Big Update for Police SI Aspirants: ପୋଲିସ SI ପରୀକ୍ଷା ପାଇଁ ବଡ଼ ସୂଚନା, ଆବେଦନକାରୀଙ୍କୁ ତଥ୍ୟ ଅପଡେଟ୍ ନିର୍ଦ୍ଦେଶ
ଓଡ଼ିଶାରେ ପୋଲିସ ସବ୍-ଇନ୍ସପେକ୍ଟର (SI) ନିଯୁକ୍ତି ପରୀକ୍ଷାକୁ ନେଇ ଆସିଛି ଗୁରୁତ୍ୱପୂର୍ଣ୍ଣ ସୂଚନା। ମିଳିତ ପୋଲିସ ସେବା ପରୀକ୍ଷା-୨୦୨୪ ପାଇଁ ଆବେଦନ କରିଥିବା ସମସ୍ତ ପ୍ରାର୍ଥୀ ଓ ପ୍ରାର୍ଥିନୀଙ୍କୁ ନିଜର ତଥ୍ୟ ଅପଡେଟ୍ କରିବାକୁ ନିର୍ଦ୍ଦେଶ ଦେଇଛି OUSSSC।
ସୂଚନା ଅନୁଯାୟୀ, ଅକ୍ଟୋବର ୧୫ ତାରିଖ ପୂର୍ବାହ୍ନ ୧୦ଟାରୁ ଅକ୍ଟୋବର ୨୯ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ପ୍ରାର୍ଥୀମାନେ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରିପାରିବେ। ଏଥିପାଇଁ ପ୍ରାର୍ଥୀମାନେ OUSSSCର ଅଫିସିଆଲ୍ ୱେବସାଇଟ୍ http://ousssc.odisha.gov.in ରେ ଲଗ୍ଇନ୍ କରି ଆବଶ୍ୟକ ତଥ୍ୟ ଅପଡେଟ୍ କରିବାକୁ ପଡ଼ିବ।
ଏହି ତଥ୍ୟ ଅପଡେଟ୍ ପ୍ରକ୍ରିୟା ପ୍ରାର୍ଥୀଙ୍କ ତଥ୍ୟର ବୈଧିକରଣ ପାଇଁ ଆବଶ୍ୟକ ବୋଲି କମିଶନ ସ୍ପଷ୍ଟ କରିଛି। ଅପଡେଟ୍ ପରେ ବୈଧିକୃତ ତଥ୍ୟକୁ ପରବର୍ତ୍ତୀ ନିଯୁକ୍ତି ପ୍ରକ୍ରିୟା ଏବଂ ସମ୍ପୃକ୍ତ କାର୍ଯ୍ୟରେ ବ୍ୟବହାର କରାଯିବ।
ତେଣୁ, ମିଳିତ ପୋଲିସ ସେବା ପରୀକ୍ଷା-୨୦୨୪ ପାଇଁ ଆବେଦନ କରିଥିବା ସମସ୍ତ ପ୍ରାର୍ଥୀ ଧାର୍ଯ୍ୟ ସମୟସୀମା ମଧ୍ୟରେ ଏହି ପ୍ରକ୍ରିୟା ଶେଷ କରିବା ଜରୁରୀ। ଶେଷ ମୁହୂର୍ତ୍ତକୁ ଅପେକ୍ଷା ନକରି ନିର୍ଦ୍ଧାରିତ ସମୟ ମଧ୍ୟରେ ଅଫିସିଆଲ୍ ୱେବସାଇଟ୍କୁ ଯାଇ ତଥ୍ୟ ଅପଡେଟ୍ କରିବାକୁ ପ୍ରାର୍ଥୀମାନଙ୍କୁ ପରାମର୍ଶ ଦିଆଯାଉଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।