Beaten to Death ପାରିବାରିକ କଳହରୁ ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗ, ଅତାବିରାରେ ସ୍ୱାମୀ ଗିରଫ

Sep 14, 2026 - 18:26
Beaten to Death  ପାରିବାରିକ କଳହରୁ ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗ, ଅତାବିରାରେ ସ୍ୱାମୀ ଗିରଫ

"ଅତାବିରା: ପାରିବାରିକ କଳହକୁ କେନ୍ଦ୍ରକରି ମହିଳାଙ୍କୁ ବାଡ଼ିରେ ପିଟିପିଟି ହତ୍ୟା କରିଥିବା ଅଭିଯୋଗରେ ପୁଲିସ ମୃତ ମହିଳାଙ୍କ ସ୍ବାମୀଙ୍କୁ ଗିରଫକରିଛି।

ଘଟଣାଟି ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଅମଲିପାଲି ପଞ୍ଚାୟତ ଗଡ଼ତିଆଟିକ୍ରା ଗ୍ରାମରେ ଘଟିଛି।

ମୃତ ମହିଳା ହେଲେ ଭାଗ୍ୟବତୀ ଖଡ଼ିଆ।

ଅଭିଯୁକ୍ତ ସ୍ୱାମୀଙ୍କ ନାମ ରାଜକୁମାର ଖଡ଼ିଆ ବୋଲି ଜଣାପଡ଼ିଛି।

Advertisment ମହିଳାଙ୍କୁ ହାଣି ମୁଣ୍ଡ ଗଣ୍ଡି ଅଲଗା ଘଟଣା: ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ କୋର୍ଟ ଚାଲାଣ ସୂଚନା ଅନୁସାରେ, ଗଡ଼ତିଆଟିକ୍ରା ଗ୍ରାମର ରାଜକୁମାର ଖଡ଼ିଆ ଓ ତାଙ୍କ ସ୍ତ୍ରୀ ଭାଗ୍ୟବତୀଙ୍କ ମଧ୍ୟରେ ଗତ ରାତିରେ କୌଣସି ପାରିବାରିକ ସମସ୍ୟାକୁ ନେଇ ଝଗଡ଼ା ହୋଇଥିଲା।

ପରସ୍ପର ଅନେକ ସମୟରେ ଗାଳିଗୁଲଜ କରୁଥିଲେ ବୋଲି ଅଭିଯୁକ୍ତ ରାଜକୁମାରଙ୍କ ଭାଇ ରବି ଖଡ଼ିଆ ଶୁଣିଥିବା କହିଛନ୍ତି।

ସୋମବାର ସକାଳେ ରବି ଖଡ଼ିଆ ରାଜକୁମାରଙ୍କ ଘରକୁ ଯାଇଥିବା ବେଳେ ଭାଗ୍ୟବତୀ ଘର ଭିତରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ।

ଏ ସଂପର୍କରେ ସେ ରାଜକୁମାରଙ୍କୁ ପଚାରିଥିଲେ।

ରାଗରେ ଭାଗ୍ୟବତୀଙ୍କୁ ବାଡ଼ିରେ ପିଟିପିଟି ହତ୍ୟା କରିଥିବା ନେଇ ରାଜକୁମାର ସ୍ବୀକାର କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି।

ସ୍ତ୍ରୀ ହତ୍ୟା ମାମଲାରେ ସ୍ବାମୀ ଗଲା ବିଚାର ବିଭାଗୀୟ ଜେଲ୍ ଖବର ପାଇ ଅତାବିରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।

ରାଜକୁମାରଙ୍କୁ ଥାନାକୁ ଆଣି ଘଟଣା ସମ୍ପର୍କରେ ପଚରାଉଚରା କରୁଛି।

ହତ୍ୟାର ପ୍ରକୃତ କାରଣ, ଘଟଣାର ପରିସ୍ଥିତି ସେନେଇ ପୁଲିସ ଅଧିକ ତଦନ୍ତ ଜାରିରଖିଛି।

ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।