Bhadrab Purnima: ଭାଦ୍ରବ ପୂର୍ଣ୍ଣିମା: ଶ୍ରୀମନ୍ଦିରରେ ଇନ୍ଦ୍ର ଉତ୍ସବ ପୂର୍ଣ୍ଣିମା

Sep 25, 2026 - 22:52
Bhadrab Purnima: ଭାଦ୍ରବ ପୂର୍ଣ୍ଣିମା: ଶ୍ରୀମନ୍ଦିରରେ ଇନ୍ଦ୍ର ଉତ୍ସବ ପୂର୍ଣ୍ଣିମା

"ହିନ୍ଦୁ ପରମ୍ପରାରେ ଭାଦ୍ରବ ପୂର୍ଣ୍ଣିମାର ରହିଛି ସ୍ୱତନ୍ତ୍ର ମହତ୍ତ୍ୱ।

ଭାଦ୍ରପଦ ମାସର ପୂର୍ଣ୍ଣିମା ତିଥିରେ ପାଳିତ ଏହି ପର୍ବକୁ ଭାଦ୍ରପଦ ପୂର୍ଣ୍ଣିମା, ଇନ୍ଦ୍ର ପୂର୍ଣ୍ଣିମା ଓ ଇନ୍ଦୁ ପୂର୍ଣ୍ଣିମା ନାମରେ ମଧ୍ୟ ଜଣାଯାଏ।

ବୈଦିକ ପରମ୍ପରା, ପୁରାଣ କଥା ଓ ଆଞ୍ଚଳିକ ମନ୍ଦିର ପରମ୍ପରା ସହ ଏହି ପୂର୍ଣ୍ଣିମାର ସମ୍ପର୍କ ରହିଛି।

ପ୍ରାଚୀନ ଭାରତର କୃଷିଭିତ୍ତିକ ସମାଜରେ ବର୍ଷା ପାଇଁ ଇନ୍ଦ୍ରଙ୍କୁ ଆରାଧନା କରାଯାଉଥିଲା।

ବୈଦିକ ପରମ୍ପରାରେ ଶକ୍ର ବ୍ରତ ଓ ଇନ୍ଦ୍ରଧ୍ୱଜୋତ୍ସବ ଭଳି ଆଚାରର ଉଲ୍ଲେଖ ମିଳେ।

ବର୍ଷା, ଫସଲର ସମୃଦ୍ଧି, ପଶୁପାଳନ ଓ ପରିବାରର ମଙ୍ଗଳ ପାଇଁ ଇନ୍ଦ୍ରଙ୍କ ଆଶୀର୍ବାଦ କାମନା କରାଯାଉଥିଲା।Advertisment ପୁରାଣ ପରମ୍ପରାରେ ମଧ୍ୟ ଭାଦ୍ରବ ପୂର୍ଣ୍ଣିମା ସହ ଇନ୍ଦ୍ରଙ୍କ ଗାଥା ଜଡ଼ିତ।

ଏକ ପ୍ରସିଦ୍ଧ କଥାନୁସାରେ, ଋଷି ଦୁର୍ବାସା ଇନ୍ଦ୍ରଙ୍କୁ ଏକ ଦିବ୍ୟ ପୁଷ୍ପମାଳା ପ୍ରଦାନ କରିଥିଲେ।

ଇନ୍ଦ୍ର ଅସାବଧାନତାବଶତଃ ତାହାକୁ ତାଙ୍କ ହାତୀ ଐରାବତର ଶୁଣ୍ଢରେ ରଖିଥିଲେ।

ଐରାବତ ମାଳାଟିକୁ ତଳେ ପକାଇ ଦେବା ପରେ ଦୁର୍ବାସା ଋଷି କ୍ରୋଧିତ ହୋଇ ଇନ୍ଦ୍ର ଓ ଦେବତାମାନଙ୍କୁ ଅଭିଶାପ ଦେଇଥିବା କଥା ପୁରାଣରେ ବର୍ଣ୍ଣିତ।

