BCCI: ବିସିସିଆଇ ସଭାପତି ମାନହାସଙ୍କୁ ଆଶ୍ୱସ୍ତି
ଜମ୍ମୁ: ଜନ୍ମତାରିଖରେ ଅନିୟମିତତା ଓ ଜାଲିଆତି ଅଭିଯୋଗରେ ବିସିସିଆଇ ସଭାପତି ମିଥୁନ ମାନହାସଙ୍କୁ ଆଶ୍ୱସ୍ତି ମିଳିଛି।
ଜନ୍ମତାରିଖ ଜାଲିଆତି ପାଇଁ ଏତଲା ରୁଜୁ କରିବା ଆବେଦନକୁ ଶନିବାର ଜମ୍ମୁର ସ୍ୱତନ୍ତ୍ର ରେଳବାଇ ମାଜିଷ୍ଟ୍ରେଟ୍ କୋର୍ଟ ଖାରଜ କରିଦେଇଛନ୍ତି।
ଏତଲା ରୁଜୁ ପାଇଁ ଯଥେଷ୍ଟ ପ୍ରମାଣ ନଥିବା ରାୟ ଦେଇଛନ୍ତି ବିଚାରପତି ସନ୍ଦୀପ ସିଂହ ସେନ୍।
Advertisment ମାନହାସଙ୍କ ଶିକ୍ଷାଗତ ପ୍ରମାଣପତ୍ର, ପ୍ୟାନ୍ ଓ ଆଧାର କାର୍ଡ ସମେତ ସରକାରୀ ଦସ୍ତାବିଜ୍ରେ ଜନ୍ମତାରିଖ ୧୨ ସେପ୍ଟେମ୍ବର ୧୯୭୭ ରହିଛି।
କେବଳ ଦୁଇଟି ରେକର୍ଡରେ ଅସଙ୍ଗତି ଥିବାରୁ ତାହାକୁ ଅପରାଧର ପ୍ରମାଣ ବୋଲି ଧରାଯିବ ନାହିଁ ବୋଲି କୋର୍ଟ କହିଛନ୍ତି।
ମାନହାସଙ୍କ ବିରୋଧରେ ଜାଲିଆତି, ଠକେଇ ଓ ମିଥ୍ୟା ତଥ୍ୟ ଦେବା ଅଭିଯୋଗ ଆଣି ଜମ୍ମୁ କାଶ୍ମୀର କ୍ରିକେଟ୍ ସଂଘ (ଜେକେସିଏ)ର ପୂର୍ବତନ ସମ୍ପାଦକ ସୁଦର୍ଶନ ମେହତା ଏହି ଆବେଦନ କରିଥିଲେ।
Cricket: ଦିଲ୍ଲୀରୁ ସ୍ଥାନାନ୍ତର ହେବନି ଭାରତ-ଶ୍ରୀଲଙ୍କା ଦିନିକିଆ: ବିସିସିଆଇ ସମ୍ପାଦକ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।