02 SEPTEMBER 2026

Welcome!

Unlock your personalized experience.
Sign Up

BhagabantMaan: ଭଗବନ୍ତ ମାନ୍‌ଙ୍କ ବିବାଦୀୟ ଭିଡିଓ ମାମଲାରେ ନୂଆ ମୋଡ଼: ମୁଖ୍ୟମନ୍ତ୍ରୀଙ୍କ ଗିରଫ ଦାବି କଲା ବିଜେପି

Jun 24, 2026 - 18:27
BhagabantMaan: ଭଗବନ୍ତ ମାନ୍‌ଙ୍କ ବିବାଦୀୟ ଭିଡିଓ ମାମଲାରେ ନୂଆ ମୋଡ଼: ମୁଖ୍ୟମନ୍ତ୍ରୀଙ୍କ ଗିରଫ ଦାବି କଲା ବିଜେପି

ଗୁରୁଗ୍ରାମ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍‌ଙ୍କୁ କେନ୍ଦ୍ର କରି ଚାଲିଥିବା ବିବାଦୀୟ ଭିଡିଓ ମାମଲା ନୂଆ ମୋଡ଼ ନେଇଛି। ହରିୟାଣାର ଗୁରୁଗ୍ରାମ ପୁଲିସର ତଦନ୍ତରେ ଏକ ଚମକପ୍ରଦ ତଥ୍ୟ ସାମ୍ନାକୁ ଆସିଛି। ପୁଲିସ କହିଛି ଯେ ଭିଡିଓଟିକୁ ନକଲି କିମ୍ବା କୃତ୍ରିମ ଭାବେ ପ୍ରସ୍ତୁତ ବୋଲି ପ୍ରମାଣ କରିବା ପାଇଁ ଜାଲ୍‌ ଫରେନ୍ସିକ୍ ରିପୋର୍ଟ ପ୍ରସ୍ତୁତ କରିବାର ଷଡ଼୍‌ଯନ୍ତ୍ର ହୋଇଥିଲା ଏବଂ ଏଥିପାଇଁ ୧୦ ଲକ୍ଷ ଟଙ୍କା ଦିଆଯାଇଥିବା ଅଭିଯୋଗ ରହିଛି।

ଗୁରୁଗ୍ରାମ ପୁଲିସ ଏହି ମାମଲାରେ ଦୁଇଜଣଙ୍କୁ ଗିରଫ କରିଛି। ଅଭିଯୋଗ ଅନୁସାରେ, ସେମାନେ ଏକ ନକଲି ଡିଜିଟାଲ୍‌ ଫରେନ୍ସିକ୍ ରିପୋର୍ଟ ତିଆରି କରି ଭିଡିଓଟି କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଦ୍ୱାରା ନିର୍ମିତ ବୋଲି ଦର୍ଶାଇବାକୁ ଚେଷ୍ଟା କରିଥିଲେ। ପୁଲିସ ଏହା ମଧ୍ୟ ଦାବି କରିଛି ଯେ କିଛି ପଞ୍ଜାବ ସରକାରୀ ଅଧିକାରୀଙ୍କ ନିର୍ଦ୍ଦେଶରେ ଏହି କାର୍ଯ୍ୟ ହୋଇଥିବା ସନ୍ଦେହ ରହିଛି। ଏହି ଘଟଣା ପରେ ବିଜେପି ଆମ ଆଦମୀ ପାର୍ଟି (ଆପ୍) ସରକାର ଉପରେ ତୀବ୍ର ଆକ୍ରମଣ କରିଛି। ଦଳର ଅଭିଯୋଗ ହେଉଛି, ମାନ୍‌ ସରକାର ପଞ୍ଜାବ ପୁଲିସର ଉଚ୍ଚପଦସ୍ଥ ଅଧିକାରୀମାନଙ୍କୁ ବ୍ୟବହାର କରି ଭୁଲ୍‌ ରିପୋର୍ଟ ପ୍ରସ୍ତୁତ କରାଇଥିଲେ। ଏହା କ୍ଷମତାର ଦୁରୁପଯୋଗ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ମାନ୍‌ଙ୍କୁ ତୁରନ୍ତ ଗିରଫ କରାଯିବା ଉଚିତ ବୋଲି ବିଜେପି ଦାବି କରିଛି।

ଆହୁରି ପଢନ୍ତୁ: France: ୟୁରୋପରେ ଭୀଷଣ ଗ୍ରୀଷ୍ମ: ଫ୍ରାନ୍ସରେ ୫ ଦିନରେ ପାଣିରେ ବୁଡ଼ି ୪୦ ମୃତ

ଏହି ବିବାଦର ମୂଳରେ ଥିବା ଭିଡିଓକୁ ନେଇ ପୂର୍ବରୁ ମଧ୍ୟ ରାଜନୈତିକ ଝଡ଼ ସୃଷ୍ଟି ହୋଇଥିଲା। କିଛି ଶିଖ୍‌ ସଂଗଠନ ଓ ବିରୋଧୀ ଦଳ ଏହା ଧାର୍ମିକ ଭାବନାକୁ ଆଘାତ କରିଛି ବୋଲି କହିଥିଲେ। ଅନ୍ୟପକ୍ଷରେ ଭଗବନ୍ତ ମାନ୍‌ ଆରମ୍ଭରୁ ଏହି ଭିଡିଓକୁ ଭୁଲ୍‌ ଓ ମନଗଢ଼ା ବୋଲି ଦାବି କରିଆସୁଛନ୍ତି। ସେ କହିଛନ୍ତି ଯେ, ଭିଡିଓରେ ଦେଖାଯାଇଥିବା ବ୍ୟକ୍ତି ସେ ନୁହନ୍ତି। ଦୁଇଟି ସ୍ୱାଧୀନ ପରୀକ୍ଷାଗାରର ରିପୋର୍ଟରେ ମଧ୍ୟ ଭିଡିଓରେ ଥିବା ବ୍ୟକ୍ତିଙ୍କ ମୁହଁର ଗଠନ ତାଙ୍କ ସହ ମେଳ ଖାଉନଥିବା କୁହାଯାଇଛି। ବର୍ତ୍ତମାନ ଗୁରୁଗ୍ରାମ ପୁଲିସର ଏହି ତଥ୍ୟ ପ୍ରକାଶ ପରେ ମାମଲା ଆହୁରି ସମ୍ବେଦନଶୀଳ ହୋଇପଡ଼ିଛି। ତଦନ୍ତ ଜାରି ରହିଥିବା ବେଳେ ଜାଲ୍‌ ରିପୋର୍ଟ ପ୍ରସ୍ତୁତିରେ କିଏ କିଏ ସମ୍ପୃକ୍ତ ଥିଲେ ଏବଂ ଟଙ୍କା କେଉଁଠାରୁ ଆସିଥିଲା, ତାହା ଖୋଜିବା ପାଇଁ ପୁଲିସ ଅଧିକ ତଦନ୍ତ କରୁଛି। ଏହି ଘଟଣାକୁ ନେଇ ପଞ୍ଜାବ ରାଜନୀତି ଆହୁରି ସରଗରମ ହୋଇଉଠିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।