Bhubaneswar Hit-and-Run: ରାଜଧାନୀରେ ପୁଣି ହିଟ୍ ଆଣ୍ଡ ରନ୍, ମିଠା କିଣି ଫେରୁଥିବା ବେଳେ ଧକ୍କା ଦେଇ ଫେରାର SUV

Oct 16, 2026 - 13:49
Bhubaneswar Hit-and-Run: ରାଜଧାନୀରେ ପୁଣି ହିଟ୍ ଆଣ୍ଡ ରନ୍, ମିଠା କିଣି ଫେରୁଥିବା ବେଳେ ଧକ୍କା ଦେଇ ଫେରାର SUV

ରାଜଧାନୀରେ ପୁଣି ହିଟ୍ ଆଣ୍ଡ ରନ୍ ଘଟଣା। ରାସ୍ତା ପାର୍ ହେଉଥିବା ବେଳେ ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କୁ ଧକ୍କା ଦେଇ ଫେରାର ହୋଇଗଲା କଳା ରଙ୍ଗର SUV। ଏହି ଦୁର୍ଘଟଣାରେ ବ୍ୟକ୍ତି ଜଣକ ଗୁରୁତର ଆହତ ହୋଇଛନ୍ତି। ନୟାପଲ୍ଲୀ ଅଞ୍ଚଳରେ ଘଟିଥିବା ଏହି ଦୁର୍ଘଟଣାର CCTV ଫୁଟେଜ୍ ଏବେ ଭାଇରାଲ୍ ହୋଇଛି।

ସୂଚନା ଅନୁସାରେ, ଗୁରୁତର ଆହତ ବ୍ୟକ୍ତି ହେଉଛନ୍ତି ଭରତପୁର ସାମପୁର ଅଞ୍ଚଳର ବିଭୂତି ଭୂଷଣ ଚଇନି। ସେ ମିଠା କିଣିବା ପରେ ରାସ୍ତା ପାର୍ ହେଉଥିବା ସମୟରେ ଏକ କଳା ରଙ୍ଗର SUV ତାଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣା ଘଟାଇବା ପରେ ଗାଡ଼ିଟି ନ ଅଟକି ସେଠାରୁ ଫେରାର ହୋଇଯାଇଥିଲା।

ଦୁର୍ଘଟଣାରେ ବିଭୂତି ଗୁରୁତର ଆହତ ହୋଇଥିବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଅତି ଗୁରୁତର ଅବସ୍ଥାରେ ଚିକିତ୍ସା କରାଯାଉଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ପରିବାର ଲୋକେ ଚିନ୍ତିତ ଅଛନ୍ତି।
ଅନ୍ୟପଟେ, ଘଟଣାର CCTV ଫୁଟେଜ୍ ସାମ୍ନାକୁ ଆସିବା ପରେ ନୟାପଲ୍ଲୀ ଥାନା ପୋଲିସ ତଦନ୍ତକୁ ଜୋରଦାର କରିଛି। ଫୁଟେଜ୍ ଯାଞ୍ଚ କରି ଦୁର୍ଘଟଣା ଘଟାଇଥିବା କଳା SUVକୁ ଚିହ୍ନଟ କରିବା ସହ ଗାଡ଼ି ଚାଳକଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ ଚଳାଇଛି। ରାଜଧାନୀରେ ବାରମ୍ବାର ଏଭଳି ହିଟ୍ ଆଣ୍ଡ ରନ୍ ଘଟଣା ଘଟୁଥିବାରୁ ଗାଡ଼ି ଚାଳକଙ୍କ ଦାୟିତ୍ୱହୀନତାକୁ ନେଇ ପ୍ରଶ୍ନ ଉଠିଛି। 

ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ହିଟ୍ ଆଣ୍ଡ ରନ୍
ଦୁର୍ଘଟଣାରେ ଜଣେ ୫୦ ବର୍ଷୀୟ ବ୍ୟକ୍ତି ଗୁରୁତର; ମେଡିକାଲରେ ଭର୍ତ୍ତି
ମିଠା କିଣି ରାସ୍ତା ପାର୍ ହେଉଥିବା ବେଳେ ଧକ୍କା ଦେଲା କଳା ରଙ୍ଗର କାର୍
ଭାଇରାଲ ହେଲା ଦୁର୍ଘଟଣା ବେଳର ସିସିଟିଭି; ପୋଲିସର ତଦନ୍ତ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।