Bank Theft: ବ୍ୟାଙ୍କ ପରିସରରୁ ବରିଷ୍ଠ ନାଗରିକଙ୍କ ଠାରୁ ୫୦ ହଜାର ପକେଟ୍ ମାର୍!

Oct 07, 2026 - 20:07
Bank Theft: ବ୍ୟାଙ୍କ ପରିସରରୁ ବରିଷ୍ଠ ନାଗରିକଙ୍କ ଠାରୁ ୫୦ ହଜାର ପକେଟ୍ ମାର୍!

"ଚମ୍ପୁଆ (ପରମା ନନ୍ଦ ମହାନ୍ତ): କେନ୍ଦୁଝର ଜିଲ୍ଲା ଚମ୍ପୁଆ ସହରସ୍ଥିତ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖା ଭିତରେ ଜଣେ ବରିଷ୍ଠ ନାଗରିକଙ୍କ ଠାରୁ ୫୦ ହଜାର ଟଙ୍କା ପକେଟ୍ ମାର୍ ହୋଇଥିବା ଅଭିଯୋଗ ହୋଇଛି।

ଏନେଇ ବରିଷ୍ଠ ନାଗରିକ ‌ଧନେଶ୍ବର ମହାକୁଡ଼ ଥାନାରେ ଅଭିଯୋଗ କରିଛନ୍ତି।Advertisment ସୂଚନା  ଅନୁସାରେ ଆଜି ପୂର୍ବାହ୍ନରେ ଶଶାଙ୍ଗ ଗ୍ରାମର ଧନେଶ୍ୱର ମହାକୁଡ଼ ନିଜ ଘର ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକମାନଙ୍କୁ ମଜୁରୀ ପ୍ରଦାନ ପାଇଁ ଉକ୍ତ ବ୍ୟାଙ୍କ ଶାଖାରୁ ନିଜ ଜମା ଖାତାରୁ ୫୦ ହଜାର ଟଙ୍କା ଉଠାଇଥିଲେ।

ଟଙ୍କା ଗଣି ସାରିବା ପରେ ସେ ତାହାକୁ ନିଜ ପ୍ୟାଣ୍ଟ ପକେଟରେ ରଖି କାଉଣ୍ଟର ନିକଟରେ ପାସ୍ ବୁକ୍ ଅପଡେଟ୍ କରୁଥିଲେ।

କାମ ସାରିବା ପରେ ଧନେଶ୍ୱର ନିଜ ପକେଟ୍ ଯାଞ୍ଚ କରିବାରୁ ଟଙ୍କା ପକେଟ୍ ମାର୍ ହୋଇଥିବା ଜାଣିବାକୁ ପାଇଥିଲେ।

BOI: ବ୍ୟାଙ୍କ ଅଫ୍ ଇଣ୍ଡିଆର କିଷାନ ଦିବସ ସେ ତୁରନ୍ତ ଏ ବାବଦରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବା ସହିତ ଚମ୍ପୁଆ ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗକୁ ଆଧାର କରି ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତ ପକେଟମାର୍ ସମ୍ପର୍କରେ କୌଣସି ସୁରାକ୍ ମିଳିପାରି ନାହିଁ।

ଦିନଦ୍ୱିପ୍ରହରରେ ବ୍ୟାଙ୍କ ଭିତରେ ଏଭଳି ଘଟଣା ଘଟିବା ଗ୍ରାହକମାନଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।