Best Wildlife Photo: ଶ୍ରେଷ୍ଠ ବନ୍ୟପ୍ରାଣୀ ଫଟୋ

Oct 17, 2026 - 07:40
Best Wildlife Photo: ଶ୍ରେଷ୍ଠ ବନ୍ୟପ୍ରାଣୀ ଫଟୋ

"ନିଜ ମୃତ ଶାବକକୁ ବୋହି ନେଉଥିବା ଏକ ମା" ହାତୀର ଏହି ଫଟୋ ୨୦୨୬ ବନ୍ୟପ୍ରାଣୀ ଫଟୋଗ୍ରାଫି ପ୍ରତିଯୋଗିତାରେ ଶ୍ରେଷ୍ଠ ପୁରସ୍କାର ଜିତିଛି।

ଇଟାଲିର ଫଟୋଗ୍ରାଫର୍‌ ଫେଡେରିକୋ ଭେରୋନେସି ନାମ୍ବିୟାର ହୁଆବ୍‌ ନଦୀ ଉପତ୍ୟକାରେ ଏହି ଫଟୋ ଉଠାଇଛନ୍ତି।

ଫଟୋର ଶୀର୍ଷକ- "ଦ ଆଫ୍‌ଟର୍‌ମାଥ୍‌"।

ଫେଡେରିକୋ ହାତୀପଲର ପିଛା କରୁଥିବା ବେଳେ ମାଟିରେ କିଛି ପାଦଚିହ୍ନ ଦେଖିଥିଲେ।

ସେହି ଚିହ୍ନକୁ ଅନୁସରଣ କରି ସେ ହାତୀପଲ ପାଖରେ ପହଞ୍ଚିଥିଲେ।

ସେଠାରେ ଗୋଟିଏ ମା" ହାତୀ ନିଜ ମୃତ ଛୁଆକୁ ବୋହି ନେଉଥିବା ଦେଖିଥିଲେ।

ଏହି ଦୃଶ୍ୟକୁ ସେ ନିଜ କ୍ୟାମେରାରେ କଏଦ କରିଥିଲେ।Advertisment Seva Sankalp campaign: ସେବା ସଂକଳ୍ପ ଅଭିଯାନରେ ମାଗଣା ହେଲମେଟ୍ ବଣ୍ଟନ କାର୍ଯ୍ୟକ୍ରମ ପ୍ରତିଯୋଗିତାର ବିଚାରକମଣ୍ଡଳୀର ଅଧ୍ୟକ୍ଷ କ୍ୟାଥି ମୋରାନ୍‌ କହିଛନ୍ତି, ଏହି ଫଟୋ ହୃଦୟକୁ ଗଭୀର ଭାବେ ଛୁଉଁଛି।

ଫଟୋଟିକୁ ଦେଖିଲେ କଷ୍ଟ ବି ଲାଗୁଛି।

ହେଲେ ମଣିଷମାନଙ୍କ ଭଳି ପଶୁମାନଙ୍କର ବି ଚିନ୍ତା ଓ ଅନୁଭବ କରିବାର କ୍ଷମତା ରହିଛି ବୋଲି ଏହି ଫଟୋଟି ପରୋକ୍ଷରେ ଆମକୁ ଚେତାଇ ଦେଉଛି ଏବଂ ଏ ବିଷୟରେ ଭାବିବାକୁ ବାଧ୍ୟ କରୁଛି।

ଲଣ୍ଡନର ଦି ନାଚୁରାଲ୍‌ ହିଷ୍ଟ୍ରି ମ୍ୟୁଜିୟମ୍‌ ପକ୍ଷରୁ ଆୟୋଜିତ ୬୨ତମ ପ୍ରତିଯୋଗିତାରେ ଚଳିତ ବର୍ଷ ୧୨୧ ଦେଶରୁ ୬୫,୪୦୩ଟି ଫଟୋ ପୁରସ୍କାର ଦୌଡ଼ରେ ସାମିଲ୍‌ ହୋଇଥିଲା।

Judegement: ତ୍ବିଷା ଶର୍ମା ମୃତ୍ୟୁ ମାମଲା: ଭୋପାଳ ଅଦାଲତରେ ବିଚାର ସ୍ଥଗିତ ରଖିଲେ ସୁପ୍ରିମ୍‌କୋର୍ଟ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।