Bank strike: ସେପ୍ଟେମ୍ବର ୨୮ରୁ ଦେଶବ୍ୟାପୀ ୩ ଦିନିଆ ବ୍ୟାଙ୍କ ଧର୍ମଘଟ

Sep 27, 2026 - 17:27
Bank strike: ସେପ୍ଟେମ୍ବର ୨୮ରୁ ଦେଶବ୍ୟାପୀ ୩ ଦିନିଆ ବ୍ୟାଙ୍କ ଧର୍ମଘଟ

"ଭୁବନେଶ୍ବର (ରୁଦ୍ର ଜେନା): ୟୁନାଇଟେଡ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିୟନ୍ସ (ୟୁଏଫ୍‌ବିୟୁ) ପକ୍ଷରୁ ସୋମବାର ଠାରୁ ୩ ଦିନିଆ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ଡାକରା ଦିଆଯାଇଛି।

ସପ୍ତାହରେ ୫ ଦିନ କାର୍ଯ୍ୟଦିବସକୁ ଲାଗୁ କରିବା ସହିତ ଅନ୍ୟାନ୍ୟ ଦାବିରେ ରାଷ୍ଟ୍ରାୟତ୍ତ ଓ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କର କର୍ମଚାରୀମାନେ ଧର୍ମଘଟକୁ ଓହ୍ଲାଇଛନ୍ତି।

Advertisment ଧର୍ମଘଟ ପାଇଁ ବ୍ୟାଙ୍କିଂ ସେବା ପ୍ରଭାବିତ ହେବାକୁ ଥିବାରୁ ସରକାର ରବିବାର (୨୭ ତାରିଖ) ବ୍ୟାଙ୍କ ଖୋଲିବା ପାଇଁ ରାଷ୍ଟ୍ରାୟତ୍ତ ଓ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି।

ତଦନୁଯାୟୀ ଆଜି ବ୍ୟାଙ୍କଗୁଡ଼ିକ ଖୋଲା ରହିଛି।

କିନ୍ତୁ ସୋମବାରଠାରୁ ଧର୍ମଘଟ ହେଲେ ସାରା ଦେଶରେ ବ୍ୟାଙ୍କିଂ ସେବା ପ୍ରଭାବିତ ହେବ।

ଓଡ଼ିଶାରେ ପ୍ରାୟ ୩୦୦୦ ବ୍ୟାଙ୍କ ଶାଖା ବନ୍ଦ ରହିବ।

୩୬ ହଜାର କର୍ମଚାରୀ ଏଥିରେ ସାମିଲ ହେବେ।

ରାଜଧାନୀ ଭୁବନେଶ୍ବରରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ସମ୍ମୁଖରେ କର୍ମଚାରୀମାନେ ଧାରଣାରେ ବସିବେ ବୋଲି ୟୁଏଫ୍‌ବିୟୁର ଓଡ଼ିଶା ଆବାହକ ଚିତ୍ତରଞ୍ଜନ ପଣ୍ଡା କହିଛନ୍ତି।

ସେ କହିଛନ୍ତି ଯେ ବ୍ୟାଙ୍କ ଧର୍ମଘଟକୁ ଦୁର୍ବଳ କରିବା ନିମନ୍ତେ ସରକାର ଇତିହାସରେ ପ୍ରଥମ ଥର ପାଇଁ ରବିବାର ବ୍ୟାଙ୍କ ଖୋଲିଛନ୍ତି।

ଗ୍ରାହକମାନଙ୍କୁ ବାରମ୍ବାର ବାର୍ତ୍ତା ପଠାଇ ଅସୁବିଧାରେ ପକାଉଛନ୍ତି।

Bank strike: ବ୍ୟାଙ୍କ ଧର୍ମଘଟ ଟାଳିବାକୁ ଆଲୋଚନା ବିଫଳ ଆଜି ବ୍ୟାଙ୍କ ଖୋଲିଥିବାରୁ ସେମାନଙ୍କୁ ଅନ୍ୟ ଏକ ଦିନରେ ଛୁଟି ଦେବାକୁ ପଡ଼ିବ କିମ୍ବା ଦୁଇଗୁଣା ଅଧିକ ଅର୍ଥ ଦେବାକୁ ପଡ଼ିବ।

ଏ ବାବଦରେ ସରକାରଙ୍କୁ ପ୍ରାୟ ୨୫୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ହେବ।

ସରକାର ଏଭଳି କାର୍ଯ୍ୟ କରିବାକୁ ପ୍ରସ୍ତୁତ ଥିବାବେଳେ କର୍ମଚାରୀମାନଙ୍କ ନାଯ୍ୟା ଦାବିକୁ ମାନୁ ନାହାନ୍ତି।

ସରକାର ଯେ ପର୍ଯ୍ୟନ୍ତ ବ୍ୟାଙ୍କରେ ୫ ଦିନିଆ କାର୍ଯ୍ୟଦିବସ କରିବା ନେଇ ଲିଖିତ ପ୍ରତିଶ୍ରୁତି ଦେଇନାହାନ୍ତି ସେ ପର୍ଯ୍ୟନ୍ତ ସଂଘ ଧର୍ମଘଟରୁ ଓହରିବ ନାହିଁ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ଧର୍ମଘଟ ଦ୍ବାରା ଶାଖା‌ରେ ଟଙ୍କା ଜମା ଓ ଉଠାଣ, ପାସ୍‌ବୁକ୍‌ ଅପଡେଟ୍‌, ଚେକ୍‌ କ୍ଲିୟରାନ୍ସ, ଡିମାଣ୍ଡ ଡ୍ରାଫ୍ଟ, କେୱାଇସି ଓ ଆକାଉଣ୍ଟ ସମ୍ବନ୍ଧିତ କାର୍ଯ୍ୟ, ଋଣ କାର୍ଯ୍ୟ, ଲକର ସେବା ଏବଂ ବ୍ୟାଙ୍କର ଅର୍ଦ୍ଧବାର୍ଷିକ କ୍ଲୋଜିଂ କାର୍ଯ୍ୟ ବାଧାପ୍ରାପ୍ତ ହେବ।

ଏହାବ୍ୟତୀତ ଏଟିଏମ୍‌ରେ ମଧ୍ୟ ଟଙ୍କା ଶେଷ ହୋଇଯିବା ଆଶଙ୍କା ରହିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।