Big Rural Development Plan: ଗ୍ରାମାଞ୍ଚଳର ଚିତ୍ର ବଦଳାଇବାକୁ ପଞ୍ଚାୟତିରାଜ ବିଭାଗର ବଡ଼ ପ୍ଲାନ୍, ରହିବ ସବୁ ସୁବିଧା
ଗାଁରେ ମିଳିବ ସହରୀ ସୁବିଧା... ଗ୍ରାମାଞ୍ଚଳର ଚିତ୍ର ବଦଳାଇବାକୁ ପଞ୍ଚାୟତିରାଜ ବିଭାଗର ବଡ଼ ପ୍ଲାନ୍ । ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆଠୁ ଆରମ୍ଭ କରି କଲ୍ୟାଣ ମଣ୍ଡପ, ଗ୍ରାମୀଣ ହାଟ, ପୋଖରୀ, ପାର୍କ, ପାଠାଗାର ଓ ଶ୍ମଶାନ ଭଳି ବିଭିନ୍ନ ଭିତ୍ତିଭୂମି ନିର୍ମାଣ ହେବ । ଗ୍ରାମସଭାର ଆବଶ୍ୟକତା ଆଧାରରେ କାମ ଚୟନ ହେବା ସହ ପ୍ରତି ପଞ୍ଚାୟତରେ ୭୦୦ଟି ଗଛ ଲଗାଇବାକୁ ମଧ୍ୟ ଯୋଜନା ରହିଛି । ଆଦର୍ଶ ଖେଳ ପଡ଼ିଆ ପାଇଁ ୭୫ ଲକ୍ଷ, କଲ୍ୟାଣ ମଣ୍ଡପ ପାଇଁ ୪୯ ଲକ୍ଷ, ଆଦର୍ଶ ପୋଖରୀ ପାଇଁ ୩୪ ଲକ୍ଷ ଓ ଶ୍ମଶାନ ପାଇଁ ୨୨ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ।
ସେହିପରି ଗ୍ରାମୀଣ ପାର୍କ ପାଇଁ ୨୦ ଲକ୍ଷ ଓ ଆଦର୍ଶ ପାଠାଗାର ପାଇଁ ୧୦ ଲକ୍ଷ ଟଙ୍କାର ବ୍ୟବସ୍ଥା ରହିଛି । ପ୍ରତି ଗାଁରେ ଗୋଟିଏ କଲ୍ୟାଣ ମଣ୍ଡପ ନିର୍ମାଣ ନେଇ ମଧ୍ୟ ଯୋଜନା ରହିଛି । ତେବେ ସରକାରଙ୍କ ଏହି ଘୋଷଣାକୁ ନେଇ ପାଲଟା ପ୍ରଶ୍ନ କରିଛନ୍ତି ବିରୋଧୀ। ଯୋଜନା ଭଲ, କିନ୍ତୁ ଘୋଷଣା ଓ ବାସ୍ତବତା ଭିତରେ ବଡ଼ ଫରକ ରହିଛି ବୋଲି ବିଜେଡି କହିଛି । ସେପଟେ ପଞ୍ଚାୟତ ନିର୍ବାଚନକୁ ଆଖିରେ ରଖି ସରକାର ଦିନରେ ଗୋଲାପୀ ସ୍ୱପ୍ନ ଦେଖାଉଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି ।
ଗାଁରେ ମିଳିବ ସହରୀ ସୁବିଧା
ଗ୍ରାମାଞ୍ଚଳର ଚିତ୍ର ବଦଳାଇବାକୁ ବଡ଼ ପ୍ଲାନ୍
ପଞ୍ଚାୟତରାଜ ବିଭାଗରେ ହୋଇଛି SOP
ସୂଚନା ଦେଲେ ପଞ୍ଚାୟତି ରାଜ ମନ୍ତ୍ରୀ ରବି ନାଏକ
ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ, ଆଦର୍ଶ କଲ୍ୟାଣ ମଣ୍ଡପ ରହିବ
ଆଦର୍ଶ ଗ୍ରାମୀଣ ହାଟ, ଆଦର୍ଶ ପୋଖରୀ, ଆଦର୍ଶ ମଣ୍ଡପ ରହିବ
ଶ୍ମଶାନ, ଆଦର୍ଶ ହାଟ, ଗ୍ରାମୀଣ ପାର୍କ ଭଳି କାମ ହାତକୁ ନେବ ବିଭାଗ
ଆଦର୍ଶ ଖେଳ ପଡ଼ିଆ ପାଇଁ ୭୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ ସରକାର
ଆଦର୍ଶ କଲ୍ୟାଣ ମଣ୍ଡପ ପାଇଁ ୪୯ ଲକ୍ଷ ଟଙ୍କା ଦେବେ ସରକାର
ସରକାରଙ୍କ ଯୋଜନାକୁ ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।