Bhubaneswar Real Estate Boom Raises Questions: ଭୁବନେଶ୍ୱରରେ ଫ୍ଲାଟ୍ ଦାମ୍ କୋଟିଏ ପାର୍, ମେଟ୍ରୋ ସହରକୁ ଟପିଲା ରାଜଧାନୀ

Sep 25, 2026 - 21:08
Bhubaneswar Real Estate Boom Raises Questions: ଭୁବନେଶ୍ୱରରେ ଫ୍ଲାଟ୍ ଦାମ୍ କୋଟିଏ ପାର୍, ମେଟ୍ରୋ ସହରକୁ ଟପିଲା ରାଜଧାନୀ

ଭୁବନେଶ୍ୱରରେ ଘର କିଣିବା ଏବେ ସାଧାରଣ ଲୋକଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ। ୭୦ ଲକ୍ଷରେ ବେଙ୍ଗଲୁରୁରେ ମିଳୁଛି ଲକ୍ସଜୁରୀ ଟୁ ବିଏଚକେ ଫ୍ଲାଟ୍, ମୁମ୍ବାଇରେ କୋଟିଏ କିନ୍ତୁ ଭୁବନେଶ୍ବରରେ ଦାମ୍ ଡବଲ, ଟ୍ରିପଲ୍ ...ଅର୍ଥାତ ଦୁଇ କୋଟି ପାର୍ କଲାଣି ଏକ୍ସଟ୍ରା ସ୍ପେସିଅସ୍ ଷ୍ଟାଇଲିଶ୍ ଟୁ ବିଏଚ୍ ଫ୍ଲାଟ। ରାଜଧାନୀରେ ଯୁଆଡ଼େ ଦେଖିବେ, ସିଆଡ଼େ ମୁଣ୍ଡ ଟେକୁଛି ବିଶାଳ ଅଟ୍ଟାଳିକା। ପଟିଆରୁ ତ୍ରିଶୁଳିଆ, ରସୁଲଗଡ଼ରୁ ଗୋପାଳପୁର, ଆଉ ଖଣ୍ଡଗିରିରୁ ଇନଫୋସିଟି ଟୁ...ସବୁଠି ଚାଲିଛି ବଡ଼ ବଡ଼ ବିଲ୍ଡିଂ ନିର୍ମାଣ। ଆଉ ଏହା ସହ ଆକାଶଛୁଆଁ ହେଉଛି ଫ୍ଲାଟର ମୂଲ୍ୟ। କେଉଁଠି କୋଟିଏ ଟଙ୍କା ତ କେଉଁଠି ଦୁଇ କୋଟିରୁ ଅଧିକ। ଲକ୍ସଜୁରୀ ଲାଇଫ୍ ଷ୍ଟାଇଲ୍ ନାଁରେ ବିକ୍ରି ହେଉଛି ଅତ୍ୟାଧୁନିକ ଫ୍ଲାଟ୍ । 

ବେଙ୍ଗଲୁରୁ ଓ ମୁମ୍ବାଇ ଭଳି ବଡ଼ ମେଟ୍ରୋ ସହର, ଯେଉଁଠି ୭୦ ଲକ୍ଷରୁ କୋଟିଏ  ଭିତରେ ୨ ବିଏଚକେ ପ୍ଲାଟ୍ ମିଳୁଛି କିନ୍ତୁ ଭୁବନେଶ୍ବର ତ ସରକାରୀ ୨ ବିଏଚକେ ଘର କୋଟିଏ ଛୁଇଁ ଯାଉଛି। ଭୁବନେଶ୍ବରରେ କାହିଁକି ଏତେ ଦାମ? କଣ ପାଇଁ ବଢିଚାଲିଛି ଫ୍ଲାଟ୍ ଦାମ? ଦ୍ରୁତ ସହରୀକରଣ, ଆଇଟି ଓ କର୍ପୋରେଟ୍ କ୍ଷେତ୍ରର ପ୍ରସାର ଏବଂ ଭିତ୍ତିଭୂମିର ବିକାଶ ପାଇଁ ଭୁବନେଶ୍ବର ମହଙ୍ଗାରେ ପରିଣତ ହୋଇଛି। ଭୁବନେଶ୍ବରରେ ବଡ଼ ବଡ଼ ଆଇଟି କମ୍ପାନୀ ଏବଂ ଷ୍ଟାର୍ଟଅପ୍ ଗୁଡ଼ିକ ସେମାନଙ୍କର ଅଫିସ୍ ଖୋଲୁଛନ୍ତି। ଏହା ଦ୍ବାରା ବାହାରେ ରହୁଥିବା ଓଡ଼ିଆ ପ୍ରଫେସନାଲ୍ ଏବଂ ଅନ୍ୟ ଲୋକମାନେ ଭୁବନେଶ୍ବରରେ ଘର କିଣିବାକୁ ଅଧିକ ପସନ୍ଦ କରୁଛନ୍ତି। ଭୁବନେଶ୍ବର ଏବେ ପୂର୍ବ ଭାରତର ଏକ ପ୍ରମୁଖ ଶିକ୍ଷା ଏବଂ ଅତ୍ୟାଧୁନିକ ହସ୍ପିଟାଲ୍ ର କେନ୍ଦ୍ର ପାଲଟିଛି। ପିଲାମାନଙ୍କ ପାଠପଢ଼ା ଏବଂ ଚିକିତ୍ସା ସୁବିଧା ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଲୋକମାନେ ଆସି ଏଠାରେ ସ୍ଥାୟୀ ଭାବେ ରହିବାକୁ ଚାହୁଁଛନ୍ତି। ଆଉ ଯାହା ଫ୍ଲାଟ ଦର ବୃଦ୍ଧି ପ୍ରମୁଖ କାରଣ ବୋଲି କୁହାଯାଉଛି। ଖାଲି ସେତିକି ନୁହେଁ ଗଲା ଦଶନ୍ଧି ଭିତରେ ଏଥିପାଇଁ ଜାଗା ଦର ବି ହୁ ହୁ ହୋଇ ବଢ଼ି ଚାଲିଛି। 

