬ରେ ରବିବାର ଏବଂ ମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାରକୁ ମିଶାଇ ମୋଟ ୭ ଦିନ ବ୍ୟାଙ୍କ ବନ୍ଦ ରହିବ।
ଏହାବ୍ୟତୀତ ବିଭିନ୍ନ ରାଜ୍ୟ ଓ ସହରରେ ପର୍ବପର୍ବାଣୀ ପାଇଁ ଆଉ ୯ ଦିନ ବ୍ୟାଙ୍କ ଶାଖା ବନ୍ଦ ରହିବ।
ଏହିପରି ନଭେମ୍ବର ମାସରେ ମୋଟ ୧୬ ଦିନ ବ୍ୟାଙ୍କ ବନ୍ଦ ରହିବ।
ନଭେମ୍ବରରେ ବ୍ୟାଙ୍କ ଛୁଟି ତାଲିକା ନଭେମ୍ବର ୯: ଦୀପାବଳି, ଲକ୍ଷ୍ମୀ ପୂଜା, ଗୋବର୍ଦ୍ଧନ ପୂଜା, ବିଶ୍ୱକର୍ମା ଦିବସ ନଭେମ୍ବର ୧୦: ବାଲି ପ୍ରତିପଦା, ଗୋବର୍ଦ୍ଧନ ପୂଜା, ଲକ୍ଷ୍ମୀ ପୂଜା, ବିକ୍ରମ ସମ୍ବତ ନବବର୍ଷ ନଭେମ୍ବର ୧୧ :ଭାଇ ଦୂଜ, ନିଙ୍ଗୋଲ ଚକୌବା, ଲକ୍ଷ୍ମୀ ପୂଜା, ଚିତ୍ରଗୁପ୍ତ ଜୟନ୍ତୀ ନଭେମ୍ବର ୧୩: ୱାଙ୍ଗଲା ଉତ୍ସବ ନଭେମ୍ବର ୧୬: ଛଟ୍ ପୂଜା ନଭେମ୍ବର୨୦: ଇଗାସ-ବଗୱାଲ ନଭେମ୍ବର ୨୩: ସେଙ୍ଗ କୁଟ୍ ସ୍ନେମ୍ ନଭେମ୍ବର୨୪: ଗୁରୁ ନାନକ ଜୟନ୍ତୀ, କାର୍ତ୍ତିକ ପୂର୍ଣ୍ଣିମା, ରାହସ ପୂର୍ଣ୍ଣିମା ନଭେମ୍ବର୨୭: କନକଦାସ ଜୟନ୍ତୀ ପର୍ବପର୍ବାଣୀ ବ୍ୟତୀତ ନଭେମ୍ବର ମାସରେ ପ୍ରତି ରବିବାର ଏବଂ ଦ୍ୱିତୀୟ ଓ ଚତୁର୍ଥ ଶନିବାରରେ ବ୍ୟାଙ୍କ ବନ୍ଦ ରହିବ।
ଉକ୍ତ ଛୁଟିଦିନଗୁଡ଼ିକର ତାଲିକା ନିମ୍ନରେ ପ୍ରଦତ୍ତ - ୧ ନଭେମ୍ବର – ରବିବାର - ୮ ନଭେମ୍ବର – ରବିବାର - ୧୪ ନଭେମ୍ବର – ଦ୍ୱିତୀୟ ଶନିବାର - ୧୫ ନଭେମ୍ବର – ରବିବାର - ୨୨ ନଭେମ୍ବର – ରବିବାର - ୨୮ ନଭେମ୍ବର – ଚତୁର୍ଥ ଶନିବାର - ୨୯ ନଭେମ୍ବର – ରବିବାର ବ୍ୟାଙ୍କ ଛୁଟି ଦିନରେ କେଉଁ ସେବା ଚାଲୁ ରହିବ?
ବ୍ୟାଙ୍କ ଶାଖା ବନ୍ଦ ରହିଲେ ମଧ୍ୟ ସମସ୍ତ ବ୍ୟାଙ୍କିଙ୍ଗ୍ କାର୍ଯ୍ୟ ବନ୍ଦ ହୋଇଯିବ ନାହିଁ।
ଛୁଟି ଦିନରେ ମଧ୍ୟ ଗ୍ରାହକମାନେ ଏଟିଏମ୍ରୁ ଟଙ୍କା ଉଠାଇବା, ମୋବାଇଲ୍ ଓ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍, ୟୁପିଆଇ ମାଧ୍ୟମରେ ପେମେଣ୍ଟ, ଟଙ୍କା ଟ୍ରାନ୍ସଫର୍ ଏବଂ ଅନଲାଇନ୍ରେ ବାଲାନ୍ସ ଯାଞ୍ଚ ଭଳି ସେବା ପାଇପାରିବେ।
ବ୍ୟାଙ୍କ ଛୁଟି ରାଜ୍ୟ ଓ ସହର ଅନୁସାରେ ଭିନ୍ନ ହୋଇଥାଏ।
ତେଣୁ ବ୍ୟାଙ୍କ ଯିବା ପୂର୍ବରୁ ନିଜ ଅଞ୍ଚଳର ଛୁଟି ତାଲିକା ଯାଞ୍ଚ କରିନିଅନ୍ତୁ।
ଜେଲ୍ରୁ ୧୭ଜଣ କଏଦୀ ଫେରାର ଘଟଣାରେ ଡେପୁଟି ଜେଲ୍ ସୁପରିଟେଣ୍ଡେଣ୍ଟ ବହିଷ୍କୃତ, ୧୭ଜଣ କର୍ମଚାରୀ ନିଲମ୍ବିତ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।