Bhadrak Lawyers Protest ସିଇସି ପ୍ରସଙ୍ଗରେ ଅଲ୍ ଇଣ୍ଡିଆ ଲୟର୍ସ ୟୁନିଅନ ଭଦ୍ରକ ଶାଖାର ବିକ୍ଷୋଭ
"ଭଦ୍ରକ (ଡମ୍ବରୁଧର ନାୟକ) : ମୁଖ୍ୟ ନିର୍ବାଚନ କମିସନ (ସିଇସି) ଜ୍ଞାନେଶ କୁମାରଙ୍କ ଗିରଫ ସହ ଓକିଲଙ୍କ ସମସ୍ୟା ସମାଧାନ ଦାବିରେ ଆଜି (ମଙ୍ଗଳବାର) ଅଲ୍ ଇଣ୍ଡିଆ ଲୟର୍ସ ୟୁନିଅନ୍ର ଭଦ୍ରକ ଶାଖା ପକ୍ଷରୁ ଭଦ୍ରକ ଜିଲ୍ଲା କୋର୍ଟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
Advertisment Justice: ୨୩ ବର୍ଷ ପରେ ହାଇକୋର୍ଟରୁ ମିଳିଲା ନ୍ୟାୟ, ଆଇନଜୀବୀ ଓ ଆବେଦନକାରୀଙ୍କ ଅନୁପସ୍ଥିତିରେ ଅପିଲ ଖାରଜକୁ ନେଇ ଅଦାଲତ କ୍ଷୁବ୍ଧଆଇନଜୀବୀଙ୍କ ଦାବିଗୁଡ଼ିକ ମଧ୍ୟରେ ଅମିତ ଶାହା ଓ ନରେନ୍ଦ୍ର ମୋଦିଙ୍କ ଇସ୍ତଫା, ଗଣତନ୍ତ୍ରର ସୁରକ୍ଷା, ନୂତନ ଆଇନଜୀବୀମାନଙ୍କୁ ମାସିକ ୧୦,୦୦୦ ଟଙ୍କା ଷ୍ଟାଇପେଣ୍ଡ, ବରିଷ୍ଠ ଆଇନଜୀବୀମାନଙ୍କୁ ଅବସରକାଳୀନ ସହାୟତାରାଶି ୨୫ ଲକ୍ଷ ଟଙ୍କା ପ୍ରଦାନ, ମୃତ୍ୟୁକାଳୀନ ବେନିଫିଟ ମୃତକ ଆଇନଜୀବୀ ପରିବାରକୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ, ମେଡିକ୍ଲେମ ବାବଦେ କେନ୍ଦ୍ର ସରକାର ୧୫ ଲକ୍ଷ ଓ ରାଜ୍ୟ ସରକାର ୫ ଲକ୍ଷ ଟଙ୍କା ଯୋଗାଇ ଦେବା, ଆଇନଜୀବୀମାନଙ୍କୁ ଜୀବନ ବୀମା ୧୫ ଲକ୍ଷ ଟଙ୍କା ପ୍ରଦାନ କରିବା ଆଦି ପ୍ରସଙ୍ଗ ରହିଛି।
State Bar Council: ବରଗଡ଼ ଜିଲ୍ଲା ବାର ଆସୋସିଏସନ ସଭାପତିଙ୍କୁ ଆକ୍ରମଣ ଘଟଣା, ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷଙ୍କ ନିନ୍ଦାଜିଲ୍ଲା କୋର୍ଟ ସମ୍ମୁଖ ଫାଟକରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।
ସଭା ଆରମ୍ଭରେ ସମ୍ବିଧାନର ମୁଖବନ୍ଧକୁ ଆଇନଜୀବୀମାନେ ସମୂହ ପାଠ କରିଥିଲେ।
ଏହି ବିକ୍ଷୋଭ ଓ ପ୍ରତିବାଦ ସଭାରେ ଅଲଇଣ୍ଡିଆ ଲୟର୍ସ ୟୁନିୟନ ଭଦ୍ରକ ଜିଲ୍ଲା ସଭାପତି ସନ୍ତୋଷ ନାୟକ ସଭାପତିତ୍ବ କରିଥିଲେ।
ଓଡିଶା ରାଜ୍ୟ ବାର୍ କାଉନସିଲର ପୂର୍ବତନ ସଭ୍ୟ ବରିଷ୍ଠ ଆଇନଜୀବୀ ପବନ କୁମାର ଶର୍ମା, ସଂଗଠନର ଜିଲ୍ଲା ସଂପାଦକ ବରିଷ୍ଠ ଅଧିବକ୍ତା ରାଧାନାଥ ଦାସ, ଭଦ୍ରକ ଓକିଲ ସଂଘ ପୂର୍ବତନ ସଂପାଦକ ଶଶିଭୂଷଣ ପଣ୍ଡା, ଅନ୍ୟତମ ପୂର୍ବତନ ସଂପାଦକ ଦିବ୍ୟସିଂହ ନାୟକ, ଆଇନଜୀବୀ ଶରତ ମହାକୁଡ, ବିକାଶ ନାଥ, ପାୟଲ ସାହୁ, ପୂଜାରାଣୀ ପଣ୍ଡା, ପ୍ରତାପ ସେଠୀ, ଉଜ୍ବଳ ଜେନା, ରତ୍ନାକର ବାରିକ୍, ପ୍ରଦୀପ ଜେନା, ଜୟନୂଲ ଆବେଦିନ, ସଞ୍ଜୟ ନାୟକ ପ୍ରମୁଖ ଯୋଗଦେଇଥିଲେ। ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।