BCJD Wins Ravenshaw and Rama Devi: ରେଭେନ୍ସା ଓ ରମାଦେବୀରେ BCJDର ବିଜୟ, ଅନ୍ୟ କଲେଜରେ ABVPର ଦବଦବା

Oct 15, 2026 - 20:01
BCJD Wins Ravenshaw and Rama Devi: ରେଭେନ୍ସା ଓ ରମାଦେବୀରେ BCJDର ବିଜୟ, ଅନ୍ୟ କଲେଜରେ ABVPର ଦବଦବା

ରେଭେନ୍ସା ଓ ରମାଦେବୀରେ ବିସିଜେଡି, ସମ୍ବଲପୁର ଜିଏମ ଓ ବ୍ରହ୍ମପୁରରେ ABVP, ଖଲ୍ଲିକୋଟରେ ସ୍ବାଧୀନ। ୮ ବର୍ଷ ପରେ ନେତା ବାଛିଲା କଲେଜ୍ । ରାଜ୍ୟର ପ୍ରମୁଖ ବିଶ୍ବବିଦ୍ୟାଳୟ ରେଭେନ୍ସା ଓ ରମାଦେବୀ ୟୁନିଭରସିଟିକୁ ହାତେଇ ନେଇଛି ବିଜୁ ଛାତ୍ର ଜନତା ଦଳ। ରେଭେନ୍ସାରେ ବିସିଜେଡି ପ୍ରାର୍ଥୀ ବିଶ୍ବଜିତ ସାହୁ ସଭାପତି ଭାବେ ବିଜୟୀ ହୋଇଥିବାବେଳେ ରମାଦେବୀରେ ବାଜି ମାରିନେଇଛନ୍ତି ସୋନାଲି ବେହେରା। 

ଏବିଭିପି ପ୍ରାର୍ଥୀ ପ୍ରତୀକ୍ଷା ଦାସ ମହାପାତ୍ରଙ୍କୁ ହରାଇ ବିଜୟ ମୁକୁଟ ପିନ୍ଧିଛନ୍ତି ସୋନାଲି । ସେପଟେ ସମ୍ବଲପୁର GM ବିଶ୍ବବିଦ୍ୟାଳୟରେ ସଭାପତି ଭାବେ ସ୍ବାଧୀନ ଆଚାର୍ଯ୍ୟ, ସମ୍ପାଦକ ଭାବେ ନିଖିଲ ଅଗ୍ରୱାଲଙ୍କ ସମେତ ସମସ୍ତ ୧୩ ପଦବୀରେ ABVP ପ୍ରତିନିଧି ବିଜୟୀ ହୋଇଛନ୍ତି । ଖଲ୍ଲିକୋଟ ବିଶ୍ବବିଦ୍ୟାଳୟରେ ସଭାପତି ପଦ ହାସଲ କରିଛନ୍ତି ସ୍ବାଧୀନ ପ୍ରାର୍ଥୀ ସନ୍ତୋଷ ପୁଣ୍ଡି । 

ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ସଭାପତି ଭାବେ ଏବିଭିପି ପ୍ରାର୍ଥୀ କୀର୍ତ୍ତିବନ୍ତ ରଣା, ସମ୍ପାଦକ ଭାବେ ରୋଜାଲିନ ମହାନ୍ତି ବିଜୟୀ ହୋଇଛନ୍ତି । ଏପଟେ ରାଜଧାନୀର ପ୍ରମୁଖ କଲେଜ ରାଜଧାନୀ ଓ ବିଜେବିରେ ବିଜୟ ବାନା ଉଡ଼ାଇଛି ABVP। ବିଜେବି କଲେଜରେ ସଭାପତି ପଦ ହାସଲ କରିଛନ୍ତି ଆର୍ଯ୍ୟନ ମହାପାତ୍ର । ରାଜଧାନୀ କଲେଜରେ ଅବିନାଶ ପାଢ଼ୀ ସଭାପତି ଭାବେ ବିଜୟୀ ହୋଇଛନ୍ତି । ସେପଟେ କମଳା ନେହେରୁ କ୍ୟାମ୍ପସକୁ ହାତେଇଛି ବିସିଜେଡି । 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।