Belagavi: ବେଲଗଭିରେ ଗ୍ରାମ ପଞ୍ଚାୟତ ପରିସରରେ ବାପ-ଝିଅଙ୍କୁ ହତ୍ୟା

Sep 16, 2026 - 23:47
Belagavi: ବେଲଗଭିରେ ଗ୍ରାମ ପଞ୍ଚାୟତ ପରିସରରେ ବାପ-ଝିଅଙ୍କୁ ହତ୍ୟା

"ବେଙ୍ଗାଲୁରୁ : କର୍ଣ୍ଣାଟକର ବେଲଗଭି ଜିଲ୍ଲାରେ ଆଜି ଏକ ଗ୍ରାମ ପଞ୍ଚାୟତ ପରିସରରେ ଜଣେ ଅବସରପ୍ରାପ୍ତ ସୈନିକ ଏବଂ ତାଙ୍କ ଝିଅଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଛି।

ସମ୍ପତ୍ତି ବିବାଦ ପାଇଁ ଚେନ୍ନମ୍ମନ କିତ୍ତୁର ତାଲୁକର ଆବାରଦୀ ଗ୍ରାମର ଗ୍ରାମ ପଞ୍ଚାୟତ ପରିସରରେ ଏହି ଦୁଃଖଦ ଘଟଣା ଘଟିଛି।

ଅବସରପ୍ରାପ୍ତ ସୈନିକ ଏବଂ ତାଙ୍କ ଝିଅଙ୍କୁ ତାଙ୍କ ନିଜ ଭାଇମାନେ ହତ୍ୟା କରିଛନ୍ତି।

ସେମାନଙ୍କ ସହ ଥିବା ଅନ୍ୟ ଜଣେ ବ୍ୟକ୍ତି ଏହି ଆକ୍ରମଣରେ ଗୁରୁତର ହୋଇଛନ୍ତି।

ମିଳିଥିବା ସୂଚନାନୁଯାୟୀ ଅବସରପ୍ରାପ୍ତ ସୈନିକ ରୁଦ୍ରପ୍ପା କୁନ୍ଦର୍ଗୀ (୬୦) ହେଉଛନ୍ତି ଆବାରଦୀର ମୂଳ ବାସିନ୍ଦା।

ସେ ଧାରୱଡ଼ରେ ରହନ୍ତି।

ସେ ତାଙ୍କ ଝିଅ ଶଶିକଳା (୨୫) ଏବଂ ଅନ୍ୟ ଜଣେ ବ୍ୟକ୍ତି ରାହୁଲ ଲୋଖାଣ୍ଡେଙ୍କ ସହ ଗ୍ରାମ ପଞ୍ଚାୟତ ଅଫିସ୍‌ ଆସିଥିଲେ।Advertisment  ତାଙ୍କ ସପକ୍ଷ‌ରେ ଆସିଥିବା ଏକ କୋର୍ଟ ରାୟ ଅନୁଯାୟୀ ସେ ଏକ ଘରର ଟାଇଟଲ୍‌ ଡକୁମେଣ୍ଟ୍‌ ସଂକ୍ରାନ୍ତରେ ଯାଞ୍ଚ କରିବାକୁ ଗ୍ରାମ ପଞ୍ଚାୟତ ଅଫିସ୍‌ ଯାଇଥିଲେ ଯେଉଁଥିପାଇଁ ସେ ପୂର୍ବରୁ ଆବେଦନ କରିଥିଲେ।