ଏହା ପରେ ଦେବତାମାନେ ନିଜ ଶକ୍ତି ଓ ବୈଭବ ହରାଇଥିଲେ ବୋଲି କଥା ରହିଛି।

ଇନ୍ଦ୍ରଙ୍କ ଅହଂକାରର ପରିଣାମ ଓ ପରବର୍ତ୍ତୀ ପ୍ରାୟଶ୍ଚିତ୍ତର ଏହି କାହାଣୀ ଭାଦ୍ରବ ପୂର୍ଣ୍ଣିମାର ଆଧ୍ୟାତ୍ମିକ ବାର୍ତ୍ତା ସହ ଜଡ଼ିତ।

ଅହଂକାର ତ୍ୟାଗ, ଈଶ୍ୱରଙ୍କ ପ୍ରତି ସମର୍ପଣ ଓ ଧର୍ମାଚରଣ ଏହି ପର୍ବର ମୁଖ୍ୟ ଭାବନା ଭାବେ ଦେଖାଯାଏ।

ଇନ୍ଦ୍ର, ଚନ୍ଦ୍ର ଓ ଗୋବିନ୍ଦଙ୍କର ବନ୍ଦାପନା ଓଡ଼ିଶାର ଶ୍ରୀକ୍ଷେତ୍ର ପୁରୀରେ ଭାଦ୍ରବ ପୂର୍ଣ୍ଣିମାର ରହିଛି ସ୍ୱତନ୍ତ୍ର ମହତ୍ତ୍ୱ।

ଶ୍ରୀମନ୍ଦିର ପରମ୍ପରାରେ ଏହି ଦିନକୁ ଇନ୍ଦୁ ପୂର୍ଣ୍ଣିମା ବା ଇନ୍ଦ୍ର ଉତ୍ସବ ପୂର୍ଣ୍ଣିମା ଭାବେ ପାଳନ କରାଯାଏ।

ଏହି ଅବସରରେ "ଇନ୍ଦ୍ରାହାତି ପ୍ରସ୍ତାବ ଲୀଳା" ସହ ଜଡ଼ିତ ସ୍ୱତନ୍ତ୍ର ପରମ୍ପରା ରହିଛି।

ପରମ୍ପରା ଅନୁସାରେ, ବାସେଳି ସାହି ଅଞ୍ଚଳରୁ ଇନ୍ଦ୍ରଙ୍କ ବାହନ ଐରାବତର ପ୍ରତିକୃତି ଅଣାଯାଏ।

ଏହି ସମୟରେ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ଶ୍ରୀଡୋଳଗୋବିନ୍ଦଙ୍କୁ ପାଲିଙ୍କିରେ ବିଜେ କରାଇ ବଡ଼ଚାଟା ମଠ ନିକଟସ୍ଥ ଟିକିରା ଗୋହିରୀକୁ ନିଆଯାଏ।

ସେଠାରେ ଶୀତଳ ଭୋଗ ଅର୍ପଣ ପରେ ଇନ୍ଦ୍ର, ଚନ୍ଦ୍ର ଓ ଗୋବିନ୍ଦଙ୍କର ବନ୍ଦାପନା କରାଯାଏ।

ଏହି ପରମ୍ପରା ମାଧ୍ୟମରେ ପ୍ରକୃତି, ଦେବତା ଓ ପରମେଶ୍ୱରଙ୍କ ମଧ୍ୟରେ ଥିବା ସମନ୍ୱୟର ଭାବନା ପ୍ରକାଶ ପାଏ।

Mata Lingeshwari: ଆସ୍ଥା ଓ ବିଶ୍ୱାସର ପ୍ରତୀକ ମାତା ଲିଙ୍ଗେଶ୍ୱରୀ ଭାଦ୍ରବ ପୂର୍ଣ୍ଣିମାକୁ ପିତୃପକ୍ଷ ପୂର୍ବର ଏକ ଗୁରୁତ୍ୱପୂର୍ଣ୍ଣ ତିଥି ଭାବେ ମଧ୍ୟ ମନାଯାଏ।

ଏହା ପରେ ପିତୃପକ୍ଷ ଆରମ୍ଭ ହୋଇ ପୂର୍ବପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଓ ତର୍ପଣ ଆଦି କରାଯାଏ।

ଭାଦ୍ରବ ପୂର୍ଣ୍ଣିମାରେ ପବିତ୍ର ନଦୀରେ ସ୍ନାନ, ଦାନ ଓ ଧାର୍ମିକ ଅନୁଷ୍ଠାନ କରିବାର ମଧ୍ୟ ପରମ୍ପରା ରହିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।