BDA K-7 Plot ୩୫ ବର୍ଷ ଧରି ଚାଲିଥିବା ବିଡିଏ କେ-୭ ପ୍ଲଟ ବିବାଦର ଅନ୍ତ: ୨ଶହର ଅଧିକ ମାମଲାର ଫୈସଲା
"ଭୁବନେଶ୍ୱର: ଦୀର୍ଘ ୩୫ ବର୍ଷର ଅପେକ୍ଷା, ଦୌଡ଼ାଦୌଡ଼ି ଓ ଯନ୍ତ୍ରଣାର ଅନ୍ତ ଘଟିଛି।
କେ-୭ ପ୍ଲଟେଡ୍ ଡେଭଲପମେଣ୍ଟ ସ୍କିମ୍ର ହିତାଧିକାରୀମାନଙ୍କ ଜମି ରେକର୍ଡରେ ରହିଥିବା ଦୀର୍ଘଦିନର ଅସଙ୍ଗତିର ସମାଧାନ ହୋଇଛି।
୨୦୦ରୁ ଅଧିକ ମାମଲାର ଫଇସଲା ହୋଇଥିବା ବେଳେ, ପ୍ରକୃତ ଆବଣ୍ଟନଗ୍ରହୀତାଙ୍କ ନାମରେ ହାଲ୍ ରେକର୍ଡ ଅଫ୍ ରାଇଟ୍ସ (ROR) ସଂଶୋଧନ ପାଇଁ ଭୁବନେଶ୍ୱର ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।Advertisment BDA: ରାଜସ୍ବ ଅଧିକାରୀଙ୍କ ସହ ବିଡିଏର ବୈଠକ: "ଭୂଲେଖରେ ତ୍ରୁଟିଶୂନ୍ୟ ରେକର୍ଡ ଦିଅ" ୧୯୯୧ ମସିହାରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ବିକଶିତ କଳିଙ୍ଗ ନଗର କେ-୭ ପ୍ଲଟେଡ୍ ଡେଭଲପମେଣ୍ଟ ସ୍କିମ୍ରେ ବିଭିନ୍ନ ବ୍ୟକ୍ତିଙ୍କୁ ପ୍ଲଟ୍ ଆବଣ୍ଟନ କରାଯାଇଥିଲା।
ଆବଣ୍ଟନ ପରେ ହିତାଧିକାରୀମାନେ ନିଜ ଜମିକୁ ନେଇ ନିଶ୍ଚିନ୍ତ ହୋଇଥିଲେ।
କିନ୍ତୁ ପରବର୍ତ୍ତୀ ସମୟରେ ରାଜସ୍ୱ ରେକର୍ଡରେ ଦେଖାଦେଇଥିବା ଅସଙ୍ଗତି ସେମାନଙ୍କ ପାଇଁ ୩୫ ବର୍ଷର ଦୀର୍ଘ ସମସ୍ୟାର କାରଣ ପାଲଟିଥିଲା।
BDA announces: ଆଉ ୪ ନୂଆ ଟିପି ସ୍କିମ୍ ଘୋଷଣା କଲା ବିଡିଏ ୨୦୧୩-୧୪ ମସିହାର ଶେଷ ବନ୍ଦୋବସ୍ତ ସମୟରେ ଆବଣ୍ଟିତ ପ୍ଲଟ୍ଗୁଡ଼ିକର ROR ରେ ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ଓ ଅନ୍ୟମାନଙ୍କ ନାମରେ ଭିନ୍ନ ଭିନ୍ନ ଜମି ପରିମାଣ ରେକର୍ଡ ହୋଇଥିଲା।
ଫଳରେ ବିଡିଏରୁ ବୈଧ ଭାବେ ପ୍ଲଟ୍ ଆବଣ୍ଟନ ପାଇଥିବା ହିତାଧିକାରୀମାନେ ନିଜ ନାମରେ ROR ପାଇବା ପାଇଁ ବର୍ଷ ବର୍ଷ ଧରି ଅଫିସରୁ ଅଫିସ ଦୌଡ଼ିବା ସହ ଅନେକ ଆର୍ଥିକ ଓ ମାନସିକ ଅସୁବିଧା ଭୋଗିଥିଲେ।
BMC and BDA: ଏମିତି ଚାଲିଛି ବିଏମ୍ସି ଓ ବିଡିଏ କାର୍ଯ୍ୟାଳୟ: କମିସନର୍ ନ ଥିଲେ ଅଧସ୍ତନ ଛୁ ତ୍ୱରିତ ସମାଧାନ ପାଇଁ ରାଜସ୍ୱ ପରିଷଦ ସଦସ୍ୟ ସତ୍ୟବ୍ରତ ସାହୁଙ୍କ ନିର୍ଦ୍ଦେଶକ୍ରମେ ମାମଲାଗୁଡ଼ିକର ମିଳିତ କ୍ଷେତ୍ର ତଦନ୍ତ ପାଇଁ ବିଡିଏ, ସାଧାରଣ ପ୍ରଶାସନ ବିଭାଗ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅଧିକାରୀମାନଙ୍କୁ ନେଇ ଏକ ମିଳିତ ଦଳ ଗଠନ କରାଯାଇଥିଲା।
ଏହି ମିଳିତ ତଦନ୍ତ ରିପୋର୍ଟ ଓ ସମ୍ପୃକ୍ତ ଦସ୍ତାବିଜ ଆଧାରରେ ୧୦ ସେପ୍ଟେମ୍ବର ୨୦୨୬ରେ ମାନ୍ୟବର ସଦସ୍ୟ, ରାଜସ୍ୱ ପର୍ଷଦ କେ-୭ ପ୍ଲଟେଡ୍ ଡେଭଲପମେଣ୍ଟ ସ୍କିମ୍ ସମ୍ପର୍କିତ ୨୦୦ ରୁ ଅଧିକ ମାମଲାର ଫଇସଲା କରିଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।