Bari BDO Vs Block Chariman ବରୀ ବ୍ଲକ ବଡ଼ିଓଙ୍କୁ ସମିତି ଅଧ୍ୟକ୍ଷଙ୍କ ହତ୍ୟା ଧମକ, ଥାନାରେ ମାମଲା
"ବରୀ: ବରୀ ବ୍ଲକ ବିଡିଓ ମିନତୀ ଜଗଦ୍ଦେବ ଙ୍କୁ ତାଙ୍କ ଅଫିସ ଭିତରେ ପଶି ବରୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ଗେଡ଼ି ହତ୍ୟା ଧମକ ଦେଇଥିବା ବିଡ଼ିଓ ବରୀ ଥାନାରେ ଅଭଯୋଗ କରିଛନ୍ତି।
ବିଡ଼ିଓଙ୍କ ଅଭଯୋଗକୁ ନେଇ ଥାନା ପକ୍ଷରୁ ୩୪୯/୨୬ ରେ ଏକ ମାମଲା ରଜୁ କରାଯାଇଥିବା ଜଣାପଡ଼ିଛି।Advertisment ଏସଂପର୍କରେ ଅଧକ୍ଷ ଶ୍ରୀ ଗେଡ଼ିଙ୍କୁ ପଚାରବାରୁ କହନ୍ତି ଯେ ଆଜି ମୁଁ ବ୍ଲକର ମୋ ଅଫିସରେ ଥାଇ ୪/୫ ଥର ବିଡ଼ିଓଙ୍କୁ ଫୋନ କଲେମଧ୍ୟ ସେ ମୋ ଫୋନ ଉଠାଇ ନଥିଲେ।
ତେଣୁ ମୁଁ ତାଙ୍କ ଅଫିସକୁ ଯାଇଥିଲ, ମାତ୍ର ବିଡ଼ିଓ ମୋତେ ସେଠାରେ ବସିବାକୁ ଚେୟାର ଦେଇନଥିଲେ କି ସମ୍ମାନ ମଧ୍ୟ ଜଣାଇ ନଥିଲେ।
କଛି ସମୟ ଛିଡ଼ା ହୋଇ ରହବା ପରେ ତାଙ୍କୁ କାହିଁକି ପଞ୍ଚାୟତ ସମତି ବୈଠକ ବାତିଲ ପାଇଁ ମୋର ଅନୁମତି ନନେଇ ଚିଠି କଲ ବୋଲ ପଚାରିଥିଲି।
ଏଥିସହିତ ଓଡ଼ଶା ସାରା ବକାଶ ଧାରା ଯୋଜନାରେ ନିର୍ମାଣ ହୋଇଥିବା ପ୍ରକଳ୍ପର ବଲ ପୈଠ କରାଯାଉ ନାହଁ।
କାହିଁକି ବ୍ଲକର ସରକାରୀ ଗାଡ଼ି ସରକାରୀ ତେଲରେ ଆପଣ ପୁଣ ଭୂବନେଶ୍ବର ବୁଲୁଛନ୍ତି।
ବୈଠକ ବାତିଲର କାରଣ ଉତ୍ତର ଦେବାକୁ ଯାଇ କହିଥିଲେ ଯେ ସେମାନେ ଗଣ୍ଡଗୋଳ କଲେ, ତେବେ ଆପଣ ଥାନାରେ ଅଭିଯୋଗ କରିଛନ୍ତି କି , ସେ ସମୟର ସିସିଟିଭି ରେକଡିଂ ଦିଅ ବୋଲି କହିଥିଲେ।
ଏହାକୁ ନେଇ ଯୁକ୍ତିତର୍କ ହୋଇଥିଲା, ମାତ୍ର ବିଡ଼ିଓ ଥାନାରେ କରଥିବା ହତ୍ୟାଧମକ ଅଭିଯୋଗ ଭତିହୀନ ବୋଲି କହିଥିଲେ।
ଏସଂପର୍କରେ ବିଡ଼ିଓ ଙ୍କୁ ପଚାରିବାରୁ କହନ୍ତି ଯେ ଅଧ୍ୟକ୍ଷ ମୋ ଅଫିସକୁ ଆସି ସିଧା ସଳଖ ମୋତେ ହତ୍ୟା ଧମକ ଦେବା ସହିତ ମଡର କରଦେବାକୁ କହଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।