Berhampur illegal gun case ପୂର୍ବତନ ମେୟର ପିଣ୍ଟୁ ଦାଶଙ୍କ ଭାଇ ସହ ଚାରି ଗିରଫ, ଅଣଲାଇସେନ୍‌ସ ବନ୍ଧୁକ ଓ ନଗଦଟଙ୍କା ଜବତ

Sep 15, 2026 - 21:13
Berhampur illegal gun case ପୂର୍ବତନ ମେୟର ପିଣ୍ଟୁ ଦାଶଙ୍କ ଭାଇ ସହ ଚାରି ଗିରଫ, ଅଣଲାଇସେନ୍‌ସ ବନ୍ଧୁକ ଓ ନଗଦଟଙ୍କା ଜବତ

"ବ୍ରହ୍ମପୁର: ବେଆଇନ ବନ୍ଧୁକ ରଖିବା ଓ ଅପରାଧ ଘଟାଇବା ନିମନ୍ତେ ଏକତ୍ରିତ ହେବା ମାମଲାରେ ଆଜି ଗୋଷାଣିନୂଆଗାଁ ପୁଲିସ ପୂର୍ବତନ ମେୟର ପିଣ୍ଟୁ ଦାଶଙ୍କ ସାନ ଭାଇ ସମେତ ୪ଜଣଙ୍କୁ ଗିରଫ କରିଛି।

ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ, ମୋବାଇଲ୍‌ ଓ ନଗଦ ଟଙ୍କା ଜବତ କରିଛି।

Advertisment Odisha High Court: ହାଇକୋର୍ଟରେ ବ୍ରହ୍ମପୁର ନିର୍ବାଚନୀ ମୋକଦ୍ଦମା, ସାକ୍ଷ୍ୟ ଗ୍ରହଣ ଶେଷ, ସେପ୍ଟେମ୍ବର ୧୭ରେ ଯୁକ୍ତି ଉପସ୍ଥାପନ ଅଭିଯୁକ୍ତମାନେ ହେଲେ, ପିଣ୍ଟୁ ଦାଶଙ୍କ ଭାଇ ଚନ୍ଦ୍ରଶେଖର ଦାଶ ଓରଫ ପିଙ୍କୁ (୪୪), କୈଳାସ ମହାନ୍ତି(୪୯), ଦେବାଶିଷ ପାତ୍ର (୩୦) ଓ ସିତୁନ ସାହୁ(୨୫)।

ସେମାନଙ୍କ ବିରୋଧରେ ନଂ ୩୫୪/୨୦୨୬ ରେ ମାମଲା ରୁଜୁ କରାଯିବା ସହ  ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।

ବ୍ରହ୍ମପୁର ପୂର୍ବତନ ମେୟରଙ୍କ ବିରୋଧରେ ମାମଲାର ସିବିଆଇ ତଦନ୍ତ ଦାବି ପୁଲିସ ଠାରୁ ମିଳିଥିବା ସୂଚନାନୁସାରେ, ଗତକାଲି ରାତିରେ (ସୋମବାର) ଗଣେଶ ପୂଜା ପାଇଁ ରାତ୍ରିକାଳୀନ ପାଟ୍ରୋଲିଂ ବେଳେ ଗୋଷାଣିନୁଆଗାଁ-ନେହେରୁ ନଗର ମୁଖ୍ୟରାସ୍ତାରେ ଥିବା ଏକ ଘରେ କିଛି ଯୁବକ ସନ୍ଦେହଜନକ ଭାବେ ଚଳପ୍ରଚଳ ହେଉଥିବା ଖବର ମିଳିଥିଲା।

ପୁଲିସ ଟିମ ଉକ୍ତ ଘରେ ଚଢ଼ଉ କରିଥିଲା।

ଘର ଭିତରେ ଉପରୋକ୍ତ ଚାରି ଯୁବକ ଥିବା ବେଳେ ଯାଞ୍ଚ ସମୟରେ ଜଣେ ଯୁବକ ନିକଟରୁ ବନ୍ଧୁକ ମିଳିଥିବାରୁ ପୁଲିସର ସନ୍ଦେହ ବଢ଼ିଥିଲା।

ପଚରାଉଚରା ବେଳେ ସେମାନେ ତାସ ଖେଳିବାକୁ ଆସିଥିବା କହିଥିଲେ।

ବ୍ରହ୍ମପୁର ମେୟର ପଦବି ସଂରକ୍ଷଣକୁ ନେଇ ରିଟ୍‌ ପିଟିସନ୍‌ ଅଭିଯୁକ୍ତମାନେ ବନ୍ଧୁକ କେଉଁଠୁ ଆଣିଥିଲେ ଓ ତାଙ୍କୁ କିଏ ବିକ୍ରି କରିଥିଲା?

ସେ ଦିଗରେ ଏବେ ପୁଲିସ ତଦନ୍ତ କରୁଛି।

ବେଆଇନ ଭାବେ ବନ୍ଧୁକ ଧରି ସେମାନେ ଉକ୍ତ ଘରେ କ"ଣ ସବୁ ଯୋଜନା କରୁଥିଲେ?

ତାହାର ତଦନ୍ତ ଜାରି ରହିଛି ବୋଲି ପୁଲିସ ସୂଚନା ଦେଇଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।