ରୁଦ୍ରପ୍ପାଙ୍କର ତାଙ୍କ ଭାଇମାନଙ୍କ ସହ ସମ୍ପତ୍ତି ବିବାଦ ଥିଲା।

ସେ ଧାରୱଡ଼ରେ ରହୁଥିବାରୁ ତାଙ୍କ ଭାଇମାନେ ସମ୍ପତ୍ତି ଭାଗ ବାଣ୍ଟିବାକୁ ଚାହୁନଥିଲେ।

ତେବେ ରୁଦ୍ରପ୍ପା ସମ୍ପତ୍ତି ସଂକ୍ରାନ୍ତ କାର୍ଯ୍ୟ ପାଇଁ ଗ୍ରାମ ପଞ୍ଚାୟତ ଅଫିସ୍‌ ଆସିଥିବା ଜାଣି ତାଙ୍କ ଭାଇ ବସପ୍ପା କୁନ୍ଦର୍ଗୀ ଏବଂ ସଙ୍ଗପ୍ପା କୁନ୍ଦର୍ଗୀ ଓ ସେମାନଙ୍କ ପୁତୁରା ମଦିୱଲପ୍ପା ବସପ୍ପା କୁନ୍ଦର୍ଗୀ ସେଠାରେ ପହଞ୍ଚିଥିଲେ।

ସେମାନେ ଏକ ଦା ଏବଂ ଅନ୍ୟ ଧାରୁଆ ଅସ୍ତ୍ରରେ ରୁଦ୍ରପ୍ପାଙ୍କୁ ହତ୍ୟା କରିଥିଲେ।

ରୁଦ୍ରପ୍ପାଙ୍କ ଝିଅ ଶଶିକଳା ତାଙ୍କୁ ବଞ୍ଚାଇବାପାଇଁ ଆସିବାବେଳେ ତାଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଥିଲା।

ଅଭିଯୁକ୍ତମାନେ ତାଙ୍କ ବେଣୀ କାଟିଦେବା ସହ ତାଙ୍କୁ ଦା"ରେ ଆକ୍ରମଣ କରି ହତ୍ୟା କରିଛନ୍ତି।

ରାହୁଲ ମଧ୍ୟ ସେମାନଙ୍କୁ ସହଯୋଗ କରିବା ସମୟରେ ଆକ୍ରମଣର ଶିକାର ହୋଇଥିଲେ।

ଖବର ପାଇ ଏସ୍‌ପି କେ ରାମରାଜନ ଘଟଣାସ୍ଥଳରେ ପହଞ୍ଚିଥିଲେ।‌ ସେ ସାମ୍ବାଦିକମାନଙ୍କୁ କହିଥିଲେ ଯେ ପଞ୍ଚାୟତ ବିକାଶ ଅଫିସର୍‌ ଏବଂ ଗ୍ରାମ ପଞ୍ଚାୟତ କର୍ମଚାରୀଙ୍କ ଉପସ୍ଥିତିରେ ଏହି ଡବଲ୍‌ ମର୍ଡର ହୋଇଛି।

ଏହି ଘଟଣାର ଲୋକମାନେ ଭିଡିଓ ରେକର୍ଡ କରିଛନ୍ତି।

ସମ୍ପତ୍ତି ବିବାଦ ପାଇଁ ଉକ୍ତ ଘଟଣା ଘଟିଥିବା ସେ କହିଛନ୍ତି।

ପୁଲିସ ଅଫିସର୍‌ କହିଛନ୍ତି, ରୁଦ୍ରପ୍ପା କୋର୍ଟଙ୍କ ରାୟ କାର୍ଯ୍ୟକାରୀ କରିବାପାଇଁ ଆସିଥିଲେ।

କିନ୍ତୁ ଅଭିଯୁକ୍ତମାନେ ସମ୍ପତ୍ତି ହରାଇଦେବେ ବୋଲି ଭାବି ତାଙ୍କୁ ଏବଂ ତାଙ୍କ ଝିଅଙ୍କୁ ହତ୍ୟା କରିଥିଲେ।

ସମସ୍ତ ଅଭିଯୁକ୍ତ ଏବେ ଫେରାର୍‌ ଥିବାବେଳେ ସେମାନଙ୍କୁ ଧରିବାପାଇଁ ଏକ ଟିମ୍‌ ଗଠନ ହୋଇଛି ବୋଲି ପୁଲିସ ଅଫିସର୍‌ ଜଣଙ୍କ କହିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।