Big Relief for Anganwadi Workers: ଆଙ୍ଗନବାଡ଼ି ସେବିକାଙ୍କ ପାଇଁ ବଡ଼ ଘୋଷଣା, ୧୨ ହଜାର ହେଲା ଆର୍ଥିକ ସହାୟତା
ଆଙ୍ଗନବାଡ଼ି ସେବିକାଙ୍କ ପାଇଁ ବଡ଼ ଘୋଷଣା। ବାର୍ଷିକ ଆର୍ଥିକ ସହାୟତା ୮ ହଜାରରୁ ବଢ଼ି ୧୨ ହଜାର ଟଙ୍କା ହେବ। ଅଯୋଧ୍ୟାରେ ଏକ କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘୋଷଣା କରିଛନ୍ତି।
ଏହି ଅବସରରେ ଯୋଗୀ କହିଛନ୍ତି, ୨୦୧୭ ପୂର୍ବରୁ ରାଜ୍ୟର ଅନେକ ଆଙ୍ଗନବାଡ଼ି କେନ୍ଦ୍ରର ସ୍ଥିତି ଖରାପ ଥିଲା। ପୋଷଣ ସାମଗ୍ରୀ ଠିକ୍ ସମୟରେ ପହଞ୍ଚୁନଥିବାରୁ ଏହାର ପ୍ରଭାବ ସେବିକା ଓ ସହାୟିକାଙ୍କ ଉପରେ ପଡ଼ୁଥିଲା ବୋଲି ସେ ଅଭିଯୋଗ କରିଛନ୍ତି।
ସେହିପରି ଅଯୋଧ୍ୟାର ବିକାଶକୁ ନେଇ ମଧ୍ୟ ପୂର୍ବ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ଯୋଗୀ। ରାସ୍ତା, ରେଳ ଷ୍ଟେସନ ଓ ବିମାନବନ୍ଦର ନିର୍ମାଣ ସମୟରେ ସମାଜବାଦୀ ପାର୍ଟି ବିରୋଧ କରିଥିଲା ବୋଲି ସେ କହିଛନ୍ତି।
ଏଥିସହିତ ଯୋଗୀ ଦାବି କରିଛନ୍ତି, ଏବେ ଅଯୋଧ୍ୟାରେ ୪-ଲେନ୍ ରାସ୍ତା, ଡବଲ୍ ରେଳ ଲାଇନ୍ ଓ ଅନ୍ତର୍ଜାତୀୟ ବିମାନବନ୍ଦର ଭଳି ବଡ଼ ପ୍ରକଳ୍ପ ହୋଇଛି। ଏଥିସହ ଅଯୋଧ୍ୟାକୁ ସୋଲାର ସିଟି ଭାବେ ବିକଶିତ କରାଯାଇଥିବା ମଧ୍ୟ ସେ କହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।