Bike Crashes into Tree ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍‌, ଜଣେ ମୃତ, ୨ ଗୁରୁତର

Oct 05, 2026 - 21:26
Bike Crashes into Tree ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍‌, ଜଣେ ମୃତ, ୨ ଗୁରୁତର

"ବିଷମକଟକ(ଶ୍ରୀକାନ୍ତ): ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଉର୍ଲ୍ଲାଯୋଡ଼ି ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।

ବାଇକ୍‌ ଭାରସାମ୍ୟ ହରାଇ ଗଛରେ ପିଟିହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଭାବେ ଆହାତ ହୋଇଛନ୍ତି।

ମୃତ ଯୁବକ ଜଣକ ପଣସଗୁଡ଼ା ଗ୍ରାମର ଜିତୁ କୂଲୁସିକା ବୋଲି ଜଣାପଡ଼ିଛି।Advertisment Accident: ମୁହାଁମୁହିଁ ୨ ବାଇକ୍‌ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର ସୂଚନା ଯୋଗ୍ୟ ଯେ, ପଣସଗୁଡ଼ା ଗ୍ରାମର ଜିତୁ କୂଲୁସିକା, ମୁନ୍ନା ହିକକା ଓ ନେପାଳ ହିକକା କୌଣସି କାମରେ ଉର୍ଲ୍ଲାଯୋଡ଼ି ଗ୍ରାମକୁ ଯାଇଥିଲେ।

ସେଠାରୁ ଘରକୁ ଫେରୁଥିବା ସମୟରେ ଉର୍ଲ୍ଲାଯୋଡ଼ି ଛକ ନିକଟରେ ସେମାନଙ୍କ ବାଇକ୍‌ଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଆମ୍ବ ଗଛରେ ପିଟି ହୋଇଯାଇଥିଲା।

ଦୁର୍ଘଟଣା ଫଳରେ ତିନିଜଣ ଯୁବକ ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତା କଡ଼ରେ ପଡ଼ିରହିଥିଲେ। bike accident ବାଇକ୍‌ ଦୁର୍ଘଟଣାରେ ଜଣେ ମୃତ୍ୟୁ, ୨ଗୁରୁତର ସ୍ଥାନୀୟ ଲୋକେ ସେମାନଙ୍କୁ ତୁରନ୍ତ ଉଦ୍ଧାର କରି  ୧୦୮ ଆମ୍ବୁଲାନ୍ସ ଯୋଗେ ବିଷମକଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ।

ସେଠାରେ ଡାକ୍ତର ଜିତୁ କୂଲୁସିକାଙ୍କୁ ମୃତ ଘୋଷଣା କରିଥିଲେ।

ଅନ୍ୟ ଦୁଇ ଆହତଙ୍କ ମଧ୍ୟରୁ ମୁନ୍ନା ହିକକାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ସ୍ଥାନୀୟ ଏକ ବେସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

Accident: ବାଇକ୍‌ ଦୁର୍ଘଟଣାରେ ଏଏସ୍‌ଆଇ ମୃତ, ଅନ୍ୟ ଜଣେ ଗୁରୁତର ଖବର ପାଇ ବିଷମକଟକ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।