Bay of Bengal Low Pressure May Intensify: ବଙ୍ଗୋପସାଗରରେ ପୁଣି ବାତ୍ୟା ଭୟ, ଓଡ଼ିଶା ଉପକୂଳକୁ ମାଡ଼ ହେବ କି?

Oct 21, 2026 - 15:20
Bay of Bengal Low Pressure May Intensify: ବଙ୍ଗୋପସାଗରରେ ପୁଣି ବାତ୍ୟା ଭୟ, ଓଡ଼ିଶା ଉପକୂଳକୁ ମାଡ଼ ହେବ କି?

ବଙ୍ଗୋପ ସାଗରରେ ପୁଣି ଏକ ବାତ୍ୟା ଆଶଂକା। ଓଡ଼ିଶା ଓ ଆନ୍ଧ୍ର ଉପକୂଳରେ ମାଡ଼ ହୋଇପାରେ ଏହି ବାତ୍ୟା। ଏଭଳି ଆକଳନ କରିଛନ୍ତି ପାଣିପାଗ ପୂର୍ବାନୁମାନ କରୁଥିବା କିଛି ବିଦେଶୀ ସଂସ୍ଥା। ତେବେ ଭାରତୀୟ ପାଣିପାଗ ପକ୍ଷରୁ ବାତ୍ୟା ଆକଳନ କରାଯାଇନାହିଁ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ଘୂର୍ଣ୍ଣିଝଡ଼ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉପକୂଳରେ ମାଡ଼ ହୋଇପାରେ। ଏବେ ଉତ୍ତର ତାମିଲନାଡୁ ଉପକୂଳ ନିକଟ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଏକ ଉପର-ବାୟୁ ସଞ୍ଚାଳନ ପ୍ରକ୍ରିୟା ସକ୍ରିୟ ଅଛି। ଏହା ସମୁଦ୍ର ପତ୍ତନଠାରୁ ୫.୮ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି।

ଆସନ୍ତା ୨୩ ତାରିଖ ବେଳକୁ ଏହା ଲଘୁଚାପର ରୂପ ନେଇପାରେ। ପ୍ରଭାବରେ ଆଗାମୀ ତିନି ଦିନ ମଧ୍ୟରେ ଉପକୂଳ ଆନ୍ଧ୍ରପ୍ରଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଅନ୍ୟ ଅଞ୍ଚଳରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଏହି ପ୍ରଣାଳୀ ଅକ୍ଟୋବର ୨୭ ସୁଦ୍ଧା ଅବପାତରେ ପରିଣତ ହେବା ସହ କେନ୍ଦ୍ରୀୟ ବଙ୍ଗୋପସାଗରକୁ ଗତି କରିବ ବୋଲି ଅନୁମାନ କରାଯାଉଛି।

ଦୁଇ ଦିନ ମଧ୍ୟରେ ଏହା ଏକ ଘୂର୍ଣ୍ଣିଝଡ଼ରେ ପରିଣତ ହୋଇପାରେ। ମାସ ଶେଷ ସୁଦ୍ଧା ଏହି ପ୍ରଣାଳୀ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ମଧ୍ୟରେ ଉପକୂଳ ଅତିକ୍ରମ କରିପାରେ ବୋଲି ପୂର୍ବାନୁମାନ କରାଯାଉଛି। ଏହା ଉପରେ ସତର୍କ ଦୃଷ୍ଟି ରଖାଯାଇଛି। ଏହାର ପଥ ଏବଂ ତୀବ୍ରତା ସମ୍ପର୍କରେ ଆଗାମୀ ଦୁଇ ଦିନ ମଧ୍ୟରେ ସ୍ପଷ୍ଟ ବିବରଣୀ ସାମ୍ନାକୁ ଆସିବ।...

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।