ସ୍ପେସିଅସ୍ ଷ୍ଟାଇଲିଶ୍ ଫ୍ଲାଟରେ ବି ମିଳୁଛି ଲଗ୍ଜୁରୀ ସୁବିଧା। ଫେସ୍ ରିକଗ୍ନିସନ୍, ଭିଡିଓ ଡୋର ଫୋନ୍, ସ୍ମାର୍ଟ ଲକ୍ ଭଳି ନୂଆ ଟେକ୍ନୋଲୋଜି ସହ ଅତ୍ୟାଧୁନିକ ଜିମ୍, ଗାଧୋଇବା ପାଇଁ ଜକୁଜୀ, ଶିଶୁ ପାର୍କ ଓ ସୁଇମିଂ ପୁଲ୍ ଭଳି ବ୍ୟବସ୍ଥା ସମ୍ଭ୍ରାନ୍ତ ଶୈଳୀର ଅନୁଭୂତି ଦେଉଛି। କେବଳ ସେତିକି ନୁହେଁ ଏବେ ରାଜଧାନୀରେ ଅନେକ ଆପାର୍ଟମେଣ୍ଟର ଛାତରେ ଛୋଟ ଚପର ଓହ୍ଲାଇବା ପାଇଁ ବ୍ୟବସ୍ଥା ହେଉଛି। ଏହାସହ ସୋନା ବାଥ୍, ସ୍ପା, ଇନଫିନିଟି ପୁଲ୍, ମିନି ଥିଏଟର, ରୁଫଟପ୍ ଗାର୍ଡେନ ସହିତ ଏଟିଏମ୍, ମଲ୍, ଥିଏଟର ରହୁଛି। ଯାହା ବୋଧେ ଅଧିକ ଆକର୍ଷଣ କରୁଛି ରାଜଧାନୀ ବାସିନ୍ଦା ହେବାକୁ ତା ପୁଣି ଦାମୀ ଫ୍ଲାଟ କିଣିବାକୁ। ଏ ସବୁ ଭିତରେ ମଧ୍ୟ ବିଲ୍ଡରଙ୍କ ବଡ଼ ବଡ଼ ଆକର୍ଷଣୀୟ ପ୍ରଲୋଭନ ଦେଖାଇ ଅନେକ ଅପାର୍ଟମେଣ୍ଟ କିଣିବା ପରେ ଫଶୀ ଯାଉଛନ୍ତି। କିଣିବା ପରେ ପ୍ରତିଶ୍ରୁତି ମିଳିଥିବା ଅନେକ ସୁବିଧାରୁ ଗ୍ରାହକ ବଞ୍ଚିତ ହେଉଛନ୍ତି। ସରକାର ଏ ଦିଗରେ ଯେତିକି ଯତ୍ନବାନ ହେବା କଥା ଓ ନିୟମ ପ୍ରଣୟନ କରିବା ପରେ ଏନେଇ ଯେତିକି ତତ୍ପର ହେବା କଥା ହେଉ ନାହାନ୍ତି ବୋଲି ଅଭିଯୋଗ ହେଉଛି।

ଭୁବନେଶ୍ୱରରେ ଫ୍ଲାଟ୍ କିଣିବା ଏବେ ଅନେକଙ୍କ ପାଇଁ ବଡ଼ ଆର୍ଥିକ ନିଷ୍ପତ୍ତି। ଗୋଟିଏ ପଟେ ଆଧୁନିକ ସୁବିଧା ଓ ନୂଆ ଜୀବନଶୈଳୀର ଆକର୍ଷଣ, ଅନ୍ୟପଟେ ଆକାଶଛୁଆଁ ଦାମ୍ । ତେବେ ମେଟ୍ରୋ ସହର ଭଳି ସୁବିଧା ଦେବାରେ ଭୁବନେଶ୍ୱର କେତେ ଆଗରେ ଏବଂ ଏହାର ଦାମ୍ ଯଥାର୍ଥ କି ନୁହେଁ, ତାହା ଏବେ ବଡ଼ ପ୍ରଶ୍ନ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।