Bank Strike: ଟଳିଲା ୩ ଦିନିଆ ବ୍ୟାଙ୍କ ଧର୍ମଘଟ!,  ୨୮ରୁ ୩୦ ସେପ୍ଟେମ୍ବର ବନ୍ଦ ହେବନି ବ୍ୟାଙ୍କ

Sep 28, 2026 - 07:13
Bank Strike: ଟଳିଲା ୩ ଦିନିଆ ବ୍ୟାଙ୍କ ଧର୍ମଘଟ!,  ୨୮ରୁ ୩୦ ସେପ୍ଟେମ୍ବର ବନ୍ଦ ହେବନି ବ୍ୟାଙ୍କ

" ନୂଆଦିଲ୍ଲୀ: ବ୍ୟାଙ୍କ ଗ୍ରାହକଙ୍କ ପାଇଁ ବଡ଼ ଆଶ୍ୱସ୍ତି।

୩ ଦିନ ଧରି ବ୍ୟାଙ୍କରେ ତାଲା ପଡ଼ିବ ବୋଲି ଯେଉଁ ଆଶଙ୍କା ଥିଲା, ତାହା ଏବେ ଟଳିଯାଇଛି।

୨୮ରୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟକୁ ସ୍ଥଗିତ ରଖାଯାଇଛି।

ଇଣ୍ଡିଆନ୍ ବ୍ୟାଙ୍କସ୍ ଆସୋସିଏସନ୍ ଓ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ୍ସ ମଧ୍ୟରେ ହୋଇଥିବା ବୈଠକ ପରେ ଏହି ନିଷ୍ପତ୍ତି ହୋଇଛି।

ଫଳରେ ଲକ୍ଷ ଲକ୍ଷ ଗ୍ରାହକଙ୍କ ଚିନ୍ତା ଦୂର ହୋଇଛି।

ଦେଶର ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀଙ୍କ ୭ଟି ସଂଗଠନକୁ ନେଇ ଗଠିତ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ୍ସ ବା ୟୁଏଫ୍‌ବିୟୁ ଏହି ଧର୍ମଘଟର ଆହ୍ୱାନ କରିଥିଲା।

ପ୍ରାୟ ୮ ଲକ୍ଷ ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀ ଏଥିରେ ସାମିଲ ହେବାକୁ ଥିଲେ।

ଦେଶର ୧ ଲକ୍ଷ ୮୧ ହଜାରରୁ ଅଧିକ ବ୍ୟାଙ୍କ ଶାଖାର କାର୍ଯ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଥିଲା।Advertisment CPIM: ଇସିଆଇ ସ୍ପଷ୍ଟୀକରଣକୁ ସିପିଆଇଏମ୍‌ର ପ୍ରତ୍ୟାଖ୍ୟାନ: ଜ୍ଞାନେଶ କୁମାରଙ୍କ ବହିଷ୍କାର ଦାବି ଧର୍ମଘଟର ମୁଖ୍ୟ କାରଣ ଥିଲା "ଫାଇଭ୍-ଡେ ବ୍ୟାଙ୍କିଂ" ବା ସପ୍ତାହକୁ ୫ ଦିନ କାର୍ଯ୍ୟ ପ୍ରଣାଳୀ ଲାଗୁ କରିବା ଦାବି।

ବ୍ୟାଙ୍କ କର୍ମଚାରୀମାନେ ଦୀର୍ଘ ଦିନ ଧରି ଶନିବାର ଓ ରବିବାର ଛୁଟି ସହ ୫ ଦିନିଆ କାର୍ଯ୍ୟ ବ୍ୟବସ୍ଥା ଦାବି କରିଆସୁଛନ୍ତି।

ୟୁନିୟନ୍‌ର ଅଭିଯୋଗ ଥିଲା ଯେ, ସରକାର ପକ୍ଷରୁ ଏହା ଉପରେ କୌଣସି ସ୍ପଷ୍ଟ ଆଶ୍ୱାସନ ମିଳିନାହିଁ।

ଅନ୍ୟପଟେ, ଅର୍ଥ ମନ୍ତ୍ରଣାଳୟ ବ୍ୟାଙ୍କ କର୍ମଚାରୀଙ୍କୁ ଧର୍ମଘଟ ନକରି ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ଅନୁରୋଧ କରିଥିଲା।

ମନ୍ତ୍ରଣାଳୟ କହିଥିଲା, ୟୁନିୟନ୍‌ର ଅଧିକାଂଶ ଦାବି ଉପରେ ପୂର୍ବରୁ ବିଚାର କରାଯାଇଛି।

ଏବେ ଆଇବିଏ ଓ ୟୁଏଫ୍‌ବିୟୁ ମଧ୍ୟରେ ଆଲୋଚନା ଜାରି ରହିବା ସହ ଧର୍ମଘଟକୁ ସ୍ଥଗିତ ରଖାଯାଇଛି।

ତେଣୁ ଆସନ୍ତା ୩ ଦିନ ବ୍ୟାଙ୍କ ସେବା ସ୍ୱାଭାବିକ ଭାବେ ଚାଲିବ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।