Bharat Mata Statue Vandalised ଭାରତମାତାଙ୍କ ପ୍ରତିମୂର୍ତ୍ତିର ହାତ ଭାଙ୍ଗିଦେଲେ
"କଲ୍ୟାଣସିଂହପୁର (ପଦ୍ମନ ଭତ୍ରା): ଦୁର୍ବୃତ୍ତମାନେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ଶିକରପାଇ ପଞ୍ଚାୟତ ସଦରର ମୁଖ୍ୟ ପ୍ରବେଶ ପଥରେ ଥିବା ଭାରତମାତାଙ୍କ ପ୍ରତିମୂର୍ତ୍ତିର ହାତ ଭାଙ୍ଗିଦେଇଛନ୍ତି।
ଏନେଇ ସ୍ଥାନୀୟ ଗ୍ରାମବାସୀଙ୍କ ପକ୍ଷରୁ କଲ୍ୟାଣସିଂହପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି ।Advertisment ଭାରତମାତା ପାଇଁ ଗୌରବ ଆଣିଛନ୍ତି ସେନା: ପ୍ରଧାନମନ୍ତ୍ରୀ ରାୟଗଡ଼ାରୁ କଲ୍ୟାଣସିଂହପୁର ଯାଇଥିବା ରାଜ୍ୟ ରାଜପଥ କଡ଼ରେ ଶିକରପାଇ ନାଳ ଉପରିସ୍ଥ ଡିଭାଇଡ଼ର ଉପରେ ଗ୍ରାମବାସୀଙ୍କ ଭାରତମାତାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଥିଲେ।
ଏଠାରେ ଦେଶର ସମସ୍ତ ଜାତୀୟ ଦିବସରେ ଗ୍ରାମବାସୀ ଏକତ୍ରିତ ହୋଇ ଜାତୀୟ ପତାକା ଆଦି ଉତ୍ତୋଳନ କରୁଥିଲେ।
ଏହି ପ୍ରତିମୂର୍ତ୍ତିର ଡାହାଣ ହାତକୁ କେହି ଭାଙ୍ଗି ଦେଇଛନ୍ତି।
Hindu Nation Demographic Concerns: ଦେଶକୁ ନେଇ ଗର୍ବ କରୁଥିବା ପ୍ରତ୍ୟେକ ବ୍ୟକ୍ତି ହିନ୍ଦୁ, ଭାରତମାତାକୁ ପୂଜା କରୁଥିବା ମୁସଲମାନ-ଖ୍ରୀଷ୍ଟିଆନ ହିନ୍ଦୁ : ଭାଗବତ ଏହି ଘଟଣାରେ ଗ୍ରାମବାସୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ତୁରନ୍ତ ତଦନ୍ତ କରି ଅଭିଯୁକ୍ତକୁ ଧରି ଦଣ୍ଡିତ କରିବାକୁ ଦାବି କରିଛନ୍ତି।
ମନୋଜ କୁମାର ସେଠୀ, ସନ୍ତୋଷ କୁମାର ସାହୁ, ନାରସିଂ କୌଶଲ୍ୟା ଓ ବିଜୟ କୁମାର ଗୌଡ଼ ପ୍ରମୁଖ କହିଛନ୍ତି, ପୂର୍ବରୁ ମଧ୍ୟ କେହି ଦୁର୍ବୃତ୍ତ ଭାରତମାତାଙ୍କ ହାତ ଭାଙ୍ଗି ଦେଇଥିଲା।
ବର୍ତ୍ତମାନ ପୁଣିଥରେ ଏହି ଅପରାଧ କରିଛନ୍ତି।
ଭାରତମାତା: ପ୍ରତି ଭାରତୀୟର ସ୍ବର କଲ୍ୟାଣସିଂହପୁର ଥାନାର ଏସ୍ଆଇ ହେମନ୍ତ କୁମାର ବରିହା କହିଛନ୍ତି, ଅଭିଯୋଗ ମିଳିଛି।
ତଦନ୍ତ ଆରମ୍ଭ ହୋଇଛି।
ଘଟଣାର ପ୍ରକୃତ କାରଣ ଓ ଦୋଷୀଙ୍କ ସମ୍ପର୍କରେ ପୁଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।