Bihar: ଏଣିକି ବିଦ୍ୟାଳୟରେ ଭୋଜପୁରୀ ଭାଷାରେ ପିଲା ପଢିବେ ପାଠ!

Nov 06, 2026 - 21:21
Bihar: ଏଣିକି ବିଦ୍ୟାଳୟରେ ଭୋଜପୁରୀ ଭାଷାରେ ପିଲା ପଢିବେ ପାଠ!

ପାଟନା: ଜାତୀୟ ଶିକ୍ଷା ନୀତି (NEP) ୨୦୨୦ର ନିର୍ଦ୍ଦେଶାବଳୀକୁ ଆଖି ଆଗରେ ରଖି ବିହାର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି।

ଆଗାମୀ ୨୦୨୬-୨୭ ଶିକ୍ଷାବର୍ଷରୁ ରାଜ୍ୟର ସରକାରୀ ବିଦ୍ୟାଳୟ ଗୁଡ଼ିକରେ ପ୍ରଥମ ଏବଂ ଦ୍ୱିତୀୟ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ନିଜସ୍ୱ ଆଞ୍ଚଳିକ ବା ମାତୃଭାଷାରେ ଶିକ୍ଷାଦାନ କରାଯିବ।

Advertisment ୬ଟି ପ୍ରମୁଖ ଆଞ୍ଚଳିକ ଭାଷା ସାମିଲ ଏହି ନୂତନ ନୀତି ଅଧୀନରେ ବିହାରରେ କଥିତ ୬ଟି ମୁଖ୍ୟ ଆଞ୍ଚଳିକ ଭାଷାକୁ ପାଠ୍ୟକ୍ରମରେ ସାମିଲ କରାଯାଇଛି।

ଏଗୁଡ଼ିକ ହେଲା ଭୋଜପୁରୀ, ମୈଥିଳୀ, ମଗଧୀ, ବଜ୍ଜିକା, ଅଙ୍ଗିକା ଏବଂ ସୁର୍ଜାପୁରୀ।

ଛୋଟ ପିଲାମାନେ ଯେପରି ସହଜରେ ବୁଝିପାରିବେ ଏବଂ ଘରର ଭାଷା ସହିତ ବିଦ୍ୟାଳୟର ପାଠପଢ଼ାକୁ ଯୋଡ଼ିପାରିବେ, ସେଥିପାଇଁ ଏହି ବ୍ୟବସ୍ଥା କରାଯାଇଛି।

ରାଜ୍ୟ ଶିକ୍ଷା ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ (SCERT)କୁ ଏହି ସମସ୍ତ ୬ଟି ଭାଷାରେ ପାଠ୍ୟପୁସ୍ତକ, ସପ୍ଲିମେଣ୍ଟାରୀ ରିଡର୍ ଏବଂ ଆକର୍ଷକ ଭିଜୁଆଲ୍ ସାମଗ୍ରୀ ପ୍ରସ୍ତୁତ କରିବାର ଦାୟିତ୍ୱ ଦିଆଯାଇଛି।

ଆହୁରି ପଢନ୍ତୁ: EOW: ୮୦ କୋଟି ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ରାଜ୍ୟସଭା ସାଂସଦ ଏନ୍ ଭାସ୍କର ରାଓଙ୍କ ରାୟଗଡ଼ା ଘରେ ପଶିଲା ଇ ଓ ଡବ୍ଲୁ ୪୦ ଲକ୍ଷ ପିଲାଙ୍କୁ ମାଗଣାରେ ମିଳିବ ବହି ବିହାର ସରକାରଙ୍କ ଏହି ଯୋଜନା ଅନ୍ତର୍ଗତ ପ୍ରାୟ ୪୦ ଲକ୍ଷ କୁନି କୁନି ପିଲାଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଏହି ନୂତନ ପାଠ୍ୟପୁସ୍ତକ ଯୋଗାଇ ଦିଆଯିବ।

ଏଥିପାଇଁ ୧.୨୦ କୋଟିରୁ ଅଧିକ ନୂତନ ବହି ଛପା କାମ ମଧ୍ୟ ଆରମ୍ଭ ହୋଇସାରିଛି।

ପ୍ରଥମ ପର୍ଯ୍ୟାୟରେ ଏହି ବ୍ୟବସ୍ଥା କେବଳ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପାଇଁ ଲାଗୁ କରାଯାଉଥିବା ବେଳେ ଆଗାମୀ ଦିନରେ ଏହାକୁ ତୃତୀୟରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ବୃଦ୍ଧି କରିବାର ଯୋଜନା ରହିଛି।

ଶିକ୍ଷାବିତମାନଙ୍କ ମତରେ, ଏହି ପଦକ୍ଷେପ ଦ୍ୱାରା ପିଲାମାନଙ୍କର ଭାଷାଗତ ବୁଝାମଣା ଆହୁରି ଦୃଢ଼ ହେବ ଏବଂ ସେମାନେ ଆଗକୁ ମାନକ ହିନ୍ଦୀ ଓ ଇଂରାଜୀ ଭାଷା ଶିଖିବାରେ ସହଜ ଅନୁଭବ କରିବେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।