Bimala’s handmade: ବିମଳଙ୍କ ହାତଗଢ଼ା ‘ଲାଇଲୋ’ କାର୍‌

Oct 28, 2026 - 08:22
Bimala’s handmade: ବିମଳଙ୍କ ହାତଗଢ଼ା ‘ଲାଇଲୋ’ କାର୍‌

ଉତ୍ତରପ୍ରଦେଶର ପ୍ରୟାଗରାଜରେ ରହୁଥିବା ବିମଳ କିଶୋର ନିଜ ଦକ୍ଷତା ବଳରେ ଏକ ନିଆରା କାର୍‌ ତିଆରି କରିଛନ୍ତି।

ଗୋଡ଼ରେ ଅକ୍ଷମତା ଥିବାରୁ ସେ ସାଧାରଣ କାର୍‌ ଚଳାଇପାରୁ ନଥିଲେ।

ତେଣୁ ନିଜ ଆବଶ୍ୟକତା ଅନୁସାରେ ମାତ୍ର ୯୦ ହଜାର ଟଙ୍କା ଖର୍ଚ୍ଚ କରି ଏକ କାର୍‌ ତିଆରି କରିଛନ୍ତି।

ଏହାର ନାଁ ରଖିଛନ୍ତି 'ଲାଇଲୋ'।

ଏଥିରେ ସ୍କୁଟରର ବିଭିନ୍ନ ଯନ୍ତ୍ରାଂଶ ବ୍ୟବହାର କରାଯାଇଛି।

ଏହାସହ କାର୍‌ରେ ସୋଲାର୍‌ପାୱାର୍‌ଡ ସିଷ୍ଟମ୍‌, ଜିପିଏସ୍‌ ଓ ରିଅର୍‌ ଭିୟୁ କ୍ୟାମେରା ମଧ୍ୟ ରହିଛି।

Advertisment Cyclone Arnab: ଆରମ୍ଭ ହେଲା ବାତ୍ୟା 'ଅର୍ଣ୍ଣବ'ର ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା, ଜାରି ରହିବ ବର୍ଷା ବିମଳଙ୍କ ଗୋଡ଼ରେ ଅକ୍ଷମତା ଥିବାରୁ ସେ ପିଲାଦିନରୁ ଅନେକ ସମସ୍ୟାର ସାମ୍ନା କରିଛନ୍ତି।

ମାତ୍ର ୮ ମାସ ବୟସରେ ତାଙ୍କୁ ଭୟଙ୍କର ଜ୍ୱର ହୋଇଥିଲା।

ଏହାର ପ୍ରଭାବ ତାଙ୍କ ଗୋଡ଼ ଉପରେ ପଡ଼ିଥିଲା।

ହେଲେ ଏପରି ଅବସ୍ଥା ତାଙ୍କ ମନୋବଳକୁ ଭାଙ୍ଗିପାରି ନଥିଲା।

୨୦୧୧ରେ ସେ ଏକ ଅଲ୍‌ଟୋ କାର୍‌ କିଣିଥିଲେ।

ହେଲେ ନିଜ ଶାରୀରିକ ଅକ୍ଷମତା ଯୋଗୁଁ ଏହାକୁ ଚଳାଇବା ସମ୍ଭବ ହୋଇ ନଥିଲା।

ତେଣୁ ନିଜେ କାର୍‌ ତିଆରି କରିବାକୁ ସେ ନିଷ୍ପତ୍ତି ନେଲେ।

ବିମଳ ଏକ ଛୋଟ କଫି ଦୋକାନ କରି ପରିବାର ଚଳାନ୍ତି।

ସେହି ଟଙ୍କାରୁ କିଛି କିଛି ସଞ୍ଚୟ କରି ନୂଆ ଉଦ୍ଭାବନରେ ଖର୍ଚ୍ଚ କରନ୍ତି।

Cyclone: ବଙ୍ଗୋପସାଗରରେ ବାରମ୍ବାର କାହିଁକି ସୃଷ୍ଟି ହୁଏ ଶକ୍ତିଶାଳୀ ବାତ୍ୟା କେବଳ କାର୍‌ ନୁହେଁ, ସେ ପୁରୁଣା ସାମଗ୍ରୀରୁ ପାୱାର ବ୍ୟାଙ୍କ୍‌ ଓ କୁଲର୍‌ ମଧ୍ୟ ତିଆରି କରିଛନ୍ତି।

ମାତ୍ର ୨.୫ ସେଣ୍ଟିମିଟର୍‌ର ଏକ କ୍ଷୁଦ୍ର ଚରଖା ତିଆରି କରି ସେ ବିଶ୍ୱ ରେକର୍ଡରେ ମଧ୍ୟ ସ୍ଥାନ ପାଇଛନ୍ତି।

ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କଲାମ୍‌ଙ୍କଠାରୁ ମଧ୍ୟ ସେ ପୁରସ୍କାର ପାଇଛନ୍ତି।

ଦୃଢ଼ ଇଚ୍ଛାଶକ୍ତି ଓ ଆତ୍ମବିଶ୍ୱାସ ଥିଲେ, ସୀମିତ ସାଧନରେ ମଧ୍ୟ ବଡ଼ କାମ କରିହୁଏ ବୋଲି ବିମଳ ପ୍ରମାଣ କରି ଦେଖାଇଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।