Bear Attacks Cyclist: ଭାଲୁ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ଯୁବକ, CCTVରେ କଏଦ ହେଲା ଦୃଶ୍ୟ

Oct 07, 2026 - 14:23
Bear Attacks Cyclist: ଭାଲୁ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ଯୁବକ, CCTVରେ କଏଦ ହେଲା ଦୃଶ୍ୟ

ବାଲେଶ୍ୱର ଜିଲ୍ଲା ନୀଳଗିରି ସହରରେ ଭାଲୁ ଆତଙ୍କ। ସକାଳୁ ସକାଳୁ ଜଣେ ସାଇକେଲ ଆରୋହୀଙ୍କ ଉପରକୁ ଭାଲୁ ହଠାତ୍ ଆକ୍ରମଣ କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି।

ସୂଚନା ଅନୁସାରେ, ନୀଳଗିରି ଏନଏସିର ୨ ନମ୍ବର ୱାର୍ଡ ଘାଟଘରସାହି ଅଞ୍ଚଳରେ ଆଜି ସକାଳ ପ୍ରାୟ ୫ଟା ସମୟରେ ଜଣେ ବ୍ୟକ୍ତି ସାଇକେଲ ଯୋଗେ ଯାଉଥିଲେ। ଏହି ସମୟରେ ହଠାତ୍ ଏକ ଭାଲୁ ତାଙ୍କ ଉପରକୁ ଡେଇଁ ପଡ଼ିଥିଲା।

ଭାଲୁର ଆକ୍ରମଣରେ ସାଇକେଲ ଆରୋହୀ ତଳେ ପଡ଼ିଯାଇଥିଲେ। ତେବେ ସେ ଅଳ୍ପକେ ଭାଲୁ କବଳରୁ ବର୍ତ୍ତି ଯାଇଥିବା ଜଣାପଡ଼ିଛି। ଏହି ଘଟଣାର ସମ୍ପୂର୍ଣ୍ଣ ଦୃଶ୍ୟ ନିକଟସ୍ଥ CCTV କ୍ୟାମେରାରେ କଏଦ ହୋଇଛି।

ସବୁଠାରୁ ଚିନ୍ତାର ବିଷୟ ହେଉଛି, ଦିନ ହେଉ କି ସକାଳ, ଜନବସତି ଅଞ୍ଚଳରେ ଭାଲୁ ବୁଲୁଥିବା ଦେଖାଯାଉଛି। ଫଳରେ ଘାଟଘରସାହି ସମେତ ନୀଳଗିରି ସହରର ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ବଢ଼ିଛି।

ଭାଲୁଟି କେଉଁଠାରୁ ଆସିଛି ଏବଂ ଏହାକୁ ଧରିବା କିମ୍ବା ଜଙ୍ଗଲକୁ ଫେରାଇ ନେବା ପାଇଁ ବନ ବିଭାଗ ପକ୍ଷରୁ କି ପଦକ୍ଷେପ ନିଆଯାଉଛି, ତାହା ଉପରେ ଏବେ ସ୍ଥାନୀୟ ଲୋକଙ୍କ ନଜର ରହିଛି।

ଭାଲୁ ଆକ୍ରମଣ, ଅଳ୍ପକେ ବର୍ତ୍ତିଲେ ଯୁବକ
ନୀଳଗିରି ସହରରେ ଭାଲୁ ଆତଙ୍କ
ସକାଳ ୫ଟା ସମୟରେ ଆକ୍ରମଣ କଲା ଭାଲୁ
ସାଇକେଲ ଆରୋହୀଙ୍କୁ ଆକ୍ରମଣ
ଆକ୍ରମଣର ଦୃଶ୍ୟ ସିସିଟିଭିରେ କଏଦ
ଦିନରେ ବୁଲୁଛି ଭାଲୁ, ଭୟଭୀତ ସ୍ଥାନୀୟ ବାସିନ୍ଦା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।