Bharat Ratna Scientist Gets SIR Notice: ଗୋଟିଏ ଅକ୍ଷରର ଭୁଲ, ପ୍ରଖ୍ୟାତ ବୈଜ୍ଞାନିକଙ୍କୁ SIR ନୋଟିସ୍
ନାମରେ ଗୋଟିଏ ଅତିରିକ୍ତ ‘F’ ଆଉ ଏହି ସାମାନ୍ୟ ତ୍ରୁଟିକୁ ନେଇ ଭାରତ ରତ୍ନ ପ୍ରଖ୍ୟାତ ବୈଜ୍ଞାନିକ ପ୍ରଫେସର ସିଏନଆର୍ ରାଓଙ୍କୁ SIR ନୋଟିସ୍। କର୍ଣ୍ଣାଟକର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ତାଙ୍କ ନାମ ପୁରୁଣା ତାଲିକାରେ ପ୍ରଫେସର ସିଏନଆର ରାଓ (Prof CNR Rao) ଥିବାବେଳେ, ନୂଆ ରେକର୍ଡରେ ‘Proff CNR Rao’ ରହିଛି।
ଏହି ନାମ ଅସଙ୍ଗତିକୁ ନେଇ ବେଙ୍ଗାଲୁରୁର ମଲ୍ଲେଶ୍ୱରମରେ ଶୁଣାଣି ପାଇଁ ନୋଟିସ୍ ଜାରି ହୋଇଥିବା ଜଣାପଡ଼ିଛି। ତେବେ ରାଓଙ୍କ କାର୍ଯ୍ୟାଳୟ କହିଛି, ଏପର୍ଯ୍ୟନ୍ତ କୌଣସି ଭୌତିକ ନୋଟିସ୍ ମିଳିନାହିଁ।
୧୯୩୪ରେ ବେଙ୍ଗାଲୁରୁରେ ଜନ୍ମିତ ସିଏନଆର୍ ରାଓ ରସାୟନ ବିଜ୍ଞାନରେ ଅସାଧାରଣ ଅବଦାନ ପାଇଁ ବିଶ୍ୱବ୍ୟାପୀ ସମ୍ମାନ ପାଇଛନ୍ତି। ୧,୬୦୦ରୁ ଅଧିକ ଗବେଷଣା ପତ୍ରର ଲେଖକ ରାଓଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଭାରତ ରତ୍ନ’ ମଧ୍ୟ ପ୍ରଦାନ କରାଯାଇଛି।
SIR ପ୍ରକ୍ରିୟାରେ କର୍ଣ୍ଣାଟକରେ ୪୩.୮୧ ଲକ୍ଷରୁ ଅଧିକ ନୋଟିସ୍ ଜାରି ହୋଇଥିବା ବେଳେ, ପ୍ରାୟ ୭.୩୧ ଲକ୍ଷ ନୋଟିସ୍ ଭୋଟରଙ୍କ ପାଖରେ ପହଞ୍ଚିